ଚାଇନାର ବଡ଼ କାର୍ଯ୍ୟାନୁଷ୍ଠାନ: ‘ମିଙ୍ଗ୍ ଫ୍ୟାମିଲି’ର ୧୧ ଜଣଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ,୨୯।୧: ଅନଲାଇନ୍ ସ୍କାମ୍ ସିଣ୍ଡିକେଟକୁ ବଡ ଝଟକା ଦେଲେ ଚାଇନା ସରକାର । ମ୍ୟାନ୍‌ମାରରେ ଚାଲିଥିବା ବିଶ୍ୱସ୍ତରୀୟ ଏହି ଅପରାଧିକ ସିଣ୍ଡିକେଟ୍ ବିରୋଧରେ ଚାଇନା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଲିୟନ ଡଲାରର ଠକେଇ ଏବଂ ହତ୍ୟା ଭଳି ସଂଘୀନ ଅପରାଧରେ ସମ୍ପୃକ୍ତ କୁଖ୍ୟାତ ‘ମିଙ୍ଗ୍ ଫ୍ୟାମିଲି’ ର ୧୧ ଜଣ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି।

ମିଙ୍ଗ୍ ପରିବାରର ୧୧ ସଦସ୍ୟଙ୍କ ସହ ଅନ୍ୟ ୨୩ ଜଣଙ୍କୁ ୫ ବର୍ଷରୁ ଆଜୀବନ କାରାଦଣ୍ଡ ମଧ୍ୟ ମିଳିଛି। ଅଭିଯୋଗ ଅନୁଯାୟୀ ସଂଘବଦ୍ଧ ହତ୍ୟା, ଗୁରୁତର ଆହତ, ଅନ୍ୟାୟ ଅଟକ, ଜୁଆ ଆଡ୍ଡା ଏବଂ ସାଇବର ଭଳି ଠକେଇ ସହିତ ଏହି ଗ୍ୟାଙ୍ଗ ଜଡିତ ଥିଲେ। ମ୍ୟାନ୍‌ମାରର ଉତ୍ତର ସୀମାନ୍ତ ଅଞ୍ଚଳରୁ ଏହି ସ୍କାମ ସେଣ୍ଟର ପରିଚାଳିତ ହେଉଥିଲା।

ମ୍ୟାନ୍‌ମାରର କୋକାଙ୍ଗ ଅଞ୍ଚଳରେ ସକ୍ରିୟ ଥିବା ଏହି ଅପରାଧିକ ଗୋଷ୍ଠୀ ହଜାର ହଜାର ଚାଇନା ନାଗରିକଙ୍କୁ ବନ୍ଧକ ରଖି ସେମାନଙ୍କ ଜରିଆରେ ବିଶ୍ୱବ୍ୟାପୀ ଅନଲାଇନ୍ ଠକେଇ କରୁଥିଲେ। ଏହି ଗ୍ୟାଙ୍ଗର କାର୍ଯ୍ୟକଳାପ ଯୋଗୁଁ ୧୪ ଜଣ ଚାଇନା ନାଗରିକଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଥିଲେ। ଚାଇନା ସୁପ୍ରିମ କୋର୍ଟ ଏହି ଅପରାଧକୁ “ଅତି ଜଘନ୍ୟ” ବୋଲି ଦର୍ଶାଇ ନିମ୍ନ ଅଦାଲତଙ୍କ ମୃତ୍ୟୁଦଣ୍ଡାଦେଶକୁ କାୟମ ରଖିଥିଲେ।

ଚାଇନା ବିଦେଶ ମନ୍ତ୍ରଣାଳୟ ଅନୁଯାୟୀ, ମିଆଁମାର, ଥାଇଲାଣ୍ଡ ଏବଂ କାମ୍ବୋଡିଆ ସହ ମିଳିତ ଭାବେ ଏହି ଅପରାଧିକ ନେଟୱାର୍କକୁ ଧ୍ୱଂସ କରାଯାଇଛି। ୨୦୨୩ ମଧ୍ୟଭାଗରୁ ଏପର୍ଯ୍ୟନ୍ତ ମ୍ୟାନ୍‌ମାର କର୍ତ୍ତୃପକ୍ଷ ପ୍ରାୟ ୫୩,୦୦୦ ରୁ ଅଧିକ ସନ୍ଦିଗ୍ଧଙ୍କୁ ଚୀନ ହସ୍ତାନ୍ତର କରିଛନ୍ତି।

ଜାତିସଂଘର ରିପୋର୍ଟ ଅନୁଯାୟୀ, ବିଶ୍ୱର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଲୋଭନ ଦେଖାଇ ଏହିଭଳି ସ୍କାମ ସେଣ୍ଟରରେ ଜବରଦସ୍ତ କାମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

ଘର ବାରିପଟେ କ୍ରିକେଟ ଖେଳୁଥିଲେ, ଆକାଶରୁ ଖସିଲା ମୃତ୍ୟୁ; ବଜ୍ରପାତରେ ଚାଲିଗଲା ୧୭ ବର୍ଷୀୟ…

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦଶିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆକସ୍ମିକ ବଜ୍ରପାତ କାରଣରୁ…

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୬: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri