ପିଲାବେଳ

ପିଲାବେଳ ଜୀବନର ସର୍ବଶ୍ରେଷ୍ଠ କାଳ। ପିଲାବେଳେ ନା ଥାଏ ଚିନ୍ତା, ନା ଥାଏ ଦାୟିତ୍ୱ, ନା ଥାଏ ପଶ୍ଚାତାପ, ଶୋଚନା କିମ୍ବା ବାହାନା। ନ ଥାଏ ସେମିତି କିଛି ବାଧ୍ୟବାଧକତା,ନିର୍ଦ୍ଦିଷ୍ଟ ଧରାବନ୍ଧା ନିୟମ ଆକଟ କି ବନ୍ଧନ। ବରଂ,ପିଲାଙ୍କର ଥାଏ ଅବାଧ ସ୍ବାଧୀନତା ଗାଆଁ ତୋଟାମାଳରେ ବୁଲିବାରେ, ଗାଆଁ ମୁଣ୍ଡ ବରଗଛ ମୂଳର ଘଞ୍ଚ ଛାଇରେ କେତେ ପିଲାଖେଳ ବିଷ ଅମୃତ, ଚୋର ପୋଲିସ, ବହୁଚୋରି, ଲୁଚକାଳି ଇତ୍ୟାଦି ଖେଳିବାରେ, ବରଗଛ ଓହଳରେ ଦୋଳି ଖେଳି ଝୁଲିବାରେ, ନଈରେ ପହଁରିବାରେ, କେବେ କେବେ ନଈରୁ ବଂଶୀକଣ୍ଟା ପକାଇ ମାଛ ଧରିବାରେ,ନଈକୂଳର କୋଳିଗଛରୁ କୋଳି ତୋଳି ଖାଇବାରେ, ସର୍ବୋପରି ସାଙ୍ଗମେଳରେ ରହି କେତେ ଗପସପରୁ ହସଖୁସି ସାଉଁଟିବାରେ। ସେସବୁରୁ ଯେଉଁ ମନଖୋଲା ପୁଣି ଅନାବିଳ ହସଖୁସି ମିଳୁଥିଲା ତା’ର ପଟାନ୍ତର ନାହିଁ। ଟିକେ ସିଆଣିଆ ବୁଝିଲା ବୟସ ହେଲା ପରେ ପିଲା ସେସବୁ କରନ୍ତି। ଖେଳନ୍ତି, ବୁଲନ୍ତି ଏକାଠି ସାଙ୍ଗସାଥୀ ହୋଇ।
ଖାଲି ଚାଲିବୁଲି ନ ଜାଣିବା ଯାଏ ପିଲା ପୂରା ଆଶ୍ରିତ ଥାନ୍ତି ବାପାମାଆଠି। ଘରେ ପରିବାର ଭିତରେ ହିଁ ରହନ୍ତି। ଘର ଭିତର ଥାଏ ପିଲାଙ୍କ ଖେଳା ବୁଲାଚଲା ପାଇଁ ଉପଯୁକ୍ତ କ୍ଷେତ୍ର। ଘରେ ପିଲା ଜନ୍ମ ନିଏ। ସେଇଠି ବଢ଼େ। ସେଇଠି ଖେଳେ। ମାଆର ପଣତ ତଳେ ପିଲା ଥାନ୍ତି ଅଭୟ ଆଶ୍ରିତ। ଧୀରେ ଧୀରେ ପିଲା କହି ଶିଖେ। ପିଲାର ଖଣ୍ଡି କଥା ମାଆକୁ ଓ ଅନ୍ୟମାନଙ୍କୁ ଆମୋଦିତ କରେ। ପୁଣି ଚାଲି ଶିଖେ ମାଆ ହାତ ଧରି। କେବେ କେବେ ମାଆ ପିଲାଠୁ ହାତପାଆନ୍ତା ଦୂରରେ ରହି ପିଲାକୁ ହାତ ଦେଖାଇ ଡାକେ ଧୀରେ ଚାଲିଆସିବାକୁ। ଏମିତି ଚାଲୁ ଚାଲୁ ପିଲା ପୂରା ଚାଲି ଶିଖିଯାଏ। ଚାଲି ଶିଖିଗଲା ପରେ ଗୁରୁଣ୍ଡିବା କଥାକୁ ପିଲା ପୂରା ଭୁଲିଯାଏ।
ଏମିତି ଚାଲିବାରେ ଓ କଥା କହିବାରେ ପିଲାର ଧୀରେ ଧୀରେ ପୂର୍ଣ୍ଣ ଦକ୍ଷତା ଆସିଯାଇଥାଏ। ପିଲାର ପ୍ରଥମ ଶିକ୍ଷକ ମାଆ ପିଲାକୁ ଅନେକ କଥା ଶିଖାଏ। ଘରେ ପିଲା କେତେ କଥା ଶିଖେ ମାଆଠୁ। ଅକ୍ଷର ଶିକ୍ଷା ବି ଗ୍ରହଣକରେ ପିଲା ମାଆଠୁ(ମାଆ ପାଠୋଇ ଥିଲେ)I ଯେଉଁ ପିଲା ଘରୋଇ ଶିକ୍ଷା ମାଆଠୁ ପାଇଥାଏ ସେଇ ପିଲା ପାଠରେ ଆଗୁଆ ରହନ୍ତି ସ୍କୁଲରେ ଭର୍ତ୍ତି ହେଲା ପରେ। ସ୍କୁଲ ଗଲାପରେ ପିଲା ବାହାର ପିଲା ସହ ମିଶିବାର ସୁଯୋଗ ପାଏ। ଅନ୍ୟ ପିଲାଙ୍କ ସହିତ ମିଶିକି ପଢ଼େ। ଏକାଠି ବସାଉଠା କରେ। ସାମୂହିକ ଜୀବନ ଚଳଣି କଥା ଶିଖେ। ପିଲା ନିଜ ନିଜ ଭିତରେ ବେଳେ ବେଳେ କଳିଗୋଳ କରନ୍ତି ଛୋଟ ଛୋଟ କଥାରେ। ପୁଣି ମିଶିଯାନ୍ତି ଆଗର ରାଗରୁଷା ଭୁଲିଯାଇ। ବାଣ୍ଟି ଖାଇବା ପିଲାବେଳର ଗୋଟେ ବିଶିଷ୍ଟ ବୈଶିଷ୍ଟ୍ୟ। ଏବେ ସ୍କୁଲରେ ପିଲା ମଧ୍ୟାହ୍ନଭୋଜନ(ଏମ୍‌ଡିଏମ୍‌) ଖାଆନ୍ତି। ଆମ ପିଲାବେଳେ ଏମ୍‌ଡିଏମ୍‌ ନ ଥିଲା।
ପିଲାବେଳେ ମାମୁଘର ବୁଲାର ମଜା ନିଆରା। ମାମୁଘର ଗାଆଁରେ ମେଳା ବା ଯାତ୍ରା ଥିଲେ ମାମୁଘର ବୁଲା ମଜାଳିଆ ରହେ। କେବେ ମାମୁ ଯାତ୍ରା ଦେଖାଇ ନିଅନ୍ତି ତ କେବେ ଅଜା ବୁଲାଇ ନିଅନ୍ତି। ଯାତ୍ରା ଦେଖା ଭିତରେ ଯେତେ ଖଜା ଖାଉଛ ଖାଅ, ଯାହା କିଣୁଛ କିଣ। କେବେ ସାଇକେଲରେ ବସାଇ ନିଅନ୍ତି ତ କେବେ କାନ୍ଧେଇ। ଅଜାଆଈ, ମାମୁମାଈଁ, ମାମୁପୁଅ ଭାଇ ସମସ୍ତଙ୍କ ଆଦର ପାଇବା ସହ ଅଧିକ ଖାଇବାପିଇବା ପାଇ ମାମୁଘରେ ଅଧିକ ଦିନେ ଦି’ ଦିନ ରହିଯିବାକୁ ଇଚ୍ଛା ହୁଏ। ମାମୁଘରେ ଖାଇବା ପିଇବାରେ କିଛି ଊଣା ହୁଏନାହିଁ। ମାମୁ ବୁଲାଇ ନେଲେ ଖୁଆନ୍ତି ଗାଁର ଏ ଦୋକାନରୁ ସେ ଦୋକାନରୁ, କିଣି ବି ଦିଅନ୍ତି କେତେ ମନଲାଖି ଜିନିଷ। ଘରେ ସେମିତି ମାଈଁ ଏଇଟା ଖାଅ, ସେଇଟା ଖାଅ କହି ଯାଚିକି ଦେଇଥାନ୍ତି। ଛୁଟି ବେଳ ସରିଗଲେ ପୁଣି ଫେରିବାକୁ ହେବ ଜାଣି ପିଲାଙ୍କ ମନରେ ଦୁଃଖ ଜାଗେ। ପିଲା ଭାବେ ଆଉ କିଛିଦିନ ଖରାଛୁଟି କି ପୂଜାଛୁଟି ଘୁଞ୍ଚି ଯାଆନ୍ତା କି ? କିନ୍ତୁ ସେମିତି ହୁଏନି। ମାମୁଘର ବୁଲା ମଜାକୁ ମନରେ ସାଇତି ରଖି ଫେରିବାକୁ ହୁଏ ନିଜ ଘରକୁ।
ପୁଣି ଆରମ୍ଭ ହୋଇଯାଏ ରୁଟିନ୍‌ଗତ କାମ ଟିଉଶନ ଯାଅ, ସ୍କୁଲ ଯାଅ। ସକାଳେ ଟିଉଶନ ସରିଲେ ଗାଧୋଇ ଖାଇପିଇ ସ୍କୁଲ ଚାଲ। ପୁଣି ସ୍କୁଲରୁ ଫେରି ଟିକେ ଖେଳାବୁଲା କରିଥିବ କି ନାହିଁ, ପୁଣି ଟିଉଶନ ଚାଲ। ଆଗ ପିଲା ଖେଳିବା ବୁଲିବା ପାଇଁ ସମୟ ପାଉଥିଲେ। ପିଲାଙ୍କର ପିଲାଦିନ ଆଗ ମଜାଦାର ଥିଲା। ଏବେ ସମୟ ବଦଳିଛି। ଖେଳିବା ବୁଲିବା ପାଇଁ ପିଲା ପାଉନାହାନ୍ତି ପର୍ଯ୍ୟାପ୍ତ ସମୟ। ଖାଲି ପିଲାଙ୍କ ପାଠପଢ଼ା ଉପରେ ବେଶି ଗୁରୁତ୍ୱ ଦେଉଛନ୍ତି ଅଭିଭାବକ। ପିଲା ଆଜି ଯନ୍ତ୍ର ପାଲଟି ଯନ୍ତ୍ରଣା ପାଉଛନ୍ତି ଯେମିତି। ଖାଲି ପିଲା ପଢ଼ିବ। ଆଜିକାଲି ପିଲାଙ୍କର ସ୍ବାଧୀନତା ବୋଲି କିଛି ରହୁନାହିଁ। ବାପାମାଆଙ୍କ ଇଙ୍ଗିତରେ ପିଲା ପରିଚାଳିତ। ପିଲା ରହୁଛନ୍ତି ଚାପଯୁକ୍ତ। ଅସଲକୁ ପିଲା ଚାପମୁକ୍ତ ରହିବା କଥା। ଆଜିକାଲିର ପିଲାଙ୍କର ପିଲାଦିନ ହଜୁଛି। ହଜାଇଦିଆଯାଉଛି ପିଲାକୁ ଅତ୍ୟଧିକ ଚାପଯୁକ୍ତ କରାଇ। ପିଲା ଆଗରେ ଖାଲି ବଡ଼ ହେବାର ସ୍ବପ୍ନ ଦେଖାଉଛନ୍ତି ବାପାମାଆ। ଆଜିର ବାପାମାଆ ଟିକେ ଚିନ୍ତା କରନ୍ତୁ ତ ତାଙ୍କର ପିଲାଦିନ ପିଲାବେଳ କେମିତି ଥିଲା, ଏବର ପିଲାର ପିଲାବେଳ କେମିତି ରହିଛି ? ଅବନୀ ଅମ୍ବର ଭିତରେ ଯେଉଁ ପାର୍ଥକ୍ୟ ରହିଛି ସେ ବେଳ ଏ ବେଳ ଭିତରେ ସେଇ ପାର୍ଥକ୍ୟ ଅନୁଭୂତ ହେଉଛି। ପାଠ ଭିତରୁ ମୁକୁଳିବାକୁ ପିଲାର ବେଳ ନାହିଁ, ଲିଜର ସମୟରେ ପିଲାର ସାଥୀ ସାଜୁଛି ପୁଣି ମୋବାଇଲ। ପାଠପଢ଼ାରେ ମୋବାଇଲ ଦେଖାରେ ସମୟ ଧକ୍କା ଖାଇ ଖାଇ ଯାଏ। ଆଜି ଅନେକ ପିଲାଙ୍କ ହାତରେ ମୋବାଇଲ ରହୁଛି। ଆଜିର ଛୋଟ ପିଲା ମୋବାଇଲ ଦେଖି ଦେଖି ଖାଉଥିବାର ଦେଖାଯାଉଛି। ମୋବାଇଲ ପିଲାର ପଢ଼ାରେ ବି ସାହାଯ୍ୟ କରେ। କେତେ ପିଲା ଯେ ମୋବାଇଲରେ ଖାଲି ମାତିଥାନ୍ତି ସମୟର ଦୁରୁପଯୋଗକରି ପାଠ ନ ପଢ଼ି। ପୁଣି ମୋବାଇଲରୁ କାର୍ଟୁନ ଦେଖିବା ସଉକ ଆଜିକାଲିର ଛୋଟ ପିଲାଙ୍କର ବେଶି ରହୁଛି। ଆଜିର ପିଲା ପାଇଁ ତା’ର ଏବର ପିଲାବେଳ କଥା ଭାବିବା ଲାଗି ସତରେ ବେଳ ନାହିଁ। ନ ଥାଏ। ଏହା ଯୁଗର ବିଲକ୍ଷଣ ମାତ୍ର। ବିଡ଼ମ୍ବନାର କଥା ମଧ୍ୟ।

ଧ୍ରୁବ ଚରଣ ଘିବେଲା
ବଉଦରାଜ, ବୌଦ୍ଧ
ମୋ:୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?