ପିଲାଙ୍କୁ ଭାତ ଡାଲମା, ଶିକ୍ଷକ ଖାଉଛନ୍ତି ମଟନ

ଯୋଡ଼ା,୨୧ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଧବଳେଶ୍ୱର ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ଛତ୍ରୀଛାତ୍ରଙ୍କ ନିମନ୍ତେ ଭାତ, ଡାଲମା ରୋଷେଇ ହେଉଥିବା ବେଳେ ଶିକ୍ଷକଙ୍କ ନିମନ୍ତେ ମଟନ ରୋଷେଇ କରାଯାଉଛି। ବ୍ଲକ୍‌ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ଓ ବିଦ୍ୟାଳୟଗୁଡ଼ିକରେ ଚାଲିଥିବା ପାଠପଢା ନେଇ ଗତ ୨ ଦିନ ଧରି ତଦାରଖ କରାଯାଇଛି। ପରିଦର୍ଶନ ସମୟରେ ସ୍କୁଲରେ ଅନେକ ଅବ୍ୟବସ୍ଥା ଦେଖିବା ସହ ଶିକ୍ଷକଙ୍କ ନିମେନ୍ତ ଚିକେନ ରୋଷେଇ ହେଉଥିବା ଯୋଡ଼ା ବ୍ଲକ୍‌ ଅଧ୍ୟକ୍ଷ କବୀନ୍ଦ୍ର ନାଏକ ଦେଖି ଉଦ୍‌ବେଗ ପ୍ରକାଶ କରିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ଅଧ୍ୟକ୍ଷଙ୍କ ସହିତ ଯୋଡ଼ା ବିଡିଓ ଡେନିସ ବେହେରା ଓ ବିଭାଗୀୟ ଯନ୍ତ୍ରୀମାନେ ବିଭିନ୍ନ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ। ଏହି ସମୟରେ ଦେଓଝର ପଞ୍ଚାୟତରେ ଥିବା ଧବଳେଶ୍ୱର ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ପାଠପଡ଼ା ନେଇ ପଚାରି ବୁଝିଥିଲେ। ପ୍ରଧାନ ଶିକ୍ଷକଙ୍କୁ ତାଙ୍କର ଶିକ୍ଷାଦାନ ବିଷୟ ନେଇ ପଚାରିବାରୁ କୌଣସି ସୂଚନା ଦେଇପାରି ନ ଥିଲେ। ସେହି ସମୟରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ, ଡାଲମା ପରସା ଯାଇଥିଲା। ମାତ୍ର ଶିକ୍ଷୟତ୍ରୀ, ଶିକ୍ଷକମାନେ ସ୍କୁଲ ପରିସରରେ ଚିକେନ ସହ ମଟନ ରୋଷେଇ କରୁଥିବା ଦେଖିବାକୁ ମିଳିଥିଲା। ଛାତ୍ରୀଛାତ୍ରଙ୍କ ସମ୍ମୁଖରେ ଏହା ଏକ ଅପରାଧ ବୋଲି କହି ଦୁଃଖ ପ୍ରକାଶ କରିବା ସହିତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ତାଗିଦା କରିଥିଲେ। ତଦାରଖ ସମୟରେ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଓ ସ୍କୁଲ କମିଟି ସଭାପତି ଉପସ୍ଥିତ ଥିଲେ। ପାଠପଢ଼ାରେ ଅବ୍ୟବସ୍ଥା ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ଦେଓଝର ପଞ୍ଚାୟତରେ ନିର୍ମାଣ କରାଯାଉଥିବା ହେଲ୍ପିଂ ସେଣ୍ଟର, ଗୋବର୍ଦ୍ଧନପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ତଦାରଖ କରିଥିଲେ। ସ୍କୁଲରେ ଛାତ୍ରୀଛାତ୍ର ଅନୁପସ୍ଥିତ ରହୁଥିବାରୁ ଅଭିଭାବକ ବୈଠକ ଡାକିବା ପାଇଁ ଶିକ୍ଷକଙ୍କୁ ପରାମର୍ଶ ଦିଆଯାଇଥିଲା। ଏଥିସହ ବଳିତା ପ୍ରାଥମିକ ବିଦ୍ୟାଳୟ, ବିରିକଳା ପ୍ରାଥମିକ ବିଦ୍ୟାଳୟ, ଜୁଗୁଡିଧର ପ୍ରାଥମିକ ବିଦ୍ୟାଳୟ, ବଲାଣୀ ପ୍ରାଥମିକ ବିଦ୍ୟାଳୟ, କମର୍ଦା ପ୍ରାଥମିକ ବିଦ୍ୟାଳୟ ଆଦିରେ ତଦାରଖ କରି ଶିକ୍ଷକ ସମସ୍ୟା, ଗୃହ, ପାନୀୟ ଜଳ, ଶୌଚାଳୟ ଭଳିି ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ସେହିଭଳି ଦେଓଝର, ବିରିକଳା, କଣ୍ଡରା, ଅଂଶେଇକଳା, ବଲାଣୀ, ବାଲାଗୋଡ଼ା, ସେରେଣ୍ଡା, ଭଦ୍ରାସାହି, କାରାଖେଣ୍ଡ୍ରା ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ତଦାରଖ କରିବା ସହ ଲୋକଙ୍କଠାରୁ ସମସ୍ୟା ପଚାରି ବୁଝିଥିଲେ। ଏହି ସମୟରେ ରାସ୍ତା, ପାର୍କ, ସୌନ୍ଦର୍ଯ୍ୟକରଣ କିପରି କରାଯିବ ସେନେଇ ଆଲୋଚନା କରାଯାଇଥିଲା। ପଞ୍ଚାୟତରେ ପିଡିଏସ ଚାଉଳ ବଣ୍ଟନ ସମସ୍ୟା, ଖେଳପଡ଼ିଆ, ଡ୍ରେନ୍‌ ନିର୍ମାଣନେଇ ଗ୍ରାମବାସୀ ଅଭିଯୋଗ କରିଥିବା ନେଇ ବ୍ଲକ୍‌ ଅଧ୍ୟକ୍ଷ ନାଏକ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

୨୦୨୭ ଯାଏ ୩ ରାଶିଙ୍କର ଚାଲିବ ଭଲ ସମୟ, କେତୁଙ୍କ ପ୍ରଭାବରେ ପ୍ରଚୁର ଧନ ଲାଭ ସହ ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ କେତୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଜ୍ୟୋତିଷୀଙ୍କ ମତ ଅନୁସାରେ, କେତୁ ପ୍ରାୟ ୧୮ ମାସ ପରେ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?