ଚାଇନାକୁ ମିଳିଲା ଆଉ ଏକ ଦେଶର ସମର୍ଥନ

କଲମ୍ବୋ,୫।୮: ତାଇୱାନ ପ୍ରସଙ୍ଗରେ ଚାଇନା ଆଉ ଏକ ଦେଶର ସମର୍ଥନ ମିଳିଛି। ରୁଷିଆ ଏବଂ ପାକିସ୍ତାନର ସମର୍ଥନ ପରେ ବର୍ତ୍ତମାନ ଶ୍ରୀଲଙ୍କା ଚାଇନାକୁ ସମର୍ଥନ କରିଛି। ଆମେରିକାର ସିନେଟ୍‌ର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତର ଗୋଟିଏ ଦିନ ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରମସିଂଘେ ଓ୍ବାନ୍‌ ଏକ ଚାଇନା ନୀତି(ଓ୍ବାନ୍‌-ଚାଇନା-ପଲିସି) ପ୍ରତି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି।
ଶ୍ରୀଲଙ୍କା ରାଷ୍ଟ୍ରପତି ଏକ ଟୁଇଟ୍‌ ଯୋଗେ କହିଛନ୍ତି,ଶ୍ରୀଲଙ୍କାରେ ଚାଇନା ରାଷ୍ଟ୍ରଦୂତ କାଇ ଜେନହୋଙ୍ଗଙ୍କ ସହ ଏକ ବୈଠକରେ ମୁଁ ଏକ ଚାଇନା ନୀତି ପ୍ରତି ଶ୍ରୀଲଙ୍କାର ଦୃଢ ପ୍ରତିବଦ୍ଧତା, ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ଉପରେ ଜାତିସଂଘର ଚାର୍ଟର ନୀତିକୁ ଦୋହରାଇଛି। କାଇଙ୍କ ସହ ସାକ୍ଷାତ ସମୟରେ ୱିକ୍ରମସିଂଘେ କହିଛନ୍ତି, ଦେଶଗୁଡିକ ବିଶ୍ୱ ତିକ୍ତତାକୁ ଆହୁରି ବଢାଉଥିବା ଯେକୌଣସି ପ୍ରକାରର ଉତ୍ତେଜନାକୁ ଏଡ଼ାଇବା ଉଚିତ।
୧୯୪୮ରେ ସ୍ବାଧୀନତା ପରଠାରୁ ଶ୍ରୀଲଙ୍କା ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଶ୍ରୀଲଙ୍କାକୁ ଚାଇନାର ବହୁତ ଋଣ ଶୁଝିବାକୁ ପଡିବ। ଏପରି ପରିସ୍ଥିତିରେ ଶ୍ରୀଲଙ୍କା ଚାଇନାକୁ ସମର୍ଥନ ହେବା ସ୍ବାଭାବିକ।
ସୂଚନାଯୋଗ୍ୟ, ଆମେରିକା ସିନେଟ୍‌ର ବାଚସ୍ପତି ନାନ୍ସି ପୋଲୋସିଙ୍କ ତାଇଓ୍ବାନ ଗସ୍ତକୁ ଦୃଢ ବିରୋଧ କରିଛି ଚାଇନା। ପେଲୋସିଙ୍କ ଗସ୍ତ ପରେ ଚାଇନା କହିଛି ଏହାର ପ୍ରତିଶୋଧ ନେବାକୁ ତାଇୱାନ ନିକଟରେ ସାମରିକ ଅଭ୍ୟାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଉହାନ୍‌ରେ ହେବ ସମସ୍ତଙ୍କ କରୋନା ଟେଷ୍ଟ

ଉହାନ୍‌, ୧୩ା୫: ମହାମାରୀ କରୋନା ଏବେ ବିଶ୍ୱବାସୀଙ୍କୁ ଆତଙ୍କିତ କରି ରଖିଛି। ଚାଇନାରେ ଏହି ଭୂତାଣୁ କିଛିଟା ନିୟନ୍ତ୍ରଣକୁ ଆସିଥିଲେ ହେଁ ସମ୍ପୂର୍ଣ୍ଣ ଭାବେ ଏହାକୁ...

ଆସନ୍ତା ୫୦ ବର୍ଷ ମଧ୍ୟରେ ଭାରତରେ ଅନୁଭୂତ ହେବ ସାହାରା ମରୁଭୂମି ଭଳି ତାତି: ୧୨୦ କୋଟି ଭାରତୀୟ ହେବେ ପ୍ରଭାବିତ

ଲଣ୍ଡନ/ନୂଆଦିଲ୍ଲୀ,୬।୫: ସାରା ପୃଥିବୀରେ ବିଶ୍ୱତାପନ ଯୋଗୁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ଏହାର ପ୍ରଭାବ ଯଦି ଜାରି ରୁହେ, ତେବେ ଆସନ୍ତା ୫୦ ବର୍ଷ ମଧ୍ୟରେ...

ଗର୍ଲଫ୍ରେଣ୍ଡଙ୍କୁ ବର୍ଗର ଖୁଆଇବାକୁ ୨ଲକ୍ଷ ଟଙ୍କାରେ ହେଲିକପ୍ଟର ବୁକ୍‌ କରି ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଯୁବକ: ଆଉ ତା ପରେ…

ଜଣେ ବ୍ୟକ୍ତିଙ୍କ ବର୍ଗର ଖାଇବାକୁ ଇଚ୍ଛା ହେଲା। ମାତ୍ର ଘରପାଖରେ ତାଙ୍କୁ କୌଣସି ରେଷ୍ଟୁରାଣ୍ଟ ପସନ୍ଦ ହେଲାନାହିିଁ। ଶେଷରେ ସେ ପ୍ରେମିକାଙ୍କୁ ଧରି ୨ ଘଣ୍ଟା...

ପେନସନ୍‌ ପାଇଁ ମୃତଦେହକୁ ନେଇଗଲେ ପୋଷ୍ଟ ଅଫିସ୍‌…

ଡବଲିନ୍‌, ୨୩।୧ : ଆୟର୍ଲାଣ୍ଡର କାର୍ଲୋ ସହରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ୨ ଜଣ ଲୋକ ପେନସନ୍‌ ପାଇଁ ମୃତଦେହକୁ ନେଇ ଜୀବନ୍ତ...

ଆମେରିକା ବିରୋଧରେ ସ୍ବର ଉତ୍ତୋଳନ କଲା ଚାଇନା

ବେଜିଂ,୫ା୨: ଆମେରିକା ବିରୋଧରେ ଚାଇନା ଖୋଲାଖୋଲି ଭାବେ ସ୍ବର ଉତ୍ତୋଳନ ଆରମ୍ଭ କରିଛି। ଏଥର ଚାଇନା ତା’ର ମିତ୍ର ରାଷ୍ଟ୍ର ଉତ୍ତରକୋରିଆ ସପକ୍ଷରେ ସ୍ବର ଉତ୍ତୋଳନ...

ବୁଲେଟ ପ୍ରୁଫ୍‌ କାରରେ ବୁଲିବେ ଚାଇନା ଶ୍ରମିକ…

ଇସଲାମାବାଦା,୬।୧୧ : ପାକିସ୍ତାନରେ ଚାଲିଥିବା ସିପିଇସି ପ୍ରକଳ୍ପ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। କୁହାଯାଉଛି ଯେ ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ସମସ୍ତ...

ଆଷ୍ଟରଏଡ୍‌କୁ ନଷ୍ଟ କରିବ ନାସା

ଓ୍ବାଶିଂଟନ, ୭ା୧୧: ପୃଥିବୀ ଉପରେ ଅନେକ ସମୟରେ ବିପଦ ହୋଇ ଉଭା ହେଉଥିବା କ୍ଷୁଦ୍ର ଗ୍ରହପିଣ୍ଡ ବା ଆଷ୍ଟରଏଡ୍‌କୁ ନଷ୍ଟ କରିବାକୁ ଆମେରିକା ମହାକାଶ ଗବେଷଣା...

ରୁଷିଆ ବିରୋଧରେ ଜେଲେନ୍‌ସ୍କିଙ୍କ ବଡ଼ ଆକ୍ସନ

କ୍ୱିଭ୍‌,୩।୩: ରୁଷିଆ ଓ ୟକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ରୁଷିଆ ପକ୍ଷରୁ ଲଗାତର ଭାବେ ୟୁକ୍ରେନର ବିଭିନ୍ନ ସହରରେ ବୋମାମାଡ଼...

Advertisement
Archives

Model This Week