ତିବ୍ୱତରେ ବିକାଶ ନାଁରେ ସେନା ଢାଞ୍ଚାକୁ ବଢାଉଛି ଚାଇନା, ନୂଆ ରେଲୱେ ଲାଇନ, ବିମାନ ବନ୍ଦର ପ୍ରସ୍ତୁତ

ବେଜିଂ,୧୩ ।୨: କୁଟିଳତା ଓ ଚାଲକିରେ ସମସ୍ତଙ୍କୁ ପଛରେ ପକାଇ ଦେଉଥିବ ଚାଇନା ଏବେ ତିବ୍ୱତରେ ପଇନ୍ତରା ଆରମ୍ଭ କରିଦେଇଛି । ବିକାଶ ନାଁରେ ତିବ୍ୱତରେ ଦ୍ରୁତ ଗତିରେ ସେନା ଢାଞ୍ଚାକୁ ବଢାଇବାରେ ଲାଗିଛି ଚାଇନା । ଏହା ପୂର୍ବରୁ ଚାଇନା ତିବ୍ୱତର ସଂସ୍କୃତି ଓ ପରିଚୟକୁ ନଷ୍ଟ କରିବାରେ ବର୍ଷ ବର୍ଷ ହେଲା ଲାଗିଛି । ହେଲେ ଏବେ ତିବ୍ୱତରେ ଚାଇନା ବିରୋଧରେ ସ୍ୱର ଉଠିଲାଣି । ଚାଇନା ଏହି ବିରୋଧକୁ ନଷ୍ଟ କରିବାକୁ ଚାଲାକି ଢଙ୍ଗରେ ବିକାଶ ନାଁରେ ଏମିତି ଢଙ୍ଗରେ ପ୍ରସ୍ତୁତି କରୁଛି ଯାହାଦ୍ୱାରା ଅତି ସହଜରେ ଓ ଶୀଘ୍ର ତିବ୍ୱତରେ ସେନା ପହଞ୍ଚିପାରିବେ ।

ତିବ୍ୱତ ରାଇଟ କଲେକ୍ଟିଭର ଏକ ରିପୋର୍ଟ ଅନୁଯାୟୀ, ଚାଇନା ୨୦୨୫ ସୁଦ୍ଧା ତିବ୍ୱତରେ ୪,୦୦୦ କିଲୋମିଟର ଲମ୍ବା ରେଳ ଲାଇନ ବିଛାଇବାକୁ ଲକ୍ଷ୍ୟ ରଖିଛି । ଏହା ବ୍ୟତୀତ ୨୦୩୫ ସୁଦ୍ଧା ୫୯ ନୂଆ ବିମାନବନ୍ଦର ଓ ୩୦୦ ହେଲିପ୍ୟାଡ ବି ତିଆରି କରିବାର ଯୋଜନା ରଖିଛି । ତିବ୍ୱତ ପଲିସି ଇନଷ୍ଟିଚ୍ୟୁଟ ଅନୁଯାୟୀ, ଚାଇନା ତିବ୍ୱତରେ ଯାହା ସବୁ କରୁଛି ତାହା ତିବ୍ୱତ ଲୋକଙ୍କ ସୁବିଧା ପାଇଁ ନୁହେଁ ବରଂ ଏଠାକାର ଲୋକଙ୍କ ବିରୋଧକୁ ଚପାଇ ଦେବାକୁ ତୁରନ୍ତ ସେନା ପଠାଇବାକୁ ପ୍ରସ୍ତୁତ କରୁଛି । ଚାଇନାର ଲକ୍ଷ୍ୟ ରହିଛି ତିବ୍ୱତରେ ବୌଦ୍ଧ ପରିଚୟକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେଇ ଏହାକୁ ଚାଇନା ସହ ମିଶାଇ ଦେବାକୁ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…

ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ, ପ୍ରଥମେ ଶିବସେନା-ଏନସିପି ପରେ ଏବେ TMC…

ନୂଆଦିଲ୍ଲୀ,୧୮।୯: ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ଅନ୍ତରୀଣ ଭାବେ ଫ୍ରିଜ୍‌ କରିବା ପରେ ଭାରତୀୟ ନିର୍ବାଚନ କମିଶନ (ECI)କୁ ନେଇ ରାଜନୈତିକ ବିବାଦ…

ସୁରକ୍ଷାକର୍ମୀଙ୍କ ସାମ୍ନାରେ ହାତ ଯୋଡ଼ିଲେ ସଲମାନ; ଗଣେଶ ଦର୍ଶନ ପରେ…

ମୁମ୍ବାଇ: ବଲିଉଡର ‘ଭାଇଜାନ’ ସଲମାନ ଖାନ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା, କିନ୍ତୁ ସମ୍ପ୍ରତି ସେ ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

ଡିଜିପି ଚୟନ: ୨୨ ଶୁଣାଣିକୁ ଅପେକ୍ଷା

ଭୁବନେଶ୍ୱର,୧୮ା୯(ସୁନିତ୍‌ ମିଶ୍ର): ଓଡ଼ିଶା ଡିଜିପି ଚୟନ ନେଇ ଆସନ୍ତା ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗୁରୁବାର ଏହି ବାବଦରେ ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାର…

ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ

ଲଣ୍ଡନ,୧୮ା୯: ‘ଜଳ ହିଁ ଜୀବନ’। ପୃଥିବୀରେ ସମସ୍ତ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଭୂପୃଷ୍ଠରେ ନୁହେଁ, ପୃଥିବୀର ଭୂଗର୍ଭୀୟ…

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?