କିଶୋରୀଙ୍କ ଅଧିକାର କ୍ଷୁଣ୍ଣ

ଯାଜପୁର,୧୦ା୮(ହର୍ଷବର୍ଦ୍ଧନ ବେହେରା) : ସରକାର କନ୍ୟା ସନ୍ତାନମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ବେଟି ବଚାଓ ଓ ବେଟି ପଢାଓ ଅଭିଯାନ ସମେତ କୁମାରୀ ସ୍ବାବଲମ୍ବୀ, ଅଦ୍ୱିକା ଇତ୍ୟାଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଯାଜପୁର ଜିଲାରେ କେତେକ ଘଟଣାକୁ ଅବଲୋକନ କଲେ ଏହି ସବୁ ଯୋଜନା କେବଳ କାଗଜ କଲମରେ ଚାଲିଥିବା ମନେ ହେଉଛି। ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପ ଓ ସୁକିନ୍ଦା ଖଣି ଅଞ୍ଚଳରେ କିଶୋରୀଙ୍କ ଅଧିକାର ଓ ସୁରକ୍ଷା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ହେଉଛି। ଫଳରେ ଶତାଧିକ କିଶୋରୀଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧକାର ଭିତରୁ ଠେଲି ହେଉଥିବା ଦେଖିବାକୁ ମିଳୁଛି ।
ସରକାରଙ୍କ ନିୟମାନୁଯାୟୀ ଅଦ୍ୱିକା, ବେଟି ବଚାଓ, ବେଟି ପଢାଓ ଓ କୁମାରୀ ସ୍ବାବଲମ୍ବନ ଭଳି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ ସେମାନଙ୍କୁ ଆତ୍ମ ନିର୍ଭରଶୀଳ ଓ ସ୍ବାବଲମ୍ବୀ କରିବା ପାଇଁ ନିର୍ଦ୍ଦେଶ ରହିଛି । ସେଥିମଧ୍ୟରୁ ଅଦ୍ୱିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରିବା ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ ପ୍ରତି ଶନିବାର ଅଦ୍ୱିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିର୍ଦ୍ଦେଶ ରହିଛି। ଏଥିରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ଥିବା ୧୪ ରୁ ୧୯ ବର୍ଷର ସମସ୍ତ କିଶୋରୀଙ୍କୁ ସମ୍ପୃକ୍ତ ଅଙ୍ଗନୱାଡି କେନ୍ଦ୍ରରେ ଉପସ୍ଥିତ ରହିବା ସହ ସେମାନଙ୍କ ସ୍ବାସ୍ଥ୍ୟ, ସଦାଚାର, ପୋଷଣ, ଶିକ୍ଷା ଅଧିକାର, ଆତ୍ମରକ୍ଷା ସମେତ ବାଲ୍ୟବିବାହ ନିଷେଧ ନିୟନ୍ତ୍ରଣ ଉପରେ ସଚେତନ କରିବା କଥା। ଏହି ଅଦ୍ୱିକା ମାଧ୍ୟମରେ କିଶୋରୀଙ୍କ ଉପସ୍ଥିତି ଓ ଅନୁପସ୍ଥିତିକୁ ଅନୁଧ୍ୟାନ କରି ସେମାନଙ୍କ ବିଭିନ୍ନ ସମସ୍ୟାର ତଦାରଖ କରାଯାଏ। ତେଣୁ ପ୍ରତି ଅଙ୍ଗନଓ୍ବାଡି କେନ୍ଦ୍ରରେ ଉପସ୍ଥିତ ରହୁଥିବା କିଶୋରୀଙ୍କ ମଧ୍ୟରୁ ସଖୀ ସହେଲୀ ନାମରେ ଦୁଇଜଣ ବାଛି ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ଅନ୍ତର୍ଗତ କିଶୋରୀଙ୍କ ସମସ୍ତ ସମସ୍ୟାର ତଦାରଖ କରି ଅଙ୍ଗନଓ୍ବାଡି କର୍ମୀ ଓ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବେ। ଯାହାଫଳରେ ସମ୍ଭାବିତ ସମସ୍ୟାର ସମାଧାନ ସହଜରେ ହୋଇପାରିବ । କିନ୍ତୁ ଜିଲାରେ ଅଦ୍ୱିକା କାର୍ଯ୍ୟକ୍ରମ ହେଉ ନ ଥିବାରୁ କିଶୋରୀଙ୍କ ବାଲ୍ୟବିବାହ ହେଉଥିବା ସହ ଚାଷ କ୍ଷେତରେ, ଇଟା ଭାଟିରେ, ରାସ୍ତାଘାଟ ନିର୍ମାଣ କାମରେ, ଶିଶୁ ଶ୍ରମିକ ଭାବେ ନିଯୋଜିତ ହେଉଛନ୍ତି। ଏହାସହ କିଶୋରୀ ପାଠ ଛାଡି ହାଣ୍ଡିଆ ବିକ୍ରି କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। କଳିଙ୍ଗନଗର ଅଞ୍ଚଳର ଶତାଧିକ କିଶୋରୀ ନିଜ ପେଟ ପାଇଁ ବାହାର ରାଜ୍ୟରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବାର ସୂଚନା ମିଳିଛି। ସେହିପରି ଏହି ଅଞ୍ଚଳରେ ବାଲ୍ୟବିବାହାରେ ମଧ୍ୟ ରୋକ୍‌ ଲାଗୁନି । ପ୍ରତିବର୍ଷ ପାଠ ଛାଡୁଥିବା ବାଳିକାଙ୍କ ସଂଖ୍ୟା ମଧ୍ୟ କିଛି କମ ନୁହଁ । ଏହି ଅଞ୍ଚଳରେ ଅଦ୍ୱିକା କାର୍ଯ୍ୟକ୍ରମ ଫେଲ ମାରିଥିବା ବେଳେ ଏକ ବେସରକାରୀ ଅନୁଷ୍ଠାନ କିଶୋରୀଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଛି। କିନ୍ତୁ କିଶୋରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ସଂପୃକ୍ତ ବେସରକାରୀ ସଂସ୍ଥା ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ମାତ୍ର କିଶୋରୀମାନଙ୍କ ଏକାଧିକ ସମସ୍ୟା ଅସମାହିତ ହୋଇ ରହି ଯାଉଥିବାର ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ସୁକିନ୍ଦା ବ୍ଳକର ରାଁସୋଳ ପଞ୍ଚାୟତ କାକୁଡିଆ ଗ୍ରାମରେ ଏକ କିଶୋରୀ ୧୦ ବର୍ଷ ଧରି ଏକ କୋଠରୀରେ ବନ୍ଦୀ ହୋଇ ରହିବା ଘଟଣା ସାରା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ସମ୍ପୃକ୍ତା କିଶୋରୀଙ୍କୁ ତାଙ୍କ ସାବତ ମା’ଏକ ପରିତ୍ୟକ୍ତ ଘରେ ତାଲା ପକାଇ ରଖିଥିଲେ। ଖବର ପାଇ ତାଙ୍କ ନିଜ ମା’ ଦେଖିବାକୁ ଯାଇ ନାବାଳିକାଙ୍କ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେଇଥିଲେ। ଏହାପରେ ଜିଲା ପ୍ରଶାସନ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ଥଇଥାନ କରାଯାଇଥିବା ସୂଚନା ମିଳିଛି। ଦାନଗଦୀ ବ୍ଳକର ରଣାଗୁଣ୍ଡୀ ପଞ୍ଚାୟତ ନକୁଳନାର ଓ ଧୂଳିଗଡ଼ ପଞ୍ଚାୟତ ସୁଆଁଲ ଗ୍ରାମରୁ କେତେକ କିଶୋରୀ ଦୀର୍ଘ ବର୍ଷ ଧରି ବାହାର ରାଜ୍ୟରେ କାମ କରିବା ପରେ ମଧ୍ୟ ସେମାନଙ୍କୁ ଥଇଥାନ ଓ ସ୍ବାବଲମ୍ବୀ କରିବାରେ ନିଯୁକ୍ତ ବେସରକାରୀ ଅନୁଷ୍ଠାନ ଅକ୍ଷମ ହୋଇଛି। ତେଣୁ ଉକ୍ତ ଅଞ୍ଚଳରେ ପ୍ରଶାସନର ପକ୍ଷରୁ ଅଦ୍ୱିକା କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ: ଗୋଖରକୁଦା ରାସ୍ତାରେ ଭାଙ୍ଗିଲା ଗଛ, ଘରେ ପଶିଲା ବର୍ଷା ଜଳ

ଗଞ୍ଜାମ,୨୫।୯(ବିଦ୍ୟାଧର ସାହୁ ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତୁହାକୁ ବର୍ଷା ପାଇଁ ଲୋକେ ଘରୁ ପଦାକୁ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?