Posted inଜାତୀୟ

ଚାଇନା ସବୁଠୁ ବଡ଼ ବିପଦ: ସିଡିଏସ୍‌

ନୂଆଦିଲ୍ଲୀ, ୧୩।୧୧: ଭାରତର ସୁରକ୍ଷା ପ୍ରତି ଚାଇନା ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଛି। ସେଥିପାଇଁ ଗତବର୍ଷ ଚାଇନା ସୀମାକୁ ଭାରତ ହଜାର ହଜାର ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ପଠାଇଥିଲା। ବିଶ୍ୱାସର ଅଭାବ ସାଙ୍ଗକୁ ସନ୍ଦେହ ବଢ଼ୁଥିବାରୁ ଭାରତ-ପାକ୍‌ ସୀମା ବିବାଦ ସମାଧାନ ରାସ୍ତାରେ ଏହା ବାଧକ ସୃଷ୍ଟି କରିଛି। ସ୍ଥିତି ସୁଧୁରୁ ନ ଥିବାରୁ ଅତିରିକ୍ତ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଫେରାଇ ଆଣିବା ସମ୍ଭବ ହେଉନାହିଁ ବୋଲି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତ୍‌ କହିଛନ୍ତି। ଗତ ମାସରେ ଦୁଇ ଦେଶର ୧୩ତମ ସେନା କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରି ନ ଥିଲା। ସୀମାରୁ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ କୌଣସି ପକ୍ଷ ରାଜି ହୋଇ ନ ଥିଲେ। ଗତବର୍ଷ ପୂର୍ବ ଲଦାଖ ଅନ୍ତର୍ଗତ ସୀମାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେବା ପରେ କେନ୍ଦ୍ର ସରକାର ରଣନୀତିରେ ପରିବର୍ତ୍ତନ କରିଛନ୍ତି। ଏବେ ପାକିସ୍ତାନ ପଟୁ ଦୃଷ୍ଟି ହଟାଇ ଚାଇନା ପାର୍ଶ୍ୱରେ ଅଧିକ ଧ୍ୟାନ ଦିଆଯାଉଛି। ସଂଘର୍ଷ ପରେ ସୀମାରେ ଦୁଇ ଦେଶ ଭିତ୍ତିଭୂମି ସୁଦୃଢ଼ କରିବା ସହ ସେନା ଓ ସାମରିକ ସରଞ୍ଜାମ ବଢ଼ାଇଛନ୍ତି। ସୀମା ଓ ସମୁଦ୍ର ପଟୁ ଯେକୌଣସି ପ୍ରକାର ଆକ୍ରମଣକୁ ସମ୍ମୁଖୀନ ହେବା ଲାଗି ଭାରତ ପ୍ରସ୍ତୁତ ରହିଛି ବୋଲି ଜେନେରାଲ ରାଓ୍ବତ କହିଛନ୍ତି। ବିବାଦ ସତ୍ତ୍ୱେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚାଇନା ଗ୍ରାମ ନିର୍ମାଣ କରୁଛି। ତେବେ ଦୁଇ ଦେଶ ମଧ୍ୟରେ ପ୍ରକୃତ ସୀମାରେଖା ଜଣାଅଛି ବୋଲି ସେ କହିଛନ୍ତି।
ଆଫଗାନିସ୍ତାନ ସ୍ଥିତିକୁ ନେଇ ମଧ୍ୟ ସିଡିଏସ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେଠାରେ ତାଲିବାନ ଶାସନ ଭାରତର ସୁରକ୍ଷାକୁ ପ୍ରଭାବିତ କରିବ। ଜମ୍ମୁ-କଶ୍ମୀରର ଆତଙ୍କବାଦୀ ଆଫଗାନିସ୍ତାନରୁ ଅସ୍ତ୍ରଶସ୍ତ୍ର ସହାୟତା ପାଇବା ସମ୍ଭାବନା ରହିଛି। ସେଥିପାଇଁ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବା ଜେନେରାଲ ରାଓ୍ବତ କହିଛନ୍ତି। ସୂଚନାଯୋଗ୍ୟ, ଅରୁଣାଚଳ ସୀମାନ୍ତ ବିବାଦୀୟ ଅଞ୍ଚଳରେ ଚାଇନା ବିଶାଳ ଗ୍ରାମ ନିର୍ମାଣ କରିଥିବା ପେଣ୍ଟାଗନ ପ୍ରକାଶ କରିଥିଲା। ତେବେ ସୀମା ଉପରେ କଡ଼ା ନଜର ରଖାଯାଇଛି। ବେଜିଂ ଦ୍ୱାରା ଭାରତୀୟ ପାର୍ଶ୍ୱରେ କୌଣସି ବେଆଇନ ଦଖଲ କିମ୍ବା ଅଯଥା ଦାବିକୁ ଗ୍ରହଣ କରାଯିବ ନାହିଁ ବୋଲି ଗୁରୁବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଥିଲେ।

ଜାତୀୟ ସୁରକ୍ଷା ସହ ସାଲିସ୍‌ ହୋଇଛି: ରାହୁଲ

ଚାଇନା ସହ ସୀମା ବିବାଦକୁ ନେଇ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଚାଇନାକୁ ନେଇ ସରକାରଙ୍କର କୌଣସି ରଣନୀତି ନ ଥିବା ବେଳେ ମିଷ୍ଟର ୫୬ ଭୟଭୀତ। ଦେଶର ଜାତୀୟ ସୁରକ୍ଷା ସହ ଅକ୍ଷମଣୀୟ ସାଲିସ୍‌ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସୀମା ପ୍ରସଙ୍ଗକୁ ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏବଂ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଭିନ୍ନ ଭିନ୍ନ କଥା କହୁଛନ୍ତି। ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଚାଇନା ନିଜର ସ୍ଥିତି ମଜଭୁତ କରିବା ପରେ ପଙ୍ଗୋଙ୍ଗ ହ୍ରଦର ଉଭୟ ପାର୍ଶ୍ୱ, ଗୋଗ୍ରା ହାଇଟ୍ସ ଏବଂ ହଟ୍‌ ସ୍ପ୍ରିଙ୍ଗ ଅଞ୍ଚଳରେ ଦୁଇଦେଶର ଯବାନଙ୍କ ମଧ୍ୟରେ ଅନେକ ସମୟରେ ମୁହାଁମୁହିଁ ସ୍ଥିତି ଉପୁଜୁଛି।

‘ତଥ୍ୟ ସୁରକ୍ଷା ବିଲ୍‌କୁ ତୁରନ୍ତ ମଞ୍ଜୁରୀ ମିଳୁ’

ଭର୍ଚୁଆଲ ବିଶ୍ୱରେ ତଥ୍ୟ ଚୋରି ଏକ ସାଧାରଣ ଅପରାଧରେ ପରିଣତ ହୋଇଛି। ସେଥିପାଇଁ ତୁରନ୍ତ ତଥ୍ୟ ସୁରକ୍ଷା ବିଲ୍‌କୁ ମଞ୍ଜୁରୀ ମିଳିବା ଆବଶ୍ୟକ ବୋଲି ସିଡିଏସ୍‌ ଜେନେରାଲ ବିପିନ ରାଓ୍ବତ୍‌ କହିଛନ୍ତି। ଏହି ବିଲ୍‌ ୨୦୧୯ରେ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯାଇଥିଲା। ଡିଜିଟାଲ ସମ୍ପତ୍ତିର ସୁରକ୍ଷା ଲାଗି ବିଭିନ୍ନ ସରକାରୀ ବିଭାଗରେ ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ମଧ୍ୟରେ ସମନ୍ବୟ ରହିବା ଆବଶ୍ୟକ। ଭାରତରେ ସାଇବର ସୁରକ୍ଷା ଆଇନ ଜରୁରୀ ବୋଲି ସିଡିଏସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri