Posted inଜାତୀୟ

ଏଲ୍‌ଏସିରେ ସୈନ୍ୟ ଶିବିର ନିର୍ମାଣ କରୁଛି ଚାଇନା…

ନୂଆଦିଲ୍ଲୀ/ଲଦାଖ,୨୭।୯: ପୂର୍ବ ଲଦାଖରେ ଭାରତୀୟ ସେନା ଏବଂ ଚାଇନାର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ମୁହାଁମୁହିଁ ହେବାର ସତର ମାସ ବିତିଛି। ତେବେ ମଧ୍ୟ ଚାଇନା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲ୍‌ଏସି)ରେ ଉତ୍ତେଜନା ବୃଦ୍ଧିି ଭଳି କାର୍ଯ୍ୟ ଜାରି ରଖିଛି। ଗଲଓ୍ବାନ ଘାଟିର ସଂଘର୍ଷ ପରେ ପରେ ଚାଇନା ସୀମାନ୍ତରେ ସୈନ୍ୟ ଆଶ୍ରୟସ୍ଥଳ ନିର୍ମାଣ ଜାରି ରଖିଛି। ନିଜର ସାମରିକ ସ୍ଥିତିକୁ ଏକୀକରଣ କରିବା ଏବଂ ଭାରତ ଆଡକୁ ମୁହାଁଇଥିବା ଏୟାର ବେସର ନବୀକରଣ ମଧ୍ୟ ଚାଇନା ଜାରି ରଖିଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ପିପୁଲ୍ସ ଲିବରେସନ ଆର୍ମି ପୂର୍ବ ଲଦାଖରେ ଥିବା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ ନିକଟରେ ଅତି କମରେ ଆଠଟି ଫରୱାର୍ଡ ଅଞ୍ଚଳରେ ନୂତନ ମଡ୍ୟୁଲାର୍‌ କଣ୍ଟେନର-ଆଧାରିତ ଆବାସ ନିର୍ମାଣ କରିଛି।

ନୂତନ ଭାବରେ ନିର୍ମିତ ଟ୍ରୁପ ଆଶ୍ରୟସ୍ଥଳ ଉତ୍ତରରେ ଥିବା କାରାକୋରାମ ଗିରିପଥ ନିକଟରେ ଉତ୍ତରରେ ୱାହାବ ଜିଲଗା ଠାରୁ ପିୟୁ, ହଟ ସ୍ପ୍ରିଙ୍ଗସ, ଚାଙ୍ଗ ଲା, ତାସିଗୋଙ୍ଗ, ମଞ୍ଜା ଏବଂ ଚରୁପ ପର୍ଯ୍ୟନ୍ତ ଏଲ୍‌ଏସିର ଦକ୍ଷିଣ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ୮୦ରୁ ୮୪ କଣ୍ଟେନର ସାତଟି କ୍ଲଷ୍ଟରରେ ରଖାଯାଇଛି।

ଲଦାଖରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ୩.୪୮୮ କିଲୋମିଟର ମଧ୍ୟରେ ଚାଇନା ନୂତନ ଏୟାରଷ୍ଟ୍ରିପ ଏବଂ ହେଲିପ୍ୟାଡ ବିକଶିତ କରିବାରେ ଲାଗିଛି। ଏହା ବ୍ୟତୀତ ହୋଟାନ, କାଶଗର, ଗାର୍ଗୁନ୍ସା (ନାଗରୀ ଗୁନ୍ସା), ଲାସା-ଗୋଙ୍ଗାର ଏବଂ ଶିଗାଟସେଠାରେ ଥିବା ଏୟାର ବେସ୍‌ର ନବୀକରଣ ମଧ୍ୟ ଜାରି ରଖିଛି।

ଏହାଦ୍ୱାରା ଏଲ୍‌ଏସିରେ ଉତ୍ତେଜନା ସୃଷ୍ଟି ହେବାରେ ଲାଗିଛି। ଥିରୁ ଚାଇନାର ଯୁଦ୍ଧଖୋର ନୀତିର ସ୍ପଷ୍ଟ ପ୍ରମାଣ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁର ଶନି ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଦାନ ହୁଣ୍ଡି ଭାଙ୍ଗି ଲୁଟିନେଲେ…

ଦିଗପହଣ୍ଡି,୧୦ା୭(ଅଶେଷ ନାଥ ମିଶ୍ର): ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପାଟପୁର ଥାନା ଠାରୁ ମାତ୍ର ଶହେ…

୪ ବର୍ଷର ଶିଶୁ କନ୍ୟାଙ୍କୁ ନିର୍ଜନ ସ୍ଥାନକୁ ଡାକିନେଲେ ନାବାଳକ: ବଳାତ୍କାର ପରେ ଘଟିଲା…

ଡାବୁଗାଁ,୧୦।୭(ସବିତା ମହାନ୍ତି):ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳର ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ପୋଲିସ…

ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡରୁ ମୋଦିଙ୍କ ବଡ଼ ଘୋଷଣା, ଏଠାରେ ଖେଳାଯିବ ବିଗ୍ ବାଶ ଲିଗ୍

ନୂଆଦିଲ୍ଲୀ,୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତ ସମୟରେ ପ୍ରତିଷ୍ଠିତ ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ (MCG) ପରିଦର୍ଶନ କରିଥିଲେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡା କୂଟନୀତିକୁ…

ରାଶନ କାର୍ଡ ଅଛି, ଚାଉଳ ମିଳୁନାହିଁ: ୫ ମାସ ଧରି ଅପେକ୍ଷାରେ ହିତାଧିକାରୀ

ଅମରପାଲି, ୧୦ା୭ (ପୀତାମ୍ବର ସାହୁ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ସୁରକ୍ଷା ଯୋଜନାରେ ବୀରମହାରାଜପୁର ବ୍ଲକରେ ଗୁରୁତର ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି।…

ଅଦିନିଆ ରଥଯାତ୍ରା: ଗଜପତିଙ୍କ ଅନୁରୋଧ, ଇସ୍କନର ଜିଦ୍‌

ବାରମ୍ବାର ଅନୁରୋଧ ଓ ତାଗିଦ୍‌ ସତ୍ତ୍ୱେ ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ। ଏପରିକି ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି…

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

ଜଳୁଛି ଇରାନ! ଅନେକ ସହରରେ ବିସ୍ଫୋରଣ ପରେ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ବଡ଼ ଚାଲ୍ ଖେଳୁଛନ୍ତି…

ଓ୍ବାଶିଂଟନ,୧୦।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟର ଶେଷ ଦିନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ତାଙ୍କ ପୁଅ ମୁସ୍ତାଫା ଖାମେନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri