ଚିଲିକା ବିଧାୟକଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ରିପୋର୍ଟ ଯାଞ୍ଚ

ଖୋର୍ଦ୍ଧା ଅଫିସ,୯ା୫: ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ପରେ ଅନ୍ତରୀଣ ଜାମିନରେ ଆସିଛନ୍ତି। ରବିବାର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଧାୟକ ଜଗଦ୍ଦେବଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସିଡିଏମ୍‌ଓ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ତତ୍ତ୍ୱାବଧାନରେ ଏକ ୫ଜଣିଆ ଡାକ୍ତରୀ ଟିମ୍‌ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ପୂର୍ବାହ୍ନରେ ଜଗଦ୍ଦେବ ବାଣପୁର ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆସି ମୁଖ୍ୟ ଚିିକତ୍ସାଳୟରେ ପହଞ୍ଚିଥିଲେ। ସେଠାରେ ସିଡିଏମ୍‌ଓଙ୍କ ଦ୍ୱାରା ଗଠିତ ସ୍ବତନ୍ତ୍ର ମେଡିକାଲ ଟିମ୍‌ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିସହ ପୂର୍ବରୁ ବିଭିନ୍ନ ଘରୋଇ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ସଂକ୍ରାନ୍ତ ରିପୋର୍ଟ, ଡିସ୍‌ଚାର୍ଜ ରେକର୍ଡପତ୍ର ପ୍ରଭୃତି ତନ୍ନତନ୍ନ କରି ଯାଞ୍ଚ କରାଯାଇଥିଲା।
ପ୍ରକାଶ ଯେ, ଲୋକଙ୍କ ଉପରକୁ ଗାଡ଼ି ମଡ଼ାଇ ଦେବା ଘଟଣାରେ ବିଧାୟକ ଜଗଦ୍ଦେବ ଗିରଫ ହୋଇ ବାଣପୁର ଜେଲରେ ରହିଥିଲେ। ପରେ ସ୍ବାସ୍ଥ୍ୟଜନିତ ସମସ୍ୟା କାରଣରୁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ଗତ ବୁଧବାର ଜଗଦ୍ଦେବଙ୍କ ଅନ୍ତରୀଣ ଜାମିନ ଅବଧି ସରୁଥିବାରୁ ତାଙ୍କୁ ବାଣପୁର କୋର୍ଟରେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ରହିଥିଲା। ତେବେ ଚିକିତ୍ସା ଜାରି ରହିଥିବାରୁ ଜଗଦ୍ଦେବ ପୁଣି ଥରେ ଜାମିନ ଅବଧି ବୃଦ୍ଧି ଲାଗି ତାଙ୍କ ଓକିଲଙ୍କ ଜରିଆରେ ହାଇକୋର୍ଟରେ ପିଟିଶନ ଦାଖଲ କରିଥିଲେ। ହାଇକୋର୍ଟ ତାଙ୍କୁ ଆଉ ଏକ ସପ୍ତାହ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଅର୍ଥାତ ମେ ୧୦ ତାରିଖ ପର୍ଯ୍ୟନ୍ତ ଏହି ଜାମିନ ଅବଧି ରହିଛି। ତେବେ ଜଗଦ୍ଦେବ ବାରମ୍ବାର ସ୍ବାସ୍ଥ୍ୟଜନିତ ସମସ୍ୟା ଦର୍ଶାଇ ହାଇକୋର୍ଟରେ ପିଟିଶନ ଦାଖଲ କରିବା ଘଟଣାକୁ କୋର୍ଟ ଗୁରୁତ୍ୱର ସହ ନେଇଛନ୍ତି। ବିଧାୟକଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ଅଛି କି ନାହିଁ, ସେ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ବାଣପୁର ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବାଣପୁର ଥାନା ପକ୍ଷରୁ ସିଡିଏମ୍‌ଓଙ୍କୁ ସ୍ବତନ୍ତ୍ର ମେଡିକାଲ ଟିମ୍‌ ଦ୍ୱାରା ସ୍ବାସ୍ଥ୍ୟ ପରୀକ୍ଷା କରିବା ଲାଗି ଅନୁରୋଧ କରାଯାଇଥିଲା। ଏନେଇ ସିଡିଏମ୍‌ଓ ନାୟକ କହିଛନ୍ତି, ବାଣପୁର ପୋଲିସର ଅନୁରୋଧ କ୍ରମେ ଏକ ସ୍ବତନ୍ତ୍ର ଟିମ୍‌ ବିଧାୟକ ଜଗଦ୍ଦେବଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ବିଗତ ଦିନରେ ସେ ଯେଉଁ ସବୁ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ, ତାହାର ସବିଶେଷ ତଦନ୍ତ କରାଯାଇଛି। ବିଧାୟକଙ୍କ କେଉଁ ରୋଗ ପାଇଁ ଚିକିତ୍ସା କରାଯାଇଛି, ତାହାର ଯାଞ୍ଚ ହୋଇଛି। ଏ ସଂକ୍ରାନ୍ତ ରିପୋର୍ଟ ବାଣପୁର ଥାନାକୁ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri