Posted inଜାତୀୟ

ଅରୁଣାଚଳରେ ଗାଁ ନିର୍ମାଣ କରିଛି ଚାଇନା

ନୂଆଦିଲ୍ଲୀ, ୧୯।୧: ସୀମାକୁ ନେଇ ଭାରତ ଓ ଚାଇନା ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଗତବର୍ଷ ମେ’ରୁ ଦୁଇଦେଶର ସୈନ୍ୟବାହିନୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଛି। ଗତବର୍ଷ ଜୁନ୍‌ରେ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଉଭୟ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଅଚଳାବସ୍ଥାର ସମାଧାନ ପାଇଁ ଉଭୟ ସାମରିକ ଓ କୂଟନୈତିକ ସ୍ତରରେ ଏକାଧିକ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ହେଁ ସମାଧାନର ସୂତ୍ର ବାହାରିପାରି ନାହିଁ। ଦୁଇଦେଶ ସୀମାରେ ସୈନ୍ୟ ସଂଖ୍ୟା ବଢ଼ାଇଛନ୍ତି। ଦୁଇ ସେନା ମଧ୍ୟରେ ମୁହାଁମୁହିଁ ସ୍ଥିତି ସତ୍ତ୍ୱେ ଚାଇନା ତା’ର ବିସ୍ତାରବାଦୀ ଆଭିମୁଖ୍ୟ ଜାରି ରଖିଛି। ଅରୁଣାଚଳ ପ୍ରଦେଶରେ ଚାଇନା ଏକ ଗ୍ରାମ ନିର୍ମାଣ କରିଛି, ଯେଉଁଥିରେ ପ୍ରାୟ ୧୦୧ ଘର ରହିଛି। ଗତବର୍ଷ ନଭେମ୍ବର ୧ରେ ଆସିଥିବା ଉପଗ୍ରହ ଚିତ୍ରକୁ ଅନେକ ବିଶେଷଜ୍ଞ ଅନୁଧ୍ୟାନ କରିବା ପରେ ଗ୍ରାମ ନିର୍ମାଣ ହୋଇଥିବା ସ୍ପଷ୍ଟ କରିଛନ୍ତି। ସୀମାଠାରୁ ୪.୫ କିଲୋମିଟର ଭାରତୀୟ ଅଞ୍ଚଳ ମଧ୍ୟରେ ଚାଇନାର ନିର୍ମାଣ ଭାରତ ପାଇଁ ଚିନ୍ତାର କାରଣ ହୋଇଛି।
ଚାଇନାର ଗାଁ ନିର୍ମାଣ ସମ୍ପର୍କରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି, ସୀମାରେ ସମସ୍ତ ନିର୍ମାଣ ଉପରେ ସରକାର କଡ଼ା ନଜର ରଖିଛନ୍ତି। ଦେଶର ସାର୍ବଭୌମତ୍ୱ ଓ ଆଞ୍ଚଳିକ ସଂହତିର ସୁରକ୍ଷା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ମଧ୍ୟ ସୀମାନ୍ତ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ରାସ୍ତା ଓ ପୋଲ ନିର୍ମାଣ କରୁଛି।
ଉପର ସୁବନସିରି ଜିଲା ଅନ୍ତର୍ଗତ ସାରି ଚୁ ନଦୀକୂଳରେ ଗଢ଼ିଉଠିଛି ଏହି ଗାଁ। ଉକ୍ତ ଅଞ୍ଚଳକୁ ନେଇ ଭାରତ ଓ ଚାଇନା ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗିରହିଥିବାବେଳେ ସଶସ୍ତ୍ର ସଂଘର୍ଷ ମଧ୍ୟ ହୋଇଛି। ୨୦୧୯ ଅଗଷ୍ଟ ୨୬ରେ ଉକ୍ତ ଅଞ୍ଚଳରେ କୌଣସି ନିର୍ମାଣ ଆରମ୍ଭ ହୋଇ ନ ଥିଲା। ଏପରିକି ୨୦୨୦ ଅଗଷ୍ଟରେ ମଧ୍ୟ ସେଠାରେ ଗାଁ ଦେଖାଯାଇ ନ ଥିଲା। ତେଣୁ ଖୁବ୍‌ କମ୍‌ ଦିନ ମଧ୍ୟରେ ୧୦୧ଟି ଘର ନିର୍ମାଣ ହୋଇଥିବା ଜଣାପଡ଼ିଛି। ଚାଇନା ଗତ କିଛିବର୍ଷ ହେବ ସୀମାରେ ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ଜାରି ରଖିଛି। ଭାରତ ସରକାର ମଧ୍ୟ ସୀମାରେ ଭିତ୍ତିଭୂମିର ବିକାଶ କରୁଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଗମନାଗମନ ପାଇଁ ରାସ୍ତା, ବ୍ରିଜ୍‌ ନିର୍ମାଣ ଜରୁରୀ। ଗତବର୍ଷ ନଭେମ୍ବରରେ ଉପଗ୍ରହ ଚିତ୍ର ଆସିବା ପରେ ଅରୁଣାଚଳପ୍ରଦେଶର ଭାଜପା ଏମ୍‌ପି ଟାପିର ଗାଓ ଏ ସମ୍ପର୍କରେ ଲୋକ ସଭାକୁ ସତର୍କ କରାଇଥିଲେ। ଉପର ସୁବନସିରିରେ ଚାଇନା ଦୁଇଥାକିଆ ରାସ୍ତା ନିର୍ମାଣ ଜାରି ରଖିଥିବା ଟାପିର କହିଛନ୍ତି। ସେମାନେ ଲେନ୍‌ସି ନଦୀ କୂଳରେ ରାସ୍ତା ନିର୍ମାଣ କରୁଛନ୍ତି। ନଦୀ ପାର୍ଶ୍ୱରୁ ଦେଖିଲେ ଚାଇନା ଉପର ସୁବନସିରି ଜିଲାର ୬୦-୭୦ କିଲୋମିଟର ଭିତରକୁ ପଶିଆସିଲାଣି ବୋଲି ଭାଜପା ଏମ୍‌ପି ସତର୍କ କରାଇଥିଲେ।
ଚାଇନାର ଗ୍ରାମ ନିର୍ମାଣ କଥାକୁ ସୋମବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ସ୍ବୀକାର କରିଛି। କୂଟନୈତିକ ସ୍ତରରେ ବେଜିଂ ନିକଟରେ ଏହାର ପ୍ରତିବାଦ କରାଯାଇଛି କି ବୋଲି ପ୍ରଶ୍ନ ହେବାରୁ ମନ୍ତ୍ରଣାଳୟ ସିଧାସଳଖ ଉତ୍ତର ନ ଦେଇ ସରକାର ସମସ୍ତ ନିର୍ମାଣ ଉପରେ ତୀକ୍ଷ୍ଣ ନଜର ରଖିଥିବା କଥା କହିଛି। ଭାରତୀୟ ଅଞ୍ଚଳ ମଧ୍ୟରେ ଚାଇନା ଗାଁ ରହିଥିବା ସର୍ଭେୟର ଜେନେରାଲ ଅଫ୍‌ ଇଣ୍ଡିଆର ଅନ୍ୟଲାଇନ ମ୍ୟାପରେ ସ୍ପଷ୍ଟ ଭାବେ ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?