ଓଡ଼ିଶାର ବୟନଶିଳ୍ପ ଆକର୍ଷଣର କେନ୍ଦ୍ରବିନ୍ଦୁ: ମନ୍ତ୍ରୀ

ଭୁବନେଶ୍ବର, ୮।୯(ବ୍ୟୁରୋ): ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ୩ୟ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨ ଅନୁଷ୍ଠିତ ହେବ। ରାଜ୍ୟ ବାହାରର ପୁଞ୍ଜିନିବେଶକାରୀଙ୍କୁ ଆମନ୍ତ୍ରଣ କରିବା ଏବଂ ଓଡ଼ିଶାର ବୟନ ଶିଳ୍ପକୁ ପ୍ରମୁଖ ସ୍ଥାନ ଦେବା ଲକ୍ଷ୍ୟରେ ବୁଧବାର କୋଲକାତାଠାରେ ଏକ ରୋଡ୍‌ ଶୋ’ର ଆୟୋଜନ କରାଯାଇଛି। ଏଥିରେ ଯୋଗଦେଇ ମନ୍ତ୍ରୀ ରୀତା ସାହୁ କହିଛନ୍ତି, ଓଡ଼ିଶାର ହସ୍ତତନ୍ତ ଓ ବୟନଶିଳ୍ପ ଆକର୍ଷଣର କେନ୍ଦ୍ରବିନ୍ଦୁ। ଏହି କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ହାସଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାର ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶକାରୀମାନେ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ମନ୍ତ୍ରୀ ସାହୁ ଆହ୍ବାନ ଦେଇଛନ୍ତି। ବିଭାଗୀୟ ସଚିବ ଶୁଭା ଶର୍ମା ଉପସ୍ଥିତ ନିବେଶକଙ୍କୁ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨’ରେ ପ୍ରତ୍ୟକ୍ଷ ଭାବେ ଯୋଗଦେଇ ଓଡ଼ିଶାରେ ଉପଲବ୍ଧ ଥିବା ସୁଯୋଗ ସମ୍ପର୍କରେ ଅବଗତ ହେବା ପାଇଁ ଅନୁରୋଧ କରିଛନ୍ତି। ଓଡ଼ିଶା ବୟନ ନୀତି (ଟେକ୍ସଟାଇଲ୍‌ ପଲିସି) ଏକ ସର୍ବୋତ୍ତମ ଶିଳ୍ପନୀତି ଭାବେ ପରିଗଣିତ ବୋଲି ସଚିବ ଶର୍ମା କହିଥିଲେ। ଏହି ରୋଡ୍‌ ଶୋ’ରେ ୧୫୦ରୁ ଅଧିକ ଶିଳ୍ପ ପ୍ରତିନିଧି ଓ ଟେକ୍ସଟାଇଲ୍‌ ଏବଂ ଆପାରେଲ୍‌ ଇଣ୍ଡଷ୍ଟ୍ରିର ୧୫ ଜଣ ପ୍ରତିନିଧି ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

CJP କୁ ନେଇ ଏମିତି କହିଲେ ମମତା ବାନାର୍ଜୀ, ରାଜନୀତି ହେଲାଣି ସରଗରମ

ନୂଆଦିଲ୍ଲୀ,୩।୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକରୋଚ ଜନତା ପାର୍ଟି’ (CJP) ଦ୍ୱାରା ଚାଲିଥିବା…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?