Posted inଜାତୀୟ

ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୪୫ ଜିଅନ୍ତା ଦଗ୍ଧ

 

ନୂଆଦିଲ୍ଲୀ,୨୩।୧୧: ବୁଲଗେରିଆର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ହାଇୱେରେ ଅବସ୍ଥିତ ଉତ୍ତର ମାସିଡୋନିଆର ଏକ ବସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪୫ ଜଣ ଜିଅନ୍ତା ଦଗ୍ଧ ହୋଇଥିବା ନେଇ ସୂଚନା ରହିଛି। ମୃତାହତ ହୋଇଥିବା ଲୋକଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ଥିବା ଜଣାପଡିଛି। ଆହତ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ସୋଫିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ରାତି ୨ଟା ସମୟରେ ଘଟିଥିବା କୁହାଯାଇଛି। ସୋଫିଆରେ ଉତ୍ତର ମାକେଡୋନିଆର ଦୂତାବାସର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଘଟଣାର ଅଧିକାଂଶ ପୀଡିତ ବ୍ୟକ୍ତି ଉତ୍ତର ମାକେଡୋନିଆର ନାଗରିକ। ବର୍ତ୍ତମାନ ଘଟଣା ଘଟିଥିବା ସ୍ଥାନକୁ ସିଲ କରାଯାଇଛି। ଉତ୍ତର ମାସିଡୋନିଆରେ ରହୁଥିବା ଲୋକେ ଓ ଶିଶୁ ଏହି ବସରେ ଥିବା ଜଣାପଡିଛି। ସୋଫିଆରୁ ପାଖାପାଖି ୪୫ କିଲୋମିଟର ଦୂର ପଶ୍ଚିମରେ ଷ୍ଟ୍ରୁମା ହାଇୱେରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ବସରେ ୫୩ ଜଣ ଯାତ୍ରୀ ଉପସ୍ଥିତ ଥିଲେ। ତେବେ ଏହି ଦୁର୍ଘଟଣା କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଦେଶ ହେଲା ଅନ୍‌ଲକ୍‌, ସତର୍କତା ଜରୁରୀ: ମୋଦି

ନୂଆଦିଲ୍ଲୀ,୩୧।୫: ଏବେ ଦେଶ ଅନ୍‌ଲକ୍‌ ହୋଇଛି। ଅର୍ଥବ୍ୟବସ୍ଥାରେ ସୁଧାର ପାଇଁ ଦେଶର ଏକ ବୃହତମ କ୍ଷେତ୍ରକୁ ଖୋଲି ଦିଆଯାଇଛି। ତେବେ କରୋନା ମହାମାରୀ ରହିଛି। ତେଣୁ...

ମଣିପୁରରେ ଅସ୍ତ୍ରଶସ୍ତ୍ର ପୁନରୁଦ୍ଧାର ସମ୍ପର୍କରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲେ ସରକାର

ଇମ୍ଫାଲ,୨୨।୯: ମଣିପୁର ସରକାର ରାଜ୍ୟରେ ଅସ୍ତ୍ରଶସ୍ତ୍ର ପୁନରୁଦ୍ଧାର ସ୍ଥିତି ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟରେ ସମସ୍ତ ଅଞ୍ଚଳରୁ ଜବତ...

ଖଟ୍ଟର ବିଧାୟକ ଦଳ ନେତା ନିର୍ବାଚିତ: ଦୀପାବଳିରେ ନେଇ ପାରନ୍ତି ଶପଥ

ଚଣ୍ଡିଗଡ଼,୨୬।୧୦: ହରିୟାଣାର ରାଜନୈତିକ ସ୍ଥିତି ଏବେ ରୋଚକ ମୋଡ଼ରେ ପହଞ୍ଚିଛି। ଭାଜପା ନବନିର୍ବାଚିତ ବିଧାୟକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟରଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି।...

ନାମ୍ବୁଥିରିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୭: ପ୍ରସିଦ୍ଧ ଚିତ୍ରଶିଳ୍ପୀ ଶ୍ରୀ କେଏମ ବାସୁଦେବନ ନାମ୍ବୁଥିରିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ମୋଦି ଟୁଇଟ କରି ଲେଖିଛନ୍ତି, ଶ୍ରୀ...

ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଫ୍ୟାନ୍‌, କାର୍‌ର ନମ୍ବରପ୍ଲେଟ୍‌ରେ ଲେଖିଲେ ମୋଦିଙ୍କ ନାମ

ଆପଣ ନିଶ୍ଚିତ ଭାବରେ ବଲିଉଡ ଏବଂ କ୍ରିକେଟର ପ୍ରଶଂସକଙ୍କ ବିଷୟରେ ଶୁଣିଥିବେ। ସେମାନେ ତାଙ୍କ ହିରୋଙ୍କ ପାଇଁ ସେଲିବ୍ରେଶନ ଠାରୁ ଆରମ୍ଭ କରି ଟାଟୁ କରୁଥିବାର...

ରାୟଗଡ଼ ଭୂସ୍ଖଳନକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହ କଥା ହେଲେ ଶାହା, ଏବେ ପର୍ଯ୍ୟନ୍ତ ୧୩ ମୃତ, ଦବି ହୋଇ ରହିଛନ୍ତି ୧୦୦ରୁ ଊର୍ଦ୍ଧ୍ୱ

ମୁମ୍ବାଇ,୨୦।୭: ମହାରାଷ୍ଟ୍ର ରାୟଗଡ଼ ଜିଲାର ଏକ ଗାଁରେ ଭୂସ୍ଖଳନ ଯୋଗୁ ବଡ ଧରଣର ଦୁର୍ଘଟଣା ହୋଇଛି। ଏଥିରେ ଏବେ ପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା...

ୟୁପି-ଛତିଶଗଡକୁ ଆଜି ଉପହାର ଦେବେ ମୋଦି, ଦେଶକୁ ମିଳିବ ନୂଆ ବନ୍ଦେ ଭାରତ

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡର ରାଜଧାନୀ ରାୟପୁରରୁ ଚାରିଟି ରାଜ୍ୟ ଗସ୍ତ ଆରମ୍ଭ କରିବେ। ପୂର୍ବାହ୍ନ ୧୦.୪୫ରେ ରାୟପୁରରେ ପହଞ୍ଚିବେ। ଯେଉଁଠାରେ ସେ ସାଇନ୍ସ...

କରୋନା ସଚେତନତା ବାର୍ତ୍ତା: ଠାକୁର ପିନ୍ଧିଲେ ମାସ୍କ

ବାରାଣାସୀ: କରୋନା ଭୂତାଣୁ ସଂକ୍ରମଣ ଭୟରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଉଛି। ଏହା ସହିତ ଆଲିଙ୍ଗନ ଏବଂ...

Advertisement
Archives

Model This Week