Posted inଜାତୀୟ

ଚାଇନା ସବୁଠୁ ବଡ଼ ବିପଦ: ସିଡିଏସ୍‌

ନୂଆଦିଲ୍ଲୀ, ୧୩।୧୧: ଭାରତର ସୁରକ୍ଷା ପ୍ରତି ଚାଇନା ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଛି। ସେଥିପାଇଁ ଗତବର୍ଷ ଚାଇନା ସୀମାକୁ ଭାରତ ହଜାର ହଜାର ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ପଠାଇଥିଲା। ବିଶ୍ୱାସର ଅଭାବ ସାଙ୍ଗକୁ ସନ୍ଦେହ ବଢ଼ୁଥିବାରୁ ଭାରତ-ପାକ୍‌ ସୀମା ବିବାଦ ସମାଧାନ ରାସ୍ତାରେ ଏହା ବାଧକ ସୃଷ୍ଟି କରିଛି। ସ୍ଥିତି ସୁଧୁରୁ ନ ଥିବାରୁ ଅତିରିକ୍ତ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଫେରାଇ ଆଣିବା ସମ୍ଭବ ହେଉନାହିଁ ବୋଲି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତ୍‌ କହିଛନ୍ତି। ଗତ ମାସରେ ଦୁଇ ଦେଶର ୧୩ତମ ସେନା କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରି ନ ଥିଲା। ସୀମାରୁ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ କୌଣସି ପକ୍ଷ ରାଜି ହୋଇ ନ ଥିଲେ। ଗତବର୍ଷ ପୂର୍ବ ଲଦାଖ ଅନ୍ତର୍ଗତ ସୀମାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେବା ପରେ କେନ୍ଦ୍ର ସରକାର ରଣନୀତିରେ ପରିବର୍ତ୍ତନ କରିଛନ୍ତି। ଏବେ ପାକିସ୍ତାନ ପଟୁ ଦୃଷ୍ଟି ହଟାଇ ଚାଇନା ପାର୍ଶ୍ୱରେ ଅଧିକ ଧ୍ୟାନ ଦିଆଯାଉଛି। ସଂଘର୍ଷ ପରେ ସୀମାରେ ଦୁଇ ଦେଶ ଭିତ୍ତିଭୂମି ସୁଦୃଢ଼ କରିବା ସହ ସେନା ଓ ସାମରିକ ସରଞ୍ଜାମ ବଢ଼ାଇଛନ୍ତି। ସୀମା ଓ ସମୁଦ୍ର ପଟୁ ଯେକୌଣସି ପ୍ରକାର ଆକ୍ରମଣକୁ ସମ୍ମୁଖୀନ ହେବା ଲାଗି ଭାରତ ପ୍ରସ୍ତୁତ ରହିଛି ବୋଲି ଜେନେରାଲ ରାଓ୍ବତ କହିଛନ୍ତି। ବିବାଦ ସତ୍ତ୍ୱେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚାଇନା ଗ୍ରାମ ନିର୍ମାଣ କରୁଛି। ତେବେ ଦୁଇ ଦେଶ ମଧ୍ୟରେ ପ୍ରକୃତ ସୀମାରେଖା ଜଣାଅଛି ବୋଲି ସେ କହିଛନ୍ତି।
ଆଫଗାନିସ୍ତାନ ସ୍ଥିତିକୁ ନେଇ ମଧ୍ୟ ସିଡିଏସ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେଠାରେ ତାଲିବାନ ଶାସନ ଭାରତର ସୁରକ୍ଷାକୁ ପ୍ରଭାବିତ କରିବ। ଜମ୍ମୁ-କଶ୍ମୀରର ଆତଙ୍କବାଦୀ ଆଫଗାନିସ୍ତାନରୁ ଅସ୍ତ୍ରଶସ୍ତ୍ର ସହାୟତା ପାଇବା ସମ୍ଭାବନା ରହିଛି। ସେଥିପାଇଁ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବା ଜେନେରାଲ ରାଓ୍ବତ କହିଛନ୍ତି। ସୂଚନାଯୋଗ୍ୟ, ଅରୁଣାଚଳ ସୀମାନ୍ତ ବିବାଦୀୟ ଅଞ୍ଚଳରେ ଚାଇନା ବିଶାଳ ଗ୍ରାମ ନିର୍ମାଣ କରିଥିବା ପେଣ୍ଟାଗନ ପ୍ରକାଶ କରିଥିଲା। ତେବେ ସୀମା ଉପରେ କଡ଼ା ନଜର ରଖାଯାଇଛି। ବେଜିଂ ଦ୍ୱାରା ଭାରତୀୟ ପାର୍ଶ୍ୱରେ କୌଣସି ବେଆଇନ ଦଖଲ କିମ୍ବା ଅଯଥା ଦାବିକୁ ଗ୍ରହଣ କରାଯିବ ନାହିଁ ବୋଲି ଗୁରୁବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଥିଲେ।

ଜାତୀୟ ସୁରକ୍ଷା ସହ ସାଲିସ୍‌ ହୋଇଛି: ରାହୁଲ

ଚାଇନା ସହ ସୀମା ବିବାଦକୁ ନେଇ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଚାଇନାକୁ ନେଇ ସରକାରଙ୍କର କୌଣସି ରଣନୀତି ନ ଥିବା ବେଳେ ମିଷ୍ଟର ୫୬ ଭୟଭୀତ। ଦେଶର ଜାତୀୟ ସୁରକ୍ଷା ସହ ଅକ୍ଷମଣୀୟ ସାଲିସ୍‌ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସୀମା ପ୍ରସଙ୍ଗକୁ ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏବଂ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଭିନ୍ନ ଭିନ୍ନ କଥା କହୁଛନ୍ତି। ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଚାଇନା ନିଜର ସ୍ଥିତି ମଜଭୁତ କରିବା ପରେ ପଙ୍ଗୋଙ୍ଗ ହ୍ରଦର ଉଭୟ ପାର୍ଶ୍ୱ, ଗୋଗ୍ରା ହାଇଟ୍ସ ଏବଂ ହଟ୍‌ ସ୍ପ୍ରିଙ୍ଗ ଅଞ୍ଚଳରେ ଦୁଇଦେଶର ଯବାନଙ୍କ ମଧ୍ୟରେ ଅନେକ ସମୟରେ ମୁହାଁମୁହିଁ ସ୍ଥିତି ଉପୁଜୁଛି।

‘ତଥ୍ୟ ସୁରକ୍ଷା ବିଲ୍‌କୁ ତୁରନ୍ତ ମଞ୍ଜୁରୀ ମିଳୁ’

ଭର୍ଚୁଆଲ ବିଶ୍ୱରେ ତଥ୍ୟ ଚୋରି ଏକ ସାଧାରଣ ଅପରାଧରେ ପରିଣତ ହୋଇଛି। ସେଥିପାଇଁ ତୁରନ୍ତ ତଥ୍ୟ ସୁରକ୍ଷା ବିଲ୍‌କୁ ମଞ୍ଜୁରୀ ମିଳିବା ଆବଶ୍ୟକ ବୋଲି ସିଡିଏସ୍‌ ଜେନେରାଲ ବିପିନ ରାଓ୍ବତ୍‌ କହିଛନ୍ତି। ଏହି ବିଲ୍‌ ୨୦୧୯ରେ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯାଇଥିଲା। ଡିଜିଟାଲ ସମ୍ପତ୍ତିର ସୁରକ୍ଷା ଲାଗି ବିଭିନ୍ନ ସରକାରୀ ବିଭାଗରେ ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ମଧ୍ୟରେ ସମନ୍ବୟ ରହିବା ଆବଶ୍ୟକ। ଭାରତରେ ସାଇବର ସୁରକ୍ଷା ଆଇନ ଜରୁରୀ ବୋଲି ସିଡିଏସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?