ୟୁଆଇଏଲ୍ ପକ୍ଷରୁ ଶିଶୁ ଦିବସ ପାଳିତ*

ଯାଜପୁର,୧୫/୧୧: ଶିଶୁ ହସିଲେ ଦୁନିଆ ହସେ , ଏକଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ ହେଲେ ଶିଶୁଙ୍କ ମୁହଁରେ ହସ ଫୁଟାଇବା କାମ ଆମର । ତେବେ ଏକଥାକୁ ବିଭିନ୍ନ ସମୟରେ ବାସ୍ତବତାର ରୂପ ଦେଇ ଶିଶୁ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଯାଜପୁରରେ ଥିବା ଟାଟା ଷ୍ଟିଲ ତଥା ନିଳାଚଳ ଇସ୍ପାତର ଭେଣ୍ଡର ପାର୍ଟନର ୟୁନାଇଟେଡ ଇନ୍ଫ୍ରାକୋର୍ ଲିମିଟେଡ ବିଭାଗ ତରଫରୁ ନିଆରା ଢଙ୍ଗରେ ଶିଶୁ ଦିବସ ପାଳନ କରାଯାଇଛି। ବିଭାଗର ବହୁଜଣ ଏକାଠି ହୋଇ ଯାଜପୁରରେ ଥିବା ଅନ୍ନପୂର୍ଣ୍ଣା ଶିଶୁ ଗୃହ କନ୍ୟା ଆଶ୍ରମରେ ପହଞ୍ଚି ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ଶିଶୁକନ୍ୟାଙ୍କୁ ବିଭିନ୍ନ ପାଠ୍ୟ ଉପକରଣ, ଅନ୍ୟାନ୍ୟ ଉପହାର ଦେବା ସହ କେକ୍ କାଟି ଶିଶୁ ଦିବସ ପାଳନ କରିଛନ୍ତି। ଏହା ସହ କନ୍ୟା ଆଶ୍ରମର ଜରୁରୀକାଳୀନ ସୁବିଧା ପାଇଁ ୫୧,୦୦୦ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ସେମାନଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତିମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏବଂ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା, ଶିକ୍ଷା ସମ୍ବନ୍ଧୀୟ ତଥ୍ୟ ପଚାରି ବୁଝିବା ସହ ସେମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ୟୁଆଇଏଲ୍ ବିଭାଗର ବିବେକ ଜେନ୍, ଦୀପ୍ତିରଞ୍ଜନ ସାମଲ, ହର୍ଷ ସିଂ,ଚକ୍ରଧର ବାରିକ୍, ରବିନ୍ଦ୍ର ବେହେରା, କୋରବାନ୍ ଖାନ୍ ଏବଂ ପ୍ରତାପ କେଶରୀ ମହାପାତ୍ର ଆଦି ଉପସ୍ଥିତ ରହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…

ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…

ବୈତରଣୀରେ ଆସୁଛି ବନ୍ୟା, ଭୟଭୀତ ଅଞ୍ଚଳବାସୀ

ବଞ୍ଚୋ,୧୭।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରକୁ ଉଠିଛି। ଆନନ୍ଦପୁର ଗେଜ୍‌ ସାଇଟର ତଥ୍ୟ…

ବ୍ୟବସାୟୀ ଅପହରଣ ମାମଲା: ମହିଳା ପୋଲିସ ସବ୍‌ଇନ୍ସପେକ୍ଟରଙ୍କ ସହ ଜଣେ ସାମ୍ବାଦିକ ଗିରଫ, ୪କୁ ବୃଦ୍ଧି ପାଇଲା ସଂଖ୍ୟା

ବଲାଙ୍ଗୀର,୧୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ମାମଲାରେ ବଲାଙ୍ଗୀର ପୋଲିସ ଭୁବନେଶ୍ବରରୁ ଜଣେ ମହିଳା ସବ୍‌ଇନ୍ସପେକ୍ଟର ଓ ଜଣେ ଖବରଦାତାଙ୍କୁ…

ଡିଜିପି ଦାୟିତ୍ୱ ନେବା ପରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ବିନୟତୋଷ ମିଶ୍ର

ପୁରୀ, ୧୬।୮ (ଅଜିତ୍ କୁମାର ମହାନ୍ତି): ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିନୟତୋଷ ମିଶ୍ର ରବିବାର ରାତିରେ ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀ…

ଅଧିକାର ପାଇଁ ଆନ୍ଦୋଳନ: ସମୁଦ୍ର ଆଁରୁ ଭିଟାମାଟି ବଞ୍ଚାଇବାକୁ…

ଛତ୍ରପୁର, ୧୭।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀଠାରେ ସମୁଦ୍ର କୂଳ ଲଙ୍ଘିବା ଘଟଣା ଏବେ ଆନ୍ଦୋଳନର ରୂପ ନେଇଛି। ସମୁଦ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri