ଚାଇନାରେ ପୁଣି ଲକ ଡାଉନ, ସାଂଘାଇର ୟାଂଗପୁ ଜିଲାରେ ସାମୁହିକ କୋଭିଡ ଯାଞ୍ଚ ନିର୍ଦ୍ଦେଶ

ବେଜିଂ,୨୯ ।୧୦: ତିନି ବର୍ଷ ପୂର୍ବରୁ ଉହାନରୁ ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସ ପୁଣିଥରେ ଚାଇନାରେ ଦେଖିବାକୁ ମିଳିଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ସହରକୁ ଆଂଶିକ ଲକଡାଉନ ଘୋଷଣା କରାଯାଇଛି । ଶୁକ୍ରବାର ଚାଇନାର ବ୍ୟବସାୟୀକ ସହର ସାଂଘାଇର ପ୍ରଶାସନ ୟାଂଗପୁ ଜିଲାର ସମସ୍ତ ୧୩ ଲକ୍ଷ ଲୋକଙ୍କର କୋଭିଡ-୧୯ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କୁହାଯାଉଛି ଟେଷ୍ଟ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଲୋକେ ଘରୁ ବାହାରକୁ ଯାଇ ପାରିବେ ନାହିଁ ।
ସୂଚନାଯୋଗ୍ୟ, ଏଭଳି ନିର୍ଦ୍ଦେଶ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ବି ଦିଆଯାଇଥିଲା । ଫଳରେ ୨ ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସହରରେ ଲକ ଡାଉନ ଜାରି ରହିଥିଲା । ଅଢେଇ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ସ୍ଥାନୀୟ ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡିଥିଲା । ଗତଥର ଲକଡାଉରେ ସହର ଭିତରେ ଖାଦ୍ୟ ସଙ୍କଟ ଦେଖାଦେବାରୁ ଅନେକ ଥର ଜନତା ଓ ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।
ସୂଚନାଯୋଗ୍ୟ, ଚାଇନାର ବୁହାନରେ ଉତ୍ତର ପଶ୍ଚିମରେ ଥିବା କିଛି ସହରରେ କରୋନା ସଂକ୍ରମଣ ଦେଖାଦେବାରୁ ସେଠାରେ ପୁଣିଥରେ ଲକ ଡାଉନ ଲଗାଯାଇଛି । ଶୂନ୍ୟ କୋଭିଡ ନୀତି ଆଧାରରେ ଏଠାରେ ଲକଡାଉନ ଲଗାଯିବା ସହ ଉକ୍ତ ଅଞ୍ଚଳକୁ ସିଲ କରି ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଲଗାତାର ତୃତୀୟ ଦିନରେ ଚାଇନାରେ ଦୈନିକ ସଂକ୍ରମଣ ୧୦୦୦ରୁ ଅଧିକ ରହିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସରେ ବଢୁଛି ହିଂସା, ପୋଲିସ ଷ୍ଟେଶନ ସମେତ ଅନେକ କୋଠାରେ ଲାଗିଲା ନିଆଁ

ପ୍ୟାରିସ,୨୪।୬: ଫ୍ରାନ୍ସର ନ୍ୟୁ କାଲେଡୋନିଆରେ ବର୍ତ୍ତମାନ ଅଶାନ୍ତିର ବାତାବରଣ ଦେଖାଦେଇଛି। ରବିବାର ରାତିରେ ନ୍ୟୁ କାଲେଡୋନିଆ ଦ୍ୱୀପରେ ପୋଲିସ ଷ୍ଟେଶନ ଏବଂ ଟାଉନ ହଲ ସମେତ...

ଲିଥିୟମ ବ୍ୟାଟେରୀ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୧୬ ମୃତ, ୫ ନିଖୋଜ

ସିଓଲ,୨୪।୬: ଦକ୍ଷିଣ କୋରିଆର ଲିଥିୟମ ବ୍ୟାଟେରୀ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା...

ପ୍ରବଳ ଗରମ, ୧୩ ଶହ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୪।୬: ଚଳିତ ବର୍ଷ ଭାରତରେ ପ୍ରବଳ ଗରମ ଅନୁଭୂତ ହୋଇଥିବା ବେଳେ ସାଉଦୀ ଆରବରେ ଏବେ ସ୍ଥିତି ଅସମ୍ଭାଳ ହୋଇଛି । ଏଠି ପାଖାପାଖି...

ପରମାଣୁ ବୋମା ପକାଇବ ରୁଷିଆ, ପୁଟିନ ଦେଲେ ଏମିତି ନିର୍ଦ୍ଦେଶ

ମସ୍କୋ,୨୪।୮: ପରମାଣୁ ଅସ୍ତ୍ର ବ୍ୟବହାରକୁ ନେଇ ରୁଷିଆ ନୀତି ବଦଳାଇବାକୁ ଯାଉଛି। ଏହା କରିବା ପରେ ରୁଷିଆ ଅଳ୍ପ ସମୟ ମଧ୍ୟରେ ଆଣବିକ ଆକ୍ରମଣ ଉପରେ...

ଆତଙ୍କବାଦୀ ଆକ୍ରମଣରେ ୧୫ ପୋଲିସକର୍ମୀଙ୍କ ସହ ଅନେକ ନାଗରିକ ମୃତ

ମସ୍କୋ,୨୪।୬: ରୁଷିଆର ଦକ୍ଷିଣ ପ୍ରଦେଶ ଡେଜିସ୍ତାନରେ ଖ୍ରୀଷ୍ଟିଆନ ଏବଂ ଯିହୂଦୀମାନଙ୍କ ଧର୍ମସ୍ଥଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଡେଜିସ୍ତାନର ଡର୍ବେଣ୍ଟ ସହରରେ ଏହି ଗୁଳି ବିନିମୟ...

ପିଓକେରେ ଅର୍ଦ୍ଧସାମରିକ ସୈନ୍ୟଙ୍କୁ ମୁତୟନ କରିବ ପାକିସ୍ତାନ

ଇସ୍‌ଲାମାବାଦ,୨୩ା୬: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଅର୍ଦ୍ଧସାମରିକ ବଳ ଫ୍ରଣ୍ଟିୟର କନ୍‌ଷ୍ଟାବୁଲାରିକୁ ନିୟୋଜିତ କିରବା ପାଇଁ ପାକିସ୍ତାନ ସରକାର ରବିବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗତ...

ସୁଧୁରୁ ନାହିଁ ଚାଇନା! ଏହି ଦେଶର ନୌସେନାକୁ ଛୁରି, କୁରାଢି, ହାତୁଡିରେ କଲା ଆକ୍ରମଣ

ବେଜିଂ,୨୩।୬: ଫିଲିପାଇନ୍ସର ରାଷ୍ଟ୍ରପତି ରବିବାର କହିଛନ୍ତି ଯେ ତାଙ୍କ ଦେଶ କୌଣସି ବିଦେଶୀ ଶକ୍ତି ଆଗରେ ନଇଁବ ନାହିଁ କିମ୍ବା ଯୁଦ୍ଧ ଆରମ୍ଭ କରିବ ନାହିଁ।...

ଏକ୍ସ ୟୁଜର୍ସଙ୍କୁ ବଡ଼ ଝଟ୍‌କା: ଏଣିକି ସାଧାରଣ ୟୁଜର୍ସ ବ୍ୟବହାର କରିପାରିବେନି ଏହି ଫିଚର୍‌

କାଲିଫର୍ନିଆ,୨୩।୬: ଏଲନ ମସ୍କ ଏକ୍ସର ଦାୟିତ୍ୱ ନେବା ପରେ ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ସଂପୂର୍ଣ୍ଣ ବଦଳି ଯାଇଛି। ନାମ, ଲୋଗୋ, ଡୋମେନ ଠାରୁ ଫିଚର୍‌ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri