ବନ୍ଧୁକ ମୂନରେ ଲୋକଙ୍କୁ କରୋନା ମାର୍ଗଦର୍ଶିକା ପାଳନ କରିବାକୁ ବାଧ୍ୟ କରୁଛି ଚାଇନା…

ବେଜିଂ,୧୯।୧୦ : କରୋନା ଭୂତାଣୁ ସଂକ୍ରମଣ ଧୀରେ ଧୀରେ ସମଗ୍ର ବିଶ୍ୱରୁ ଅପସରି ଯାଉଥିବାବେଳେ ଚାଇନାରେ ପୁଣି ଏହା ଯୋଗୁ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଚାଇନା ଯଥାସମ୍ଭବ ଚେଷ୍ଟା କରୁଛି, କିନ୍ତୁ ସଂକ୍ରମଣ ନିୟନ୍ତ୍ରଣକୁ ଆସୁନାହିଁ। ନିୟନ୍ତ୍ରଣ କରିବା ପାଇଁ ଚାଇନା ମଧ୍ୟ ଏକ ଶୂନ କୋଭିଡ ନୀତି କାର୍ଯ୍ୟକାରୀ କରିଥିଲା। ତେବେ ଏହା ଦ୍ୱାରା ସଂକ୍ରମଣ ନିୟନ୍ତ୍ରିତ ହୋଇ ନଥିଲା। ମାତ୍ର ଚାଇନାବାସୀ ଏଥିରେ ବିରକ୍ତ ହୋଇଥିଲେ। ବର୍ତ୍ତମାନ ଚାଇନା ଲୋକଙ୍କର କରୋନା ମାର୍ଗଦର୍ଶିକା ପାଳନ କରିବାକୁ ନେଇ ଧର୍ଯ୍ୟ ଭାଙ୍ଗିବା ଆରମ୍ଭ କରିଛି। ଜନସାଧାରଣଙ୍କ ଉପରେ ଜିରୋ କୋଭିଡ ନୀତିକୁ ବାଧ୍ୟତାମୂଳକ କରିବାକୁ ଚାଇନା ବର୍ତ୍ତମାନ ବନ୍ଧୁକ ଦେଖାଇ ଲୋକଙ୍କ ଡରାଇ ଧମକାଇବା ଆରମ୍ଭ କରିଛି।

ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହା ଜିଶୁଆଙ୍ଗବନ୍ନା ବିମାନବନ୍ଦରର ବୋଲି କୁହାଯାଉଛି। ଲୋକଙ୍କୁ ଶୂନ କୋଭିଡ ନୀତି ଅନୁସରଣ କରିବାକୁ ପିପିଏ କିଟରେ କର୍ମଚାରୀ ଅଛନ୍ତି। ସେମାନଙ୍କ ହାତରେ ବନ୍ଧୁକ ଅଛି। ସେମାନେ ଲୋକଙ୍କୁ ଶୂନ କୋଭିଡ ନୀତି ଅନୁସରଣ କରିବାକୁ କହୁଛନ୍ତି। ଲୋକମାନେ ଏହାକୁ ନେଇ ପାଟିତୁଣ୍ଡ କରୁଛନ୍ତି। ଲୋକେ ସେମାନଙ୍କୁ ପଚାରୁଛନ୍ତି କି ସେମାନଙ୍କୁ ସୁରକ୍ଷା ଦେବା କର୍ମଚାରୀଙ୍କର ଦାୟିତ୍ୱ ନୁହେଁ କି? ଏଥି ସହିତ, ଅନ୍ୟ ଏକ ଭିଡିଓରେ, ଲୋକଙ୍କ ସାମ୍ନାରେ ପୋଲିସ ଫୋର୍ସର ଭିଡ ଦେଖିବାକୁ ମିଳିଛି।

ଚାଇନାର ଜନସାଧାରଣ ଶୂନ କୋଭିଡ ନୀତି ବିରୁଦ୍ଧରେ ଅଛନ୍ତି। ଏହାର ସବୁଠାରୁ ବଡ ଉଦାହରଣ ଯେତେବେଳେ ବେଜିଂରେ ଏହା ବିରୁଦ୍ଧରେ ପୋଷ୍ଟର ଲଗାଯାଇଥିଲା । ବେଜିଂର ଉତ୍ତର-ପଶ୍ଚିମ ଜିଲ୍ଲା ହାଜିୟାନର ଏକ ବ୍ରିଜ ଉପରେ ଦୁଇଟି ବ୍ୟାନର ଲଗାଯାଇଥିଲା। ବ୍ୟାନର ଲଗାଇବା ପରେ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ସରକାର ଏହା ନିଶ୍ଚିତ କରିନାହାଁନ୍ତି। ଘଟଣାର ଫଟୋ ଏବଂ ଭିଡିଓ ଚାଇନାର ସୋସିଆଲ ମିଡିଆରେ ପ୍ରକାଶ ପାଇଲା, କିନ୍ତୁ ତାକୁ ଶୀଘ୍ର ହଟାଯାଇଥିଲା।

ଶୂନ-କୋଭିଡ ନୀତି ବିରୋଧରେ ସ୍ଲୋଗାନଗୁଡିକ ଶେନଝେନ, ସାଂଘାଇ, ବେଜିଂ, ଗୁଆଙ୍ଗଜୋ, ଏବଂ ହଂକଂରେ ମଧ୍ୟ ପ୍ରକାଶ ପାଇଛି। ଅଧିକାଂଶ ସ୍ଲୋଗାନଗୁଡ଼ିକ ସିସିଟିଭି କ୍ୟାମେରାଠାରୁ ଦୂରରେ ଥିବା ସର୍ବସାଧାରଣ ଶୌଚାଳୟର କାନ୍ଥରେ ଲେଖାଯାଇଛି। ଲୋକଙ୍କର ଅସନ୍ତୋଷ ଦେଖାଇବା ପାଇଁ ଶୌଚାଳୟ ଏକ ସ୍ବତନ୍ତ୍ର ସୁରକ୍ଷିତ ସ୍ଥାନ ପାଲଟିଛି। କାରଣ ଚାଇନାର ଜନସାଧାରଣଙ୍କ ଉପରେ ନଜର ରଖିବା ପାଇଁ ସବୁ ସ୍ଥାନରେ କ୍ୟାମେରା ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋଦିଙ୍କୁ ଫୋନ କର, ସେ ଉଠି ସାରିଥିବେ’,ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସକାଳ ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ଶୁଣି ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ଧୀରଜ ସେଠ ଆଗାମୀ ସ୍ଥଳସେନା ମୁଖ୍ୟ: ଉପେନ୍ଦ୍ରଙ୍କ ନେବେ ସ୍ଥାନ

ନୂଆଦିଲ୍ଲୀ,୩୦।୬: କଶ୍ମୀରରେ ଆତଙ୍କବାଦୀଙ୍କ ହୃଦୟରେ ଆତଙ୍କ ସୃଷ୍ଟି କରିଥିବା ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଆଗାମୀ ସ୍ଥଳସେନା ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ସେ ଜେନେରାଲ…

କମ ହେବ ପେଟ୍ରୋଲ-ଡିଜେଲ ଦାମ? ଦୋହା ବୈଠକ ପୂର୍ବରୁ ଅଶୋଧିତ ତୈଳ ଦର ହ୍ରାସ ପାଇବ, ଜାଣନ୍ତୁ ନୂଆ ଦାମ୍‌

ନୂଆଦିଲ୍ଲୀ,୩୦।୬: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟକୁ ନେଇ ଗ୍ରାହକମାନଙ୍କ ପାଇଁ କିଛି ଆଶ୍ୱସ୍ତିକର ଖବର ଆସିପାରେ। ମଙ୍ଗଳବାର ତେଲ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି, ଏବଂ ମାସ…

ଡ୍ୟାମରେ ବୁଡ଼ି ଚାଲିଗଲା ମହିଳାଙ୍କ ଜୀବନ, ବେସାହାରା ଛୁଆଙ୍କୁ ସରକାରୀ ସହାୟତା ଦାବି

ମୋହନା,୩୦।୬(ମନ୍ମଥ ମିଶ୍ର): ଡ୍ୟାମରେ ଗାଧୋଇବା ବେଳେ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ…

ବିନା ଭୁଲ୍‌ରେ ଛାତ୍ରଙ୍କୁ ଜୋରଦାର ଚାପୁଡା ମାରିଲେ ଶିକ୍ଷକ: ଆଉ ତା’ପରେ ଘଟିଲା…

ଅହମ୍ମଦାବାଦ,୩୦।୬:ଗୁଜରାଟର ଅହମ୍ମଦାବାଦରୁ ଶିକ୍ଷକ-ଛାତ୍ର ସମ୍ପର୍କକୁ କଳଙ୍କିତ କରୁଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନିକୋଲ ଅଞ୍ଚଳର ଏକ ସ୍କୁଲରେ ଜଣେ ଶିକ୍ଷକ ବିନା ଭୁଲ୍‌ରେ ଜଣେ…

ସ୍ନାନଯାତ୍ରା ପରେ ଜ୍ୱରରେ ପୀଡି଼ତ ମହାପ୍ରଭୁ; ଅଲାନାଥରେ ଚାଲିଛି ଦର୍ଶନ, ଜମୁଛି ଭକ୍ତଙ୍କ ଭିଡ଼

ପୁରୀ,୩୦।୬: ଆଜିଠୁ ବ୍ରହ୍ମଗିରି ପାଲଟିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ।ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡ଼ିତ ଅଛନ୍ତି କାଳିଆ ଠାକୁର ।…

ଜାତୀୟ ରାଜପଥରୁ ମିଳିଲା ଅଚିହ୍ନା ମୃତଶରୀର: ବଢୁଛି ସନ୍ଦେହ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବରଗଡ-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ଅମାଠ ଛକଠାରେ ରାସ୍ତା ଉପରେ ଏକ ଅଚିହ୍ନା ମୃତଶରୀର ମଙ୍ଗଳବାର ପଡ଼ିଥିବାର…

Women’s T20 World Cup 2026 Prize Money: ବିଜୟୀ ଟିମ ଉପରେ ହେବ କୋଟି କୋଟି ଟଙ୍କା ବର୍ଷା, ଉପ ବିଜେତାବି ହେବେ ମାଲାମାଲ

ନୂଆଦିଲ୍ଲୀ,୩୦।୬: ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ବହୁ ପୂର୍ବରୁ ICC ମହିଳା T20 ବିଶ୍ୱକପ 2026 ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା। ଏହି ସଂସ୍କରଣ ପାଇଁ ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri