ତିବ୍ବତରେ ୫ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ଡିଏନ୍‌ଏ ନମୁନା ସଂଗ୍ରହ କରୁଛି ଚାଇନା…

ଲେହ,୮।୯ : ତିବ୍ଦତ ଅଞ୍ଚଳରେ ସାଧାରଣ ନାଗରିକଙ୍କ ଡିଏନ୍‌ଏ ସଂଗ୍ରହ ପାଇଁ ଚାଇନା ଉଦ୍ୟମ ଜାରି ରଖିଛି। ଏହି ଅନ୍ତର୍ଗତ ଚାଇନା ପକ୍ଷରୁ ପାଞ୍ଚ ବର୍ଷରୁ କମ ପିଲାମାନଙ୍କର ରକ୍ତ ନମୁନା ନିଆଯାଉଛି। ମାନବାଧିକାର ଗୋଷ୍ଠୀଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଚାଇନା ଅଧିକାରୀମାନେ ସମଗ୍ର ତିବ୍ଦତରେ ମାନବାଧିକାରର ଉଲ୍ଲଂଘନ କରୁଛନ୍ତି।

ଏହା ପ୍ରଥମ ଘଟଣା ନୁହେଁ ଯେ ଚାଇନା କର୍ତ୍ତୃପକ୍ଷ ତିବ୍ଦତୀୟମାନଙ୍କ ବାୟୋମେଟ୍ରିକ ତଥ୍ୟ ସଂଗ୍ରହ କରୁଛନ୍ତି। ୨୦୨୦ରେ, ଅଷ୍ଟ୍ରେଲିୟ ଷ୍ଟ୍ରାଟେଜିକ ଇନଷ୍ଟିଚ୍ୟୁଟ ମଧ୍ୟ ଏକ ସମାନ ରିପୋର୍ଟ ପ୍ରକାଶ କରିଥିଲା ଯେଉଁଥିରେ କୁହାଯାଇଥିଲା ଚାଇନା ୨୦୧୩ ଠାରୁ ରକ୍ତ ନମୁନା ସଂଗ୍ରହ ପାଇଁ ମାଗଣା ଶାରୀରିକ ପରୀକ୍ଷା ଦେଉଛି। ବର୍ତ୍ତମାନ ପରିସ୍ଥିତିରେ, ସେ ମନଇଚ୍ଛା ଏହି ଲୋକଙ୍କ ତଥ୍ୟ ସଂଗ୍ରହ କରିବାରେ ସକ୍ଷମ ହେବେ।

ନିକାଇ ଏସିଆରେ ପାକ ୟି କହିଛନ୍ତି ଯେ ଚାଇନାର ଅଧିକାରୀମାନେ ଜୁଲାଇ ୨୦୧୯ ରେ ରକ୍ତ ନମୁନା ସଂଗ୍ରହ ପାଇଁ ଏକ ବିଶାଳ ଅଭିଯାନ କରିଥିଲେ। ସରକାର ଏହାକୁ ଜନସଂଖ୍ୟା ପରିଚାଳନା ନୀତିର ଏକ ଅଂଶ ବୋଲି କହୁଛନ୍ତି। ସେ ବର୍ତ୍ତମାନ ନିମୁ କାଉଣ୍ଟି ଶିଶୁ ଉଦ୍ୟାନରେ ପିଲାମାନଙ୍କଠାରୁ ରକ୍ତ ନମୁନା ନେଇ ଡିଏନ୍‌ଏ ସଂଗ୍ରହ ଅଭିଯାନରେ ପାଞ୍ଚ ବର୍ଷରୁ କମ ପିଲାମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିଛନ୍ତି।

ଅପରାଧର ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଇଁ ଚାଇନା ଅଧିକାରୀମାନେ ଏଭଳି ପ୍ରକ୍ରିୟା କରିଛନ୍ତି। କିନ୍ତୁ ଅଧିକାର ଗୋଷ୍ଠୀ କହିଛି ଯେ ଏହା ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ବିପଦରେ ପକାଇବ। ରିପୋର୍ଟରେ କୁହାଯାଇଛି ଯେ ଚାଇନା ଏହି ପ୍ରକ୍ରିୟା ପାଇଁ ସର୍ବସାଧାରଣରେ କୌଣସି ପ୍ରମାଣ ଛାଡି ନାହିଁ।

ଏହାକୁ ନେଇ ମାନବାଧିକାର ଗୋଷ୍ଠୀ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri