Posted inଜାତୀୟ

ଭାରତରେ ଜଳସଙ୍କଟ ସୃଷ୍ଟି ଲାଗି ଚାଇନାର ଷଡ଼ଯନ୍ତ୍ର: ନିର୍ମାଣ କରୁଛି ୧୦୦୦ କିମିର ସୁଡ଼ଙ୍ଗ

ନୂଆଦିଲ୍ଲୀ, ୧।୧୦: ଏଲ୍‌ଏସିରେ ଲଗାତାର ଚାଇନା ଉତ୍ତେଜନା ସୃଷ୍ଟି କରୁଛି। ଏହାଯୋଗୁ ଶାନ୍ତି ଆଲୋଚନା ପ୍ରୟାସ ବିଫଳରେ ହେବାରେ ଲାଗିଛି। ସେହିପରି ଭାରତରେ ଜଳସଙ୍କଟ ସୃଷ୍ଟି କରିବା ଲାଗି ଏବେ ଚାଇନା ଷଡ଼ଯନ୍ତ୍ର କରୁଛି। ଏନେଇ ବ୍ରହ୍ମପୁତ୍ର ନଦୀ ଅବବାହିକାରେ ଚାଇନା ୧୦୦୦ କିଲୋମିଟର ଲମ୍ବ ସୁଡ଼ଙ୍ଗ ପଥ ନିର୍ମାଣ କରୁଛି। ବ୍ରହ୍ମପୁତ୍ର ନଦୀ ଜଳକୁ ତିବ୍ବତର ପଠାରୁ ବାଟ ଦେଇ ତକଲମକାନ୍‌ ପର୍ଯ୍ୟନ୍ତ ନେବାକୁ ଚାଇନା ଯୋଜନା କରିଛି। ବ୍ରହ୍ମପୁତ୍ର ଏବଂ ସିନ୍ଧୁ ନଦୀ ଚାଇନାର ଶିଜିୟାଙ୍ଗ୍‌ ଅଞ୍ଚଳରେ ପ୍ରବାହିତ ହେଉଛନ୍ତି। ସିନ୍ଧୁ ନଦୀ ଲଦାଖ ଦେଇ ପାକିସ୍ତାନରେ ପ୍ରବେଶ କରିଛି। ଶିଜିୟାଙ୍ଗଠାରେ ଚାଇନା ନଦୀ ଅବବାହିକାରେ ସୁଡ଼ଙ୍ଗ ନିର୍ମାଣ କରୁଛି। ଏନେଇ ଆମେରିକା ଗଣ ମାଧ୍ୟମ ସଂସ୍ଥା ଇପୋଚ ଟାଇମ୍ସ୍‌ରେ ଖବର ପ୍ରକାଶ ପାଇଛି। ଲଣ୍ଡନର ସାଉଥ୍‌ ଏସିଆ ଇନଷ୍ଟିଚ୍ୟୁଟ୍‌ର ପ୍ରଫେସର ବୁରଜିନ୍‌ ଓ୍ବାଘମାରଙ୍କ ସହିତ ହୋଇଥିବା ଏକ ସାକ୍ଷାତ୍‌କାର ଏଥିରେ ପ୍ରକାଶିତ ହୋଇଛି। ଦକ୍ଷିଣ ପଶ୍ଚିମ ଶିଜିୟାଙ୍ଗ୍‌ରେ ଥିବା ତକଲମକାନ୍‌ ମରୁଭୂମିକୁ ଶସ୍ୟ ଶ୍ୟାମଳା କରିବା ଲାଗି ଚାଇନା ଏଭଳି ଷଡ଼ଯନ୍ତ୍ର ରଚିଛି। ତେବେ ଏହାଦ୍ୱାରା ଭାରତ ସହିତ ପାକିସ୍ତାନ ଏବଂ ବାଂଲାଦେଶରେ ଜଳ ସଙ୍କଟ ଦେଖା ଯିବ ବୋଲି ଓ୍ବାଘମାର କହିଛନ୍ତି। ଏହି ପରିଯୋଜନାରେ ୧୧୭୦ କୋଟି ଡଲାରରୁ ଅଧିକ ଖର୍ଚ୍ଚ ହେବ। ଏନେଇ ଚାଇନା ୨୦୧୭ରେ ୟୁନାନରେ ୬୦୦ ମିଟର ଲମ୍ବ ସୁଡ଼ଙ୍ଗର ନିର୍ମାଣ ଆରମ୍ଭ କରିଛି। ଚାଇନା ବ୍ରହ୍ମପୁତ୍ରର ସହାୟକ ନଦୀ ଶିଆବୁକୁର ଜଳ ଧାରାକୁ ବନ୍ଦ କରି ଦେଇଛି। ଗଲଓ୍ବାନ ଘାଟି ସଂଘର୍ଷ ପରେ ଚାଇନା ଭାରତରେ ଗଲଓ୍ବାନ ନଦୀ ଧାରା ପ୍ରବାହକୁ ମଧ୍ୟ ରୋକି ଦେଇଥିଲା। ଗଲଓ୍ବାନ ସିନ୍ଧୁର ଏକ ସହାୟକ ନଦୀ। କ୍ଲାଉଡେ ଅର୍ପିଙ୍କ ଅନୁସାରେ ପଶ୍ଚିମ ଲଦାଖରେ ସିନ୍ଧୁ ନଦୀ ପ୍ରବେଶ କରିବା ପୂର୍ବରୁ ଚାଇନା ଏହାର ଗତିପଥକୁ ଶିଜିୟାଙ୍ଗ୍‌ର ତାରିମ୍‌ ଘାଟି ଆଡ଼କୁ ବଦଳାଇବାର ଯୋଜନା କରୁଛି। ଏହି ସୁଡ଼ଙ୍ଗ ନିର୍ମାଣରେ ପ୍ରତି କିଲୋମିଟର ପିଛା ୧୪ କୋଟି ୭୩ ଲକ୍ଷ ଡଲାର ଖର୍ଚ୍ଚ ହେବ। ପ୍ରତିବର୍ଷ ୧୦ ଶହ କୋଟି ରୁ ୧୫ ଶହ କୋଟି ଟନ୍‌ ପାଣି ଚାଇନାକୁ ଯିବ। ଏହାକୁ ଚାଇନାର ୨୯ଟି ଜଳାଶୟରେ ରଖାଯିବ ବୋଲି କୁହାଯାଉଛି। ଏନେଇ ଭାରତ ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ସହଯୋଗ ଲୋଡ଼ିବା ଆବଶ୍ୟକତା ରହିଥିବା ଅର୍ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଏସ୍‌ଏସ୍‌ ମୁଖ୍ୟ ଭୁଆଁ ବୁଲାଉଛନ୍ତି: ବିରୋଧୀ

ନୂଆଦିଲ୍ଲୀ,୩୧ା୮(ପି.ଟି.): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଆମେରିକାରେ ବିବିଧତା ଉପରେ ଦେଇଥିବା ମନ୍ତବ୍ୟ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀ ନେତାମାନେ…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri