ଚାଇନା ଦେଲା ଶାନ୍ତି ପ୍ରସ୍ତାବ

ବେଜିଂ,୨୫ା୨: ୟୁକ୍ରେନ୍‌ରେ ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଚାଇନା ଶୁକ୍ରବାର ଶାନ୍ତି ପ୍ରସ୍ତାବ ଦେଇଛି। କିନ୍ତୁ ପାଶ୍ଚାତ୍ୟ ଶକ୍ତିଗୁଡ଼ିକ ଏହାକୁ ତତ୍କାଳ ଅଗ୍ରାହ୍ୟ କରିବା ସଙ୍ଗେ ସଙ୍ଗେ ମସ୍କୋ ସହ ଘନିଷ୍ଠତା ନ ବଢ଼ାଇବାକୁ ବେଜିଂକୁ ଚେତାବନୀ ଦେଇଛନ୍ତି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଚାଇନାର ଶାନ୍ତି ପ୍ରସ୍ତାବକୁ ନେଇ ସମୀକ୍ଷା କରିବା ପୂର୍ବରୁ ବେଜିଂ ସହ ଆଲୋଚନା କରିବାକୁ ଚାହାନ୍ତି ବୋଲି କହିଛନ୍ତି। ଯୁଦ୍ଧର ବର୍ଷପୂର୍ତ୍ତି ଅବସରରେ ବେଜିଂ ୧୨ ପୃଷ୍ଠା ସମ୍ବଳିତ ଏକ ‘ପଲିଟିକାଲ୍‌ ସେଟଲମେଣ୍ଟ’ ଜାରି କରିଛି। ରୁଷିଆ ଓ ୟୁକ୍ରେନ୍‌କୁ ସମସ୍ତ ପକ୍ଷ ସମର୍ଥନ କରିବା ସହ ଯଥାଶୀଘ୍ର ଆଲୋଚନା ଆରମ୍ଭ କରନ୍ତୁ। ଯୁଦ୍ଧରେ ଆଣବିକ ଅସ୍ତ୍ର ବ୍ୟବହାର କଲେ କିମ୍ବା ଏହି ଉଦ୍ଦେଶ୍ୟରେ ମୁତୟନ କରାଗଲେ ସଙ୍କଟ ଆହୁରି ବଢ଼ିବ ବୋଲି ଏଥିରେ କୁହାଯାଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆଣବିକ ଅସ୍ତ୍ର ପ୍ରୟୋଗର ଧମକ ଦେଉଥିବାବେଳେ ବେଜିଂର ଏପରି ସତର୍କବାଣୀକୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସହଜରେ ଗ୍ରହଣ କରିପାରି ନାହାନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍‌ ସୁଲିଭାନ୍‌ କହିଛନ୍ତି, ରୁଷିଆ ୟୁକ୍ରେନ୍‌ରୁ ନିଜ ସେନା ଅପସାରଣ ସହ ଆକ୍ରମଣ ବନ୍ଦ କଲେ ଆସନ୍ତାକାଲି ଯୁଦ୍ଧ ବନ୍ଦ ହୋଇଯିବ। ୟୁକ୍ରେନ୍‌, ଆମେରିକା କିମ୍ବା ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ରୁଷିଆକୁ ଆକ୍ରମଣ କରୁନାହାନ୍ତି। ରୁଷିଆ ଯୁଦ୍ଧରେ ପରାଜିତ ହୋଇସାରିଛି। ବେଜିଂରେ ୟୁକ୍ରେନୀୟ ଏବଂ ୟୁରୋପୀୟ ସଂଘ (ଇୟୁ) କୂଟନୀତିଜ୍ଞମାନେ ଯୁଦ୍ଧାବସାନ ପାଇଁ ରୁଷିଆ ଉପରେ ଅଧିକ ଚାପ ପକାଇବାକୁ ଚାଇନାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri