ପ୍ରଧାନମନ୍ତ୍ରୀ ମୋଦିଙ୍କ ଅରୁଣାଚଳ ଗସ୍ତକୁ ନେଇ ରାଗିଗଲା ଚାଇନା

ବେଜିଂ,୧୧।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ ଅରୁଣାଚଳପ୍ରଦେଶ ଗସ୍ତରେ ଯାଇଥିବାରୁ ଚାଇନା ସୋମବାର ଭାରତ ନିକଟରେ ପ୍ରତିବାଦ ଜଣାଇଛି। ଅରୁଣାଚଳକୁ ଚାଇନା ନିଜର ଦାବି କରିଆସୁଥିବାବେଳେ ଭାରତର ପଦକ୍ଷେପ ସୀମା ପ୍ରସଙ୍ଗକୁ ଜଟିଳ କରିବ ବୋଲି ବେଜିଂ ଦୋହରାଇଛି। ଗତ ଶନିବାର ପ୍ରଧାନମନ୍ତ୍ରୀ ଅରୁଣାଚଳପ୍ରଦେଶ ଯାଇ ୧୩,୦୦୦ ଫୁଟ ଉଚ୍ଚତାରେ ନିର୍ମିତ ସେଲା ଟନେଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ତାଓ୍ବାଙ୍ଗକୁ ଏହା ସବୁଦିନିଆ ସଂଯୋଗ ଯୋଗାଇଦେବା ସହ ଫ୍ରଣ୍ଟିୟର ଅଞ୍ଚଳକୁ ସେନା ଓ ଅସ୍ତ୍ରଶସ୍ତ୍ର ପରିବହନ ସହଜ ହୋଇପାରିବ। ୮୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟନେଲ ଆସାମର ତେଜପୁରକୁ ଅରୁଣାଚଳପ୍ରଦେଶର ଓ୍ବେଷ୍ଟ କାମେଙ୍ଗ ଜିଲାକୁ ସଂଯୋଗ କରୁଛି। ୧୩,୦୦୦ ଫୁଟ୍‌ ଉଚ୍ଚତାରେ ଏହା ବିଶ୍ୱର ଦୀର୍ଘତମ ବାଇଲେନ୍‌ ଟନେଲ। ଚାଇନା କ୍ରମାଗତ ଭାବେ ଅରୁଣାଚଳପ୍ରଦେଶକୁ ଦକ୍ଷିଣ ତିବ୍ବତ ଭାବେ ଦାବି କରିବା ସହ ସେଠାକୁ ଭାରତୀୟ ନେତାମାନଙ୍କ ଗସ୍ତକୁ ବିରୋଧ କରିଆସୁଛି। ଉକ୍ତ ଅଞ୍ଚଳକୁ ବେଜିଂ ଜାଙ୍ଗ୍‌ନାନ ଭାବେ ନାମିତ କରିଛି। ଅନ୍ୟପକ୍ଷରେ ଚାଇନାର ଦାବିକୁ ଭାରତ ପ୍ରତ୍ୟାଖ୍ୟାନ କରିଆସିଛି। ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ସେଠାର ବିଭିନ୍ନ ଅଞ୍ଚଳକୁ ଚାଇନା ନାମକରଣ କରିବାକୁ ମଧ୍ୟ ନୂଆଦିଲ୍ଲୀ ବିରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ…

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

ସତ୍ୟର ପ୍ରୟୋଗ ବନାମ କାଳର ପ୍ରଭାବ

ବଡ଼ ବଡ଼ ମାଛ ଛୋଟ ଛୋଟ ମାଛକୁ ଖାଇ ସଫା କରିଦେଲା ପରି ବଡ଼ ବଡ଼ ଖବର ଦାଉରେ ଆଜିକାଲି ଛୋଟ ଛୋଟ ଖବର ଆଖିରେ ପଡ଼ୁନାହାନ୍ତି।…

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨ା୬: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦରୁ କିର୍‌ ଷ୍ଟାର୍ମର ଇସ୍ତଫା ଦେବାକୁ ଯାଉଥିବା ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଆଣ୍ଡି ବର୍ନହାମ୍‌ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ…

ଚାଲିବା କେଉଁଠି

ସୁପ୍ରିମକୋର୍ଟ ୧୯ ଜୁନ୍‌ରେ ଏକ ରାୟରେ କହିଛନ୍ତି, ଚିହ୍ନଟ ହୋଇଥିବା ଫୁଟ୍‌ପାଥ ବା ପାଦଚଲା ପଥରେ ଚାଲିବା ଏକ ମୌଳିକ ଅଧିକାର। ଏହି ଅଧିକାର ସମ୍ବିଧାନର ଅନୁଚ୍ଛେଦ…

ସ୍ବିଜରଲ୍ୟାଣ୍ଡରେ ଆମେରିକା-ଇରାନ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ, ଉଚ୍ଚସ୍ତରୀୟ କମିଟି ଉପରେ ସହମତ, ଜାଣନ୍ତୁ କ’ଣ କହିଲେ ଆରାଘଚି

ବେର୍ନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଏହି ଆଲୋଚନାର ଅଂଶ ସ୍ବରୂପ ଉଭୟ ପକ୍ଷ ଏକ ଉଚ୍ଚସ୍ତରୀୟ କମିଟି…

ଜାଣନ୍ତି କି କାହିଁକି ଖରାପ ହୁଏ କିଡ୍‌ନୀ?

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

ହେବ ଭାରତ ପାକିସ୍ତାନ ଯୁଦ୍ଧ! ବିଲାୱଲ ଭୁଟ୍ଟୋଙ୍କ ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତକୁ ଦେଲେ ଧମକ

ଇସଲାମାବାଦ,୨୨।୬: ଭାରତ ମିଳିତ ଜାତିସଂଘରେ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଦୀର୍ଘଦିନର ମତକୁ ପୁନରାବୃତ୍ତି କରିବା ପରେ ପାକିସ୍ତାନ କ୍ରୋଧିତ ହୋଇଛି। ପ୍ରାରମ୍ଭରେ, ପାକିସ୍ତାନ ପିପୁଲ୍ସ ପାର୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri