ପୁଷ୍ଟିକର ଖାଦ୍ୟ, ପ୍ରାକ୍‌ ଶିକ୍ଷାରୁ ବଞ୍ଚତ୍ତ ଶିଶୁ

ନୂଆପଡ଼ା ଅଫିସ,୧୪।୧୧: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଲଭା ପଞ୍ଚାୟତ ପଟପରପାଲି ଗାଁର ମହୁଲପଡାବାସୀ ଦୀର୍ଘ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ମହୁଲପଡାରେ ୮ ପରିବାରର ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ରହିଛନ୍ତି। ସେମାନଙ୍କ ସୁବିଧା କହିଲେ କେବଳ ରାଶନ କାର୍ଡକୁ ଛାଡି ଦେଲେ ଅନ୍ୟ କୌଣସି ସୁବିଧାନାହିଁ। ପଡାକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ପାଣିର ଅସୁବିଧା ହେତୁ ବନ୍ଧ, ମୁଡା କିମ୍ବା ଚହଲା ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଖରା ଦିନେ ସେହି ବନ୍ଧ, ମୁଡା କିମ୍ବା ଚହଲା ଶୁଖି ଗଲେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ୨ରୁ ୩ କି.ମି. ରାସ୍ତା ଯିବା ପରେ ପାଣି ମିଳିଥାଏ। ପଡାରେ ବିଦ୍ୟୁତିକରଣ ହୋଇ ନ ଥିବାରୁ ଜଙ୍ଗଲ ଭିତରେ ଅନ୍ଧାରରେ ଦିନ ବିତାଉଛନ୍ତି। ପଡା ପାଖରେ ଲାଗିି ଭାଲୁଡୋଙ୍ଗରୀ ଜଙ୍ଗଲ ରହିଥିବାରୁ ବାଘ, ଭାଲୁ, ବାର୍‌ହା ତଥା ହିସତ୍ଜନ୍ତୁର ଭୟ ରହିଛି। ବର୍ତ୍ତମାନ କିରୋସିନ ମିଳୁ ନ ଥିବାରୁ ଅନ୍ଧାରରେ କିପରି ଜୀବନ ବିତାଉଛନ୍ତି ସହଜେ ଅନୁମେୟ। ପିଲାଛୁଆମାନଙ୍କ ପାଠପଢା ପ୍ରତି ବ୍ୟାହତ ସୃଷ୍ଟି ହେଉଛି। ପଡାବାସୀ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର ପାଇ ନ ଥିବାରୁ କିଏ ଭଙ୍ଗା ଦଦରା ଘରେ ରହୁଛି ତ କିଏ ପାଇଖାନାକୁ ରୋଷେଇ ଘର କରି ରହୁନ୍ତି। ପ୍ରାଥମିକ ବିଦ୍ୟାଳୟ କଥା ଦୁରେ ଥାଉ ଅଙ୍ଗନୱାଡି କେନ୍ଦ୍ର ନ ଥିବାରୁ ମହୁଲପଡାଠାରୁ ପଟପରପାଲି ୨ କି.ମି., ଠାକୁରପାଲି ୨ କି.ମି., ଲଖନା ୩ କି.ମି., ଖଜୁରବାହାଲ ୪ କି.ମି. ହେଉଥିବାରୁ କୋମଳମତି ଶିଶୁମାନେ ଅଙ୍ଗନୱାଡି କେନ୍ଦ୍ରକୁ ଯାଇପାରୁନାହାନ୍ତି। ଫଳରେ ପୁଷ୍ଟିକର ଖାଦ୍ୟ ଓ ପ୍ରାକ୍‌ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଆଦିବାସୀ ଅଧ୍ୟୁଷିତ ଦାଦନ ପ୍ରବଣ ଉପାନ୍ତ ଅଞ୍ଚଳ ହୋଇଥିଲେ ମଧ୍ୟ କାହାର ଦୃଷ୍ଟି ପଡୁନାହିଁ। ଏହି ଅସୁବିଧା ବିଷୟରେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଓ ଜିଲା ପର୍ଯ୍ୟନ୍ତ ଯାଇ ଗୁହାରି କରି ସାରୁଲେଣି। ହେଲେ କାହାର ଦୃଷ୍ଟି ପଡୁନାହିଁ। ନିର୍ବାଚନ ସମୟରେ ଅନେକ ନେତା ଆସି ପ୍ରତିଶ୍ରୁତି ଦେଇ ଯାଆନ୍ତି, ଭୋଟ ସରିଗଲେ ଆଉ କାହାର ଦେଖାମିଳେ ନାହିଁ। ଏ ସମ୍ପର୍କରେ କୋମନା ବିଡିଓ ସୁଶାନ୍ତ କୁମାର ରଣାଙ୍କୁ ପଚାରିବାରୁ ଗାଁକୁ ଯାଇ କେଉଁ କେଉଁ ସମସ୍ୟା ଅଛି, ତଦନ୍ତ କରି ସମସ୍ୟା ସମାଧାନ କରାଯିବ ବୋଲି କହିଥିଲେ। ସମସ୍ୟା ପୁରଣ ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ପିଲସିଂ ଶବର, ରୁପସିଂ ଶବର, ସୁନତାନ ଶବର, ଚବନ ଶବର, ଦିବାକର ଶବର, ଚନ୍ଦବ ଶବର, ଉଗ୍ରେସନ ଶବର, ଭୁମରାଜ ଶବର, ଭିତେଶ୍ୱର ଶବର, ଲକ୍ଷ୍ମୀ ଶବର, ଦୟନି ଶବର, ଫାଲଗୁନି ଶବର, ଭଗବତୀ ଶବର, ସୁକ ଶବର, ଆସମତୀ ଶବର, ସୁବିଧା ଶବର, ସରଧା ଶବର ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri