କିଶୋରୀଙ୍କ ଅଧିକାର କ୍ଷୁଣ୍ଣ

ଯାଜପୁର,୧୦ା୮(ହର୍ଷବର୍ଦ୍ଧନ ବେହେରା) : ସରକାର କନ୍ୟା ସନ୍ତାନମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ବେଟି ବଚାଓ ଓ ବେଟି ପଢାଓ ଅଭିଯାନ ସମେତ କୁମାରୀ ସ୍ବାବଲମ୍ବୀ, ଅଦ୍ୱିକା ଇତ୍ୟାଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଯାଜପୁର ଜିଲାରେ କେତେକ ଘଟଣାକୁ ଅବଲୋକନ କଲେ ଏହି ସବୁ ଯୋଜନା କେବଳ କାଗଜ କଲମରେ ଚାଲିଥିବା ମନେ ହେଉଛି। ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପ ଓ ସୁକିନ୍ଦା ଖଣି ଅଞ୍ଚଳରେ କିଶୋରୀଙ୍କ ଅଧିକାର ଓ ସୁରକ୍ଷା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ହେଉଛି। ଫଳରେ ଶତାଧିକ କିଶୋରୀଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧକାର ଭିତରୁ ଠେଲି ହେଉଥିବା ଦେଖିବାକୁ ମିଳୁଛି ।
ସରକାରଙ୍କ ନିୟମାନୁଯାୟୀ ଅଦ୍ୱିକା, ବେଟି ବଚାଓ, ବେଟି ପଢାଓ ଓ କୁମାରୀ ସ୍ବାବଲମ୍ବନ ଭଳି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ ସେମାନଙ୍କୁ ଆତ୍ମ ନିର୍ଭରଶୀଳ ଓ ସ୍ବାବଲମ୍ବୀ କରିବା ପାଇଁ ନିର୍ଦ୍ଦେଶ ରହିଛି । ସେଥିମଧ୍ୟରୁ ଅଦ୍ୱିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରିବା ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ ପ୍ରତି ଶନିବାର ଅଦ୍ୱିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିର୍ଦ୍ଦେଶ ରହିଛି। ଏଥିରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ଥିବା ୧୪ ରୁ ୧୯ ବର୍ଷର ସମସ୍ତ କିଶୋରୀଙ୍କୁ ସମ୍ପୃକ୍ତ ଅଙ୍ଗନୱାଡି କେନ୍ଦ୍ରରେ ଉପସ୍ଥିତ ରହିବା ସହ ସେମାନଙ୍କ ସ୍ବାସ୍ଥ୍ୟ, ସଦାଚାର, ପୋଷଣ, ଶିକ୍ଷା ଅଧିକାର, ଆତ୍ମରକ୍ଷା ସମେତ ବାଲ୍ୟବିବାହ ନିଷେଧ ନିୟନ୍ତ୍ରଣ ଉପରେ ସଚେତନ କରିବା କଥା। ଏହି ଅଦ୍ୱିକା ମାଧ୍ୟମରେ କିଶୋରୀଙ୍କ ଉପସ୍ଥିତି ଓ ଅନୁପସ୍ଥିତିକୁ ଅନୁଧ୍ୟାନ କରି ସେମାନଙ୍କ ବିଭିନ୍ନ ସମସ୍ୟାର ତଦାରଖ କରାଯାଏ। ତେଣୁ ପ୍ରତି ଅଙ୍ଗନଓ୍ବାଡି କେନ୍ଦ୍ରରେ ଉପସ୍ଥିତ ରହୁଥିବା କିଶୋରୀଙ୍କ ମଧ୍ୟରୁ ସଖୀ ସହେଲୀ ନାମରେ ଦୁଇଜଣ ବାଛି ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ଅନ୍ତର୍ଗତ କିଶୋରୀଙ୍କ ସମସ୍ତ ସମସ୍ୟାର ତଦାରଖ କରି ଅଙ୍ଗନଓ୍ବାଡି କର୍ମୀ ଓ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବେ। ଯାହାଫଳରେ ସମ୍ଭାବିତ ସମସ୍ୟାର ସମାଧାନ ସହଜରେ ହୋଇପାରିବ । କିନ୍ତୁ ଜିଲାରେ ଅଦ୍ୱିକା କାର୍ଯ୍ୟକ୍ରମ ହେଉ ନ ଥିବାରୁ କିଶୋରୀଙ୍କ ବାଲ୍ୟବିବାହ ହେଉଥିବା ସହ ଚାଷ କ୍ଷେତରେ, ଇଟା ଭାଟିରେ, ରାସ୍ତାଘାଟ ନିର୍ମାଣ କାମରେ, ଶିଶୁ ଶ୍ରମିକ ଭାବେ ନିଯୋଜିତ ହେଉଛନ୍ତି। ଏହାସହ କିଶୋରୀ ପାଠ ଛାଡି ହାଣ୍ଡିଆ ବିକ୍ରି କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। କଳିଙ୍ଗନଗର ଅଞ୍ଚଳର ଶତାଧିକ କିଶୋରୀ ନିଜ ପେଟ ପାଇଁ ବାହାର ରାଜ୍ୟରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବାର ସୂଚନା ମିଳିଛି। ସେହିପରି ଏହି ଅଞ୍ଚଳରେ ବାଲ୍ୟବିବାହାରେ ମଧ୍ୟ ରୋକ୍‌ ଲାଗୁନି । ପ୍ରତିବର୍ଷ ପାଠ ଛାଡୁଥିବା ବାଳିକାଙ୍କ ସଂଖ୍ୟା ମଧ୍ୟ କିଛି କମ ନୁହଁ । ଏହି ଅଞ୍ଚଳରେ ଅଦ୍ୱିକା କାର୍ଯ୍ୟକ୍ରମ ଫେଲ ମାରିଥିବା ବେଳେ ଏକ ବେସରକାରୀ ଅନୁଷ୍ଠାନ କିଶୋରୀଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଛି। କିନ୍ତୁ କିଶୋରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ସଂପୃକ୍ତ ବେସରକାରୀ ସଂସ୍ଥା ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ମାତ୍ର କିଶୋରୀମାନଙ୍କ ଏକାଧିକ ସମସ୍ୟା ଅସମାହିତ ହୋଇ ରହି ଯାଉଥିବାର ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ସୁକିନ୍ଦା ବ୍ଳକର ରାଁସୋଳ ପଞ୍ଚାୟତ କାକୁଡିଆ ଗ୍ରାମରେ ଏକ କିଶୋରୀ ୧୦ ବର୍ଷ ଧରି ଏକ କୋଠରୀରେ ବନ୍ଦୀ ହୋଇ ରହିବା ଘଟଣା ସାରା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ସମ୍ପୃକ୍ତା କିଶୋରୀଙ୍କୁ ତାଙ୍କ ସାବତ ମା’ଏକ ପରିତ୍ୟକ୍ତ ଘରେ ତାଲା ପକାଇ ରଖିଥିଲେ। ଖବର ପାଇ ତାଙ୍କ ନିଜ ମା’ ଦେଖିବାକୁ ଯାଇ ନାବାଳିକାଙ୍କ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେଇଥିଲେ। ଏହାପରେ ଜିଲା ପ୍ରଶାସନ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ଥଇଥାନ କରାଯାଇଥିବା ସୂଚନା ମିଳିଛି। ଦାନଗଦୀ ବ୍ଳକର ରଣାଗୁଣ୍ଡୀ ପଞ୍ଚାୟତ ନକୁଳନାର ଓ ଧୂଳିଗଡ଼ ପଞ୍ଚାୟତ ସୁଆଁଲ ଗ୍ରାମରୁ କେତେକ କିଶୋରୀ ଦୀର୍ଘ ବର୍ଷ ଧରି ବାହାର ରାଜ୍ୟରେ କାମ କରିବା ପରେ ମଧ୍ୟ ସେମାନଙ୍କୁ ଥଇଥାନ ଓ ସ୍ବାବଲମ୍ବୀ କରିବାରେ ନିଯୁକ୍ତ ବେସରକାରୀ ଅନୁଷ୍ଠାନ ଅକ୍ଷମ ହୋଇଛି। ତେଣୁ ଉକ୍ତ ଅଞ୍ଚଳରେ ପ୍ରଶାସନର ପକ୍ଷରୁ ଅଦ୍ୱିକା କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ଘସିପୁରାରେ ସୌମ୍ୟରଞ୍ଜନ: ଭାଜପା ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ରାମଚନ୍ଦ୍ରପୁର,୧ା୫(ଗଣେଶ୍ୱର ସା):କେନ୍ଦୁଝର ଜିଲା ଘସିପୁରା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସ୍ବାଗତ ଜଣାଯାଇଛି। ମଙ୍ଗଳବାର ଅପରାହ୍ନ ୩ଟା ସମୟରେ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri