୨୨୫୩.୧୫ କୋଟିରେ ହେବ ୧୧ ପ୍ରକଳ୍ପ

ଭୁବନେଶ୍ବର,୫ା୮(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ୧୧ ନୂଆ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ଏଥିରେ ମୋଟ ୨୨୫୩.୧୫ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ପ୍ରକଳ୍ପଗୁଡ଼ିକରେ ମୋଟ୍‌ ୩,୮୧୭ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ (ସିଙ୍ଗିଲ ୱିଣ୍ଡୋ) କମିଟି ବୈଠକରେ ଏଥିଲାଗି ନୀତିଗତ ଅନୁମୋଦନ ମିଳିଛି।
ସୁନ୍ଦରଗଡ଼ରେ ୫୩୩.୨୫ କୋଟି ଟଙ୍କା ବିନିଯୋଗରେ ଫିଡର୍ସ ଇଲେକ୍ଟ୍ରିକ୍‌ ଏବଂ ଇଞ୍ଜିନିୟରିଂ ଲିମିଟେଡ୍‌ ପକ୍ଷରୁ ଲୁହାପଥର ବେନିଫିକେଶନ କାରଖାନା ସ୍ଥାପନ ହେବ। ଏଥିରେ ୧୦୨୯ ଜଣଙ୍କୁ ନିଯୁକ୍ତି ମିଳିବ। ସେହିପରି ସୁନ୍ଦରଗଡ଼ରେ ୫୨୦ କୋଟି ଟଙ୍କା ବିନିଯୋଗରେ ଏନ୍‌ଭିରୋକେୟାର୍‌ ଇନ୍‌ଫ୍ରାସଲ୍ୟୁଶନ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ଡିଆର୍‌ଆଇ ଆଣ୍ଡ୍‌ ପେଲେଟ୍‌ ଓ୍ବିଥ୍‌ ବେନିଫିକେଶନ ପ୍ଲାଣ୍ଟ ଏବଂ ଫେରୋ ଆଲୋଏ କମ୍ପାନୀ ସ୍ଥାପନ ହେବ। ଏହି ପ୍ରକଳ୍ପରେ ୬୦୦ ଜଣ ନିଯୁକ୍ତି ପାଇବେ। କେନ୍ଦୁଝରଠାରେ ୧୭୫.୭୫ କୋଟି ଟଙ୍କା ବିନିଯୋଗରେ ଆର୍ଯ୍ୟ ଆଇରନ୍‌ ଆଣ୍ଡ ଷ୍ଟିଲ୍‌ କମ୍ପାନୀ ଲିଃ ପକ୍ଷରୁ ବିଲେଟ/କଲର କୋଟେଡ୍‌ ଟିଏମ୍‌ଟି ଏବଂ ଫିଲ୍‌ଟର କେକ୍‌ ହ୍ୟାଣ୍ଡଲିଂ ସିଷ୍ଟମ ପ୍ରସ୍ତୁତି କାରଖାନା ସ୍ଥାପନ କରାଯିବ। ମୋଟ ୬୦୦ ଜଣ ନିଯୁକ୍ତି ପାଇବେ। ସମ୍ବଲପୁରଠାରେ ୧୦୧ କୋଟି ଟଙ୍କା ବିନିଯୋଗରେ ସିଏମ୍‌ଆର ଇକୋ ଆଲୁମିନିୟମ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଲିକ୍ୟୁଇଡ୍‌ ଆଲୁମିନିୟମ ଆଲୋଏଜ କାରଖାନା ସ୍ଥାପନ କରାଯିବ। ୨୦୦ ଜଣଙ୍କୁ ନିଯୁକ୍ତି ମିଳିବ। ଖୋର୍ଦ୍ଧାଠାରେ ୫୦୦ କୋଟି ଟଙ୍କା ବିନିଯୋଗରେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ଲିଃ ପକ୍ଷରୁ କ୍ଲାଉଡ୍‌ ହୋଷ୍ଟିଙ୍ଗ ସର୍ଭିସ୍‌ ସୁବିଧାଯୁକ୍ତ ଡାଟାସେଣ୍ଟର ପ୍ରତିଷ୍ଠା ହେବ, ଯେଉଁଥିରେ ୨୦୦ ଜଣ ନିଯୁକ୍ତି ପାଇବେ। ଖୋର୍ଦ୍ଧାଠାରେ ୫୦ କୋଟି ଟଙ୍କା ବିନିଯୋଗରେ ପୁଷ୍ପମ୍‌ ଟେକ୍‌ ନଲୋଜିସ୍‌ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ସଫ୍ଟଓ୍ବେର ଡେଭ୍‌ଲପ୍‌ମେଣ୍ଟ ଏବଂ ବାଣିଜ୍ୟ ପାଇଁ ଡିଜିଟାଲ ପ୍ଲାଟ୍‌ଫର୍ମ ସ୍ଥାପନ କରାଯିବ। ଏଥିରେ ୨୫୦ ଜଣ ନିଯୁକ୍ତି ପାଇବେ। ଖୋର୍ଦ୍ଧାଠାରେ ୫୨.୩୭ କୋଟି ଟଙ୍କା ବିନିଯୋଗରେ ସ୍ମାର୍ଟ ଡିଜାଇନ ପ୍ରୋଜେକ୍ଟସ୍‌ ସଂସ୍ଥା ପକ୍ଷରୁ ଓୟାର ହାଉସିଂ ଏବଂ ଲଜିଷ୍ଟିକ୍‌ ସ୍ଥାପନ ହେବ। ଏଥିରେ ୩୧୫ ଜଣଙ୍କୁ ଚାକିରି ମିଳିବ। ଗଞ୍ଜାମରେ ୧୫୦ କୋଟି ଟଙ୍କା ବିନିଯୋଗରେ ରାଜ୍‌ ରାଜେଶ୍ୱର ସଂସ୍ଥା ପକ୍ଷରୁ ହାଇଗ୍ରେଡ୍‌ ଟିଟାନିୟମ୍‌ ସ୍ଲାଗ୍‌ ଏବଂ ବାଇ ପ୍ରଡକ୍ଟ ସ୍ଥାପନ ହେବ। ଏହାଦ୍ୱାରା ୪୦୦ ଜଣଙ୍କୁ ନିଯୁକ୍ତି ମିଳିବ। କଟକଠାରେ ୮୯.୪୮ କୋଟି ଟଙ୍କା ବିନିଯୋଗରେ ଅମ୍ରିତ ଧାରା ନ୍ୟୁଟ୍ରି ଫୁଡ୍‌ ଏଲ୍‌ଏଲ୍‌ପି ସଂସ୍ଥା ପକ୍ଷରୁ ଡାଏରି ପ୍ରଡକ୍ଟସ୍‌ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ ହେବ। ୧୫୨ ଜଣଙ୍କୁ ଚାକିରି ସୁବିଧା ମିଳିବ। ଢେଙ୍କାନାଳଠାରେ ୬୧.୩୦ କୋଟି ଟଙ୍କା ବିନିଯୋଗରେ ଯାତକ ଜୀଭନ ପେଟ୍ରୋକେମିକାଲସ୍‌ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ଶସ୍ୟଭିତ୍ତିକ ଇଥାନଲ ପ୍ଲାଣ୍ଟ ସ୍ଥାପନ ହେବ, ଯେଉଁଥିରେ ୬୦ ଜଣ ନିଯୁକ୍ତି ସୁଯୋଗ ପାଇବେ। ଯାଜପୁର ଏବଂ କେନ୍ଦୁଝରଠାରେ ୫୦ କୋଟି ଟଙ୍କା ବିନିଯୋଗରେ ଭାରତ ଗ୍ୟାସ୍‌ ରିସୋର୍ସେସ୍‌ ଲିଃ ପକ୍ଷରୁ ପ୍ରାକୃତିକ ଗ୍ୟାସ୍‌ ରେଗୁଲେଟିଂ ସିଷ୍ଟମ ଏବଂ ଡି-କମ୍ପ୍ରେସିଂ ୟୁନିଟ୍‌ ସ୍ଥାପନ ହେବ। ଏଥିରେ ୧୧ ଜଣଙ୍କୁ ନିଯୁକ୍ତି ମିଳିପାରିବ ବୋଲି ସୂଚନା ଦିଆଯାଇଛି।
ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପଗୁଡ଼ିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଛନ୍ତି। ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଆର୍ଥିକ ପ୍ରଗତିରେ ସହାୟକ ହେବ। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବା ଏବଂ ଉତ୍ପାଦନ ଆରମ୍ଭ କରିବା ଲାଗି ମୁଖ୍ୟ ଶାସନ ସଚିବ ଇପିକଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?