ସନ୍ତାନର ପ୍ରଥମ ଶିକ୍ଷକ

ପରିବାରରେ ମାଆର ଅନେକ ଦାୟିତ୍ୱ। ରନ୍ଧାବଢ଼ା, ଅତିଥି ଚର୍ଚ୍ଚା, ଗୃହ ପରିଚାଳନା, ପିଲାର ଯତ୍ନ, ଶାଶୁ ଶ୍ୱଶୁରଙ୍କ ସେବା ଇତ୍ୟାଦି। କିନ୍ତୁ ସବୁ ଭିତରେ ସେ ପିଲାଟିକୁ ଆଖିପତା ପରି ଜଗି ରହିଥାଏ। ପିଲାଟି ଧୀରେ ଧୀରେ ବଢ଼ିବାକୁ ଲାଗେ। ତା’ ସହ ତା’ର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ହୁଏ। ପିଲାଟି ତା’ର ପରିବେଶରୁ ବେଶ୍‌ ଜଲ୍‌ଦି ସବୁ କିଛି ଶିଖିବାକୁ ଆରମ୍ଭକରେ। ଏ ପିଲାଟି ବିଦ୍ୟାଳୟ ଯିବା ପୂର୍ବରୁ ମାଆ ସିଲଟ ଖଡ଼ି ଧରି ଗୋଲ ବୁଲାଇ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ନାମ ଶିଖାଇ ଆଶୀର୍ବାଦ ପ୍ରାପ୍ତ କରାଏ। ଫଳରେ ପିଲାଟି ବିଦ୍ୟା ଲାଭକରିବା ପୂର୍ବରୁ ଆଧ୍ୟାତ୍ମିକ ଶକ୍ତି ଓ ଈଶ୍ୱରଭକ୍ତି ଲାଭକରେ। ମାଆ ଉଚ୍ଚ ତଥା ସୁଶିକ୍ଷିତା ହେବା ଆବଶ୍ୟକ। ଫଳରେ ସେ ପିଲାଟିକୁ ପ୍ରଥମରୁ ଉପଯୁକ୍ତକରି ଗଢ଼ି ତୋଳିପାରିବ। ମା’ ଯେପରି ହେବ ପିଲାଟି ତାକୁ ଅନୁସରଣ କରିବ। ତେଣୁ ମାଆ ନିଜ ଆଚାର ବ୍ୟବହାରରେ ସତର୍କ ରହିବା ଉଚିତ।
ମାଆ କୋଳ ପିଲାର ପ୍ରାଥମିକ ବିଦ୍ୟାଳୟ। ମାଆ ତା’ ପିଲାକୁ କୋଳରେ ଶୁଆଇ ନାନାବାୟା ଗୀତ ଗାଇ ସଙ୍ଗୀତ ଶିଖାଏ, ଆଙ୍ଗୁଳି ଗଣି ଗଣିତ ଶିଖାଏ, ବିଭିନ୍ନ ଗଳ୍ପ କହି ତା’ ମାଧ୍ୟମରେ ନୀତିଶିକ୍ଷା ଓ ସାହିତ୍ୟ ଶିକ୍ଷା ଦିଏ, ପୁରାଣ ରାମାୟଣରୁ ଗପ କହି ଧର୍ମ ମାର୍ଗରେ ନେବାକୁ ଚେଷ୍ଟାକରେ। ଗୁରୁ ଗୁରୁଜନ ତଥା ଭଗବାନ୍‌ଙ୍କୁ ଭକ୍ତି କରିବା ଶିକ୍ଷା ଦିଏ ଓ ଏହିପରି ଆହୁରି କେତେକଣ ଉପଦେଶ ଦେଇ ପିଲାଟିକୁ ବାଲ୍ୟକାଳରୁ ଉପଯୁକ୍ତକରି ଗଢ଼ି ତୋଳିବାକୁ ପ୍ରୟାସକରେ। ଜଣେ ସମର୍ପିତା ମାଆ ପିଲାକୁ ଭଲ ମଣିଷଟିଏ କରି ବଢ଼ାଇବାକୁ ଦୃଢ଼ ନିଶ୍ଚିତ ରହେ। କେବଳ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ତା’ର ଲକ୍ଷ୍ୟ ହୋଇଥାଏ। କାରଣ ପିଲାଟି ଉପଯୁକ୍ତ ହେଲେ ତା’ ପରିବାରର ଭବିଷ୍ୟତ ଉଜ୍ଜ୍ୱଳମୟ ହୁଏ। ଫଳରେ ଦେଶର, ରାଷ୍ଟ୍ରର ତଥା ବିଶ୍ୱର ଉନ୍ନତି ହୁଏ। ତେଣୁ ଜଣେ ଉପଯୁକ୍ତ ମାଆ କେବଳ ପରିବାରର ନୁହେଁ ସେ ମଧ୍ୟ ରାଷ୍ଟ୍ରୀୟ ସମ୍ପତ୍ତି।
ମାଆମାନଙ୍କୁ ସମାଜରେ ସବୁବେଳେ ଶ୍ରେଷ୍ଠସ୍ଥାନ ଦିଆଯାଇଛି। ଆଦିକବି ଶଙ୍କରାଚାର୍ଯ୍ୟଙ୍କ ଭାଷାରେ – ‘କୁପୁତ୍ର ଜାୟତେ କ୍ୱଚିଦପି, କୁମାତା ନଭବତି।’ ଅର୍ଥାତ୍‌ ସଂସାରରେ ମନ୍ଦପୁତ୍ର ଜାତ ହୋଇପାରେ ମାତ୍ର ମାଆ କଦାପି ମନ୍ଦ ହୋଇପାରନ୍ତି ନାହିଁ। କାରଣ ମାଆ ସବୁବେଳେ ନିଃସ୍ବାର୍ଥପର ଭାବରେ ସନ୍ତାନର ଲାଳନପାଳନ ତଥା ସେବାଯତ୍ନ କରେ। ସେ ଚାହେଁ ତା’ର ସନ୍ତାନ ବୁଦ୍ଧିମାନ୍‌, ବିଦ୍ୱାନ, ଶାନ୍ତ ସରଳ ଓ ଈଶ୍ୱର ବିଶ୍ୱାସୀ ହେଉ। ସମାଜରେ ତା’ର ତଥା ପରିବାରର ନାମ ଓ ଯଶ ପ୍ରତିଷ୍ଠା କରୁ। ସେଥିପାଇଁ ସେ ପିଲାଟି ପ୍ରତି ପ୍ରଥମରୁ ଯତ୍ନବାନ୍‌ ହୁଏ। ଗୁରୁଜନଙ୍କୁ କିପରି ଭକ୍ତି କରିବାକୁ ହୁଏ ଏବଂ ଭବିଷ୍ୟତରେ କିପରି ଉତ୍ତମ ମଣିଷଟିଏ ହେବ ସେଥିପାଇଁ ଭଗବାନ୍‌ଙ୍କ ପାଖରେ ସଦାସର୍ବଦା ଗୁହାରି କରୁଥାଏ। ତେଣୁ ମାଆଠାରୁ ବଳି ଭଲ ଶିକ୍ଷକ ଓ ପଥପ୍ରଦର୍ଶକ ଆଉ କିଏ ହୋଇପାରେ? ଏଇଠି ଆମେ କେତେଜଣ ଆଦର୍ଶ ମାତାଙ୍କର ଉଦାହରଣ ଦେଇପାରିବା। ଶ୍ରୀରାମ ମାତା କୌଶଲ୍ୟାଙ୍କ ଯତ୍ନରେ ସଦାସର୍ବଦା ସତ୍ୟପଥରେ ଚାଲୁଥିଲେ। ଲବ ଓ କୁଶ ମାତା ସୀତାଙ୍କ ତତ୍ତ୍ୱାବଧାନରେ ବିଦ୍ୱାନ ଓ ଶକ୍ତିଶାଳୀ ହୋଇପାରିଥିଲେ। ଶିବାଜୀଙ୍କ ବୀରତ୍ୱ ପାଇଁ ମାତା ଜୀଜାବାଈଙ୍କର ପ୍ରେରଣା ଅନ୍ତର୍ନିହିତ। ପୁତୁଲିବାଈଙ୍କ ପ୍ରେରଣାରେ ମୋହନଦାସ ମହାତ୍ମାରେ ପରିଣତ ହୋଇପାରିଥିଲେ। ଏହିପରି ଅନେକ ଆଦର୍ଶ ମାତାଙ୍କର ଉଦାହରଣ ଆମ ପୁରାଣ ତଥା ଇତିହାସରେ ବର୍ଣ୍ଣିତ।
ସମ୍ପ୍ରତି ମାତୃଜାତି ପ୍ରତି କିଛି ଆହ୍ବାନ ରହିଛି। ପୂର୍ବରୁ ମାଆମାନେ ପିଲାମାନଙ୍କୁ ସକାଳେ ସନ୍ଧ୍ୟାରେ ପ୍ରାର୍ଥନାକରି ପଢ଼ି ବସିବାକୁ ଶିଖାଉଥିଲେ। ଆଜିକାଲି ଅଧିକାଂଶ ମାତା ସେହି ସମୟରେ ପିଲାଙ୍କୁ ପାଠ ପଢ଼ିବାକୁ ବାଧ୍ୟ କରୁଛନ୍ତି କିମ୍ବା ଟିଉଶନ ପଠାଇଦେଇ ନିଶ୍ଚିନ୍ତରେ ରହୁଛନ୍ତି। ଏହାଦ୍ୱାରା ମାଆମାନେ ପିଲାମାନଙ୍କୁ ପ୍ରକୃତ ଜ୍ଞାନ ପ୍ରଦାନ କରିବା ବଦଳରେ ଗୋଟିଏ ଲେଖାଏଁ ପୁସ୍ତକକୀଟରେ ପରିଣତ କରୁଛନ୍ତି। ସେମାନେ ଜାଣିରଖିବା ଉଚିତ ଯେ ପିଲାମାନଙ୍କର ନୈତିକତାର ସ୍ଖଳନ ପାଇଁ ସେମାନେ ନିଜେ ହିଁ ଦାୟୀ। ଦେଶର ଉତ୍ତର ପୁରୁଷର ବଂଶଧରଗଣ ଆଜିର ମାତୃଜାତି ଦ୍ୱାରା ଗଠିତ ହେବେ। ଅନ୍ତତଃ ଆଗାମୀ କାଳର ବଂଶଧରମାନଙ୍କୁ ରକ୍ଷାକରିବା ନିମନ୍ତେ ଆଜିର ମାଆ ମାନଙ୍କୁ ସାବଧାନ ହେବାକୁ ପଡ଼ିବ। ମନେରଖିବା ଉଚିତ ମାତା ହିଁ ଦିବ୍ୟଜନନୀଙ୍କ ମୂର୍ତ୍ତିମନ୍ତ ପ୍ରତୀକ ଓ ତା’ ସନ୍ତାନର ପ୍ରଥମ ଶିକ୍ଷକ।
ଅବସରପ୍ରାପ୍ତ ରିଡର, ଶୈଳବାଳା ମହାବିଦ୍ୟାଳୟ
ମୋ: ୯୮୬୧୩୫୫୬୨୮


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?