ସୀମାରେ କମାଣ୍ଡର ପରିବର୍ତ୍ତନ କଲେ ଚାଇନା-ପାକିସ୍ତାନ…

ନୂଆଦିଲ୍ଲୀ/ବେଜିଂ/ଇସଲାମାଦାବ,୮।୯: ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ ଘୋଷଣା କରିବାପରେ ପରେ ପରେ ଉଭୟ ଚାଇନା ଏବଂ ପାକିସ୍ତାନ ଭାରତ ସୀମାରେ ନିଜ ନିଜର କମାଣ୍ଡରଙ୍କୁ ପରିବର୍ତ୍ତନ କରିଛନ୍ତି। ଚାଇନାର ପିଏଲଏ ସେନା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ (ଡବ୍ଲୁଟିସି)ରେ ଜଣେ ନୂତନ କମାଣ୍ଡର ନିଯୁକ୍ତ କରିଛି। ଗତ ଏକ ବର୍ଷରେ, ଚାରିଜଣ ଡବ୍ଲୁଟିସି କମାଣ୍ଡରଙ୍କୁ ପରିବର୍ତ୍ତନ କରାଯାଇଛି। ଏଥି ସହିତ, ପାକିସ୍ତାନ ମଧ୍ୟ ଏଲ୍‌ଓସିରେ ଦାୟିତ୍ୱରେ ଥିବା ରାୱଲପିଣ୍ଡି କୋର କମାଣ୍ଡରଙ୍କୁ ପରିବର୍ତ୍ତନ କରିଛି।

ସୂଚନା ଅନୁଯାୟୀ, ଚାଇନା ଏହାର ପାଞ୍ଚ ଜଣ କମାଣ୍ଡରଙ୍କୁ ପଦୋନ୍ନତି ଦେଇ ଜେନେରାଲ ପଦ ପ୍ରଦାନ କରିଛି। ଏହି ଜେନେରାଲମାନଙ୍କର ପଦୋନ୍ନତି ସମାରୋହରେ ନିଜେ ରାଷ୍ଟ୍ରପତି ଶି ଜିନପିଙ୍ଗ ଉପସ୍ଥିତ ଥିଲେ। କିନ୍ତୁ ଏହି ପାଞ୍ଚ ଜଣଙ୍କ ମଧ୍ୟରେ ଜେନେରାଲ ୱାଙ୍ଗ ହାଇଜିଆଙ୍ଗଙ୍କୁ ପିଏଲଏ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ (ଡବ୍ଲୁଟିସି) ର କମାଣ୍ଡର ଭାବରେ ନିଯୁକ୍ତ ହୋଇଛନ୍ତି। ଚାଇନାର ଜିନଜିଆଙ୍ଗ ଏବଂ ତିବ୍ଦତ ସ୍ବୟଂଶାସିତ ଅଞ୍ଚଳ ତଥା ଭାରତ ସହିତ ଲାଗିଥିବା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ପାଇଁ ଡବ୍ଲୁଟିସି କାର୍ଯ୍ୟ କରିଥାଏ।

ଗତ ଏକ ବର୍ଷ ମଧ୍ୟରେ ଚାଇନା ଡବ୍ଲୁଟିସି କମାଣ୍ଡର ଚାରିଜଣ କମାଣ୍ଡରଙ୍କୁ ବଦଳାଇଛି। ଯଦିଓ ଚୀନ ଏହି ପରିବର୍ତ୍ତନ ପାଇଁ କୌଣସି କାରଣ ଦର୍ଶାଇ ନାହିଁ। ତଥାପି ବିଶ୍ୱାସ କରାଯାଏ ଯେ ପୂର୍ବ ଲଦାଖ ସଂଲଗ୍ନ ଏଲ୍‌ଏସିରେ ଭାରତ ସହିତ ଜାରି ରହିଥିବା ପରିସ୍ଥିତିକୁ ନେଇ ରାଷ୍ଟ୍ରପତି ଶି ଜିନପିଙ୍ଗ ଅସନ୍ତୁଷ୍ଟ ଥିବାରୁ ସେମାନଙ୍କୁ ବଦଳାଯାଇଛି।

ଆଶ୍ଚର୍ଯ୍ୟର କଥା, ଯେଉଁ ଦିନ ଚାଇନା ନିଜର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର କମାଣ୍ଡରଙ୍କୁ ବଦଳାଇଲା, ପାକିସ୍ତାନ ମଧ୍ୟ ଏଲଓସିରେ ନିଜ କମାଣ୍ଡରଙ୍କୁ ପରିବର୍ତ୍ତନ କରିଥିଲା। ପାକିସ୍ତାନ ପକ୍ଷରୁ ଲ୍ୟୁଟନାଟ୍‌ ଜେନେରାଲ ସାହିର ଶ୍ୟାମଶାଦ ର୍ମିଜାଙ୍କୁ ରାୱଲପିଣ୍ଡି କୋର (୧୦ କୋର୍‌) ର କମାଣ୍ଡର ଭାବରେ ନିଯୁକ୍ତ କରିଛି। ପାକିସ୍ତାନ ଏହାର ଷ୍ଟ୍ରାଇକ କୋର (ମୁଲତାନ କୋର) ର କମାଣ୍ଡରଙ୍କୁ ମଧ୍ୟ ବଦଳାଇଛି। ଏହା ସହିତ ପାକିସ୍ତାନ ପକ୍ଷରୁ ଜଣେ ନୂଆ ଚିଫ୍‌ ଅଫ୍‌ ଜେନେରାଲ ଷ୍ଟାଫ୍ଙଙ୍କୁ ମଧ୍ୟ ନିଯୁକ୍ତ କରିଛି।

ଚାଇନ ଏବଂ ପାକିସ୍ଥାନର ନୂତନ ନିଯୁକ୍ତି ସମ୍ପର୍କରେ ଭାରତ ପକ୍ଷରୁ ଅନୁମାନ କରାଯାଉଛି ଯେ, ହୁଏତ ଏହା ସଂଯୋଗ ହୋଇପାରେ ଅବା ଏକ ଯୋଜନାବଦ୍ଧ ଷଡଯନ୍ତ୍ରରେ ମଧ୍ୟ ହୋଇପାରେ। ତେଣୁୁ ପରିସ୍ଥିତି ଉପରେ ଭାରତ ପକ୍ଷରୁ ତୀକ୍ଷ୍‌ଣ ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନ ଆତଙ୍କବାଦୀ ଆକ୍ରମଣ: ୧୦ ସୁରକ୍ଷାକର୍ମୀଙ୍କ ମୃତ୍ୟୁ

କାବୁଲ,୧୪।୧୨: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ କରାଯାଇଥିବା ଆକ୍ରମଣରେ ୧୦ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ କମାଣ୍ଡର ରହିଛନ୍ତି। ଏହି...

ମାଳଦ୍ୱୀପରେ ଅଗ୍ନିକାଣ୍ଡ: ୯ ଭାରତୀୟ ମୃତ୍ୟୁ

ମାଲେ,୧୦।୧୧: ମାଳଦ୍ୱୀପ ରାଜଧାନୀ ମାଲେରେ ଏକ କୋଠାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେି ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ...

କ୍ୟାମରୁନରେ ଅନ୍ତିମ ସଂସ୍କାର ସମୟରେ ଭୂସ୍ଖଳନ, ୧୪ ମୃତ ମାଟିତଳେ ପୋତି ହୋଇଛନ୍ତି ଅନେକେ

ୟାଉଣ୍ଡେ,୨୮ ।୧୧: କ୍ୟାମରୁନର ରାଜଧାନୀ ୟାଉଣ୍ଡରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଅନ୍ତିମ ସଂସ୍କାର ସମୟରେ ଭୂସ୍ଖଳନ ହାଇ ୧୪ ଜଣଙ୍କ ମୃତ୍ୟୁ...

ରାଷ୍ଟ୍ରପତି ଦୌଡରେ ଲୋକପ୍ରିୟ ର଼୍ୟାପର୍‌, ବଢିପାରେ ଟ୍ରମ୍ପଙ୍କ ଲାଗି ଅଡୁଆ

ଓ୍ବାଶିଂଟନ,୫।୭: ଚଳିତ ବର୍ଷ ଶେଷ ବେଳକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ। ଏହି ଦୌଡରେ ଏବେ ସାମିଲ ହେବାକୁ ଯାଉଛନ୍ତି ମନୋରଞ୍ଜନ ଦୁନିଆର ଜଣେ ଲୋକପ୍ରିୟ...

କରୋନା ନେଲାଣି ୧୦ ଲକ୍ଷ ଜୀବନ

ୱାଶିଂଟନ,୨୯ ।୯: ସାରା ବିଶ୍ୱରେ କରୋନା ଭାଇରସ ତା’ର କାୟା ବିସ୍ତାର କରି ଚାଲିଛି । ଏବେସୁଦ୍ଧା ବିଶ୍ୱରେ କରୋନା ସଂକ୍ରମଣରେ ୧୦ ଲକ୍ଷ ଲୋକଙ୍କ...

ଆମେରିକାକୁ କାଳ ଅସିଦ୍ଧ ପରୀକ୍ଷା

ଓ୍ବାଶିଂଟନ,୧୯।୪: କରୋନା ଭାଇରସ୍‌ ବିଶ୍ୱକୁ ଗ୍ରାସକରି ଚାଲିଥିବା ବେଳେ ଆମେରିକା ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ସର୍ବାଧିକ ଭୂତାଣୁ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ଏଠାରେ ଦେଖିବାକୁ...

ଶ୍ରୀଲଙ୍କାରେ ଉତ୍କଟ ଆର୍ଥିକ ସଙ୍କଟ, ବାଧ୍ୟ ହୋଇ ଦେହ ବ୍ୟବସାୟ କରୁଛନ୍ତି ଯୁବତୀ…

କଲମ୍ବୋ, ୫।୬ : ଶ୍ରୀଲଙ୍କା ସ୍ବାଧୀନତା ପରଠାରୁ ସବୁଠୁ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ମୁଦ୍ରାସ୍ଫୀତି ଏକ ରେକର୍ଡ ସ୍ତରରେ ପହଞ୍ଚିଛି। ଜନସାଧାରଣ...

ଆଜିଠାରୁ ଟୁଇଟର କର୍ମଚାରୀଙ୍କ ଛଟେଇ ଆରମ୍ଭ, ଖର୍ଚ୍ଚ କାଟି ମସ୍କ ବଞ୍ଚାଇବେ ୮୨ ଅରବ ଟଙ୍କା

ୱାଶିଂଟନ,୪ ।୧୧: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏବେ ଟୁଇଟରର ମାଲିକ । ଟୁଇଟରକୁ କିଣିବା ପରେ ଏବେ ସେ ଏହାର କର୍ମଚାରୀ...

Advertisement
Archives

Model This Week