ନିର୍ମାଣ ସରୁନି, ବାରଣ୍ଡାରେ ଶିଶୁଙ୍କ ପ୍ରିକ୍ଲାସ

ଦେଓଗାଁ, ୭ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଅଙ୍ଗନୱାଡି ‘କ’ କେନ୍ଦ୍ର ନାନା ଅବ୍ୟବସ୍ଥାରେ ଚାଲିଛି। କେନ୍ଦ୍ରର ନିଜସ୍ବ କୋଠାନାହିଁ। ଫଳରେ ପିଲାଙ୍କ ପ୍ରିକ୍ଲାସ ଅଙ୍ଗନଓ୍ବାଡି କର୍ମୀଙ୍କ ବାରଣ୍ଡାରେ ଚାଲିଛି। ପ୍ରଶାସନିକ ଅବହେଳା ଯୋଗୁଁ ଆଜକୁ ୫ବର୍ଷ ହେଲା କୋଠା ନିମର୍ର୍ାଣ ସମ୍ପୂର୍ଣ୍ଣ ହୋଇପାରୁନାହିଁ। କାମ ତଦାରଖ କରୁଥିବା ଠିକାଦାରଙ୍କ କହିବାନୁସାରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଟଙ୍କା ପଡି ନ ଥିବାରୁ କୋଠା ସମ୍ପୂର୍ଣ୍ଣ କରିହେଉନାହିଁ। ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ରର ସମସ୍ୟା ନେଇ ୨୦୨୨ ମେ ୨୭ ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନିକ ତପତ୍ରତା ପ୍ରକାଶ ପାଇଥିଲା। ବିଭାଗୀୟ ପଦକ୍ଷେପ ସ୍ବରୁପ କୋଠାକାମ କିଛି ମାତ୍ରାରେ ଆରମ୍ଭ ହୋଇଥିଲା। ହେଲେ ପୁନଶ୍ଚ ବିଲ ହୋଇ ନ ଥିବା ଦର୍ଶାଇ ସମ୍ପୃକ୍ତ ଠିକାଦାର କୋଠା ନିର୍ମାଣ ବନ୍ଦ କରିଦେଇଥିଲେ।
୧୯୯୩ ମସିହାରେ ଉପରଝର ଅଙ୍ଗନୱାଡି ‘କ’ କେନ୍ଦ୍ର ଗୃହ ନିର୍ମାଣ ହୋଇଥିଲା। ଜରାଜୀର୍ଣ୍ଣ ହୋଇପଡିଥିବା(କ) କେନ୍ଦ୍ର କୋଠାକୁ ୨୦୧୪ ମସିହାରେ ବ୍ଲକ ପ୍ରଶାସନ ବିପଦସଙ୍କୁଳ ଘୋଷଣା କରି କୋଠାରେ ତାଲା ପକାଇଦେଇଥିଲା। ଫଳରେ ଏକବର୍ଷ ଧରି ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟ କୋଠାରେ ପ୍ରିକ୍ଲାସ ଚାଲିଲା। ପରେ ସେଠାରୁ ଉକ୍ତ ଗାଁର ହେମାଲ ପଧାନଙ୍କ ଘରେ ୫ଶହ ଟଙ୍କା ଭଡାସୂତ୍ରରେ ୨୦୧୮ ମସିହାରୁ ୨୦୨୧ ପର୍ଯ୍ୟନ୍ତ ୪ବର୍ଷ ଧରି ଚାଲିଥିଲା। ହେଲେ ବିଭାଗ କୋଠା ନିର୍ମାଣ ଦିଗରେ ଧ୍ୟ୍ୟାନ ନଦେବା ସହ ସମ୍ପୃକ୍ତ କର୍ମୀଙ୍କୁ ଘରଭଡା ଟଙ୍କା ମଧ୍ୟ ମଞ୍ଜୁର ନ କରିବାରୁ ବାଧ୍ୟ ହୋଇ ତାଙ୍କ ନିଜ ଘରେ ଶିଶୁମାନଙ୍କୁ ପ୍ରିକ୍ଲାସ ଓ ରନ୍ଧାଖାଦ୍ୟ ଦେଉଥିବା କର୍ମୀ ସୁନୟନା ବିଶ୍ୱାଳ କହିଛନ୍ତି। ଏଭଳି ଅବ୍ୟବସ୍ଥାରେ ଦୀର୍ଘବର୍ଷ ହେଲା ଚାଲିଥିବାରୁ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବର୍ତ୍ତମାନ ଏହି କେନ୍ଦ୍ରରେ ୨୫ଜଣ ଶିଶୁ ରହିଛନ୍ତି। ଏ ଦିଗରେ ଜଲାପାଳ ଦୃଷ୍ଟି ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ: ‘ପିଲାଟିଏ ଗଛଟିଏ’ ଅଭିଯାନରେ …

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ୭୬ ତମ ବନ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri