ସାଂସ୍କୃତିକ ଚାପରେ ବିବାହ ଉତ୍ସବ

ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗୋଟିଏ ବିବାହ ଭିଡିଓ ଦେଖିଲି। ବର ଓ କନ୍ୟା ଦୁଇଟି ବରଣମାଳା ଧରି ଏକ ସୁଦୃଶ୍ୟ ମଣ୍ଡପରେ ବାଦ୍ୟର ତାଳେ ତାଳେ ନାଚୁଛନ୍ତି ଓ ଶେଷରେ ଉଭୟ ଉଭୟଙ୍କ ବେକରେ ବରଣମାଳା ପକାଉଛନ୍ତି। ଭିଡିଓର ଶୀର୍ଷକ ରହିଛି ବିବାହରେ ବରଣମାଳା ପ୍ରଦାନର ନୂଆ ତରିକା ମାର୍କେଟକୁ ଆସିଗଲା। ସତ କଥା, ଆଉ କିଛି ଦିନ ପରେ ଆମ ବିବାହ ଉତ୍ସବରେ ଏଭଳି ଦୃଶ୍ୟ ଅବଶ୍ୟ ଦେଖିବାକୁ ମିଳିବ। ଏହା ଉଲ୍ଲେଖ କରିବାର ମୁଖ୍ୟ କାରଣ ହେଲା କିପରି ବିବାହ ଉତ୍ସବ ଆମ ପରମ୍ପରା ଓ ସଂସ୍କୃତି ବାହାରକୁ ଚାଲିଯିବା ସହ ଅଧିକ ବ୍ୟୟବହୁଳ ହୋଇଯାଉଛି। ଉଭୟ ବର ଓ କନ୍ୟା ପରିବାର ପାଇଁ ଏହା କ୍ରମଶଃ ଚିନ୍ତା ଉଦ୍ରେକକାରୀ ହେଲାଣି।
ନିକଟରେ ମୋର ଜଣେ ବାଲ୍ୟବନ୍ଧୁ ବ୍ୟାଙ୍କରେ ଦେଖାହେଲେ। ସେ ନିଜର ପୁଅ ବାହାଘର ପାଇଁ ପର୍ସନାଲ ଲୋନ କରିବାକୁ ଆସିଥିଲେ। ଗତ ବର୍ଷ ଚାକିରିରୁ ମୋର ବନ୍ଧୁ ଅବସର ଗ୍ରହଣ କରିଛନ୍ତି। ଯାହା କିଛି ଅବସରକାଳୀନ ଟଙ୍କା ପାଇଥିଲେ ତାହାର ସିଂହ ଭାଗ ନୂଆ ଘର ନିର୍ମାଣରେ ସରିଯାଇଛି। ତେଣୁ ବଳକା ଅର୍ଥରେ ବିବାହ ଉତ୍ସବ ଆୟୋଜନ ସମ୍ଭବ ନୁହେଁ। ଦଶ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ କଲେ ପୁଅ ବାହାଘର ହେବ। ମୁଁ ବନ୍ଧୁଙ୍କୁ କହିଲି- ବ୍ୟାଙ୍କରେ ପର୍ସନାଲ ଲୋନରେ ସୁଧ ଅଧିକ। ବାହାଘରରେ ଅତି ଜାକଜକମରେ ଅର୍ଥ ଶ୍ରାଦ୍ଧ କରିବା କିଛି ଆବଶ୍ୟକ ନାହିଁ। ମୋର ବନ୍ଧୁ ମୁହଁ ଶୁଖାଇ କହିଲେ ସେକଥା ସେ ବି ଜାଣନ୍ତି। ହେଲେ ତାଙ୍କ ପୁଅ ବୁଝୁନାହିଁ। ସେ ତା’ର ସାଙ୍ଗସାଥୀ ଘରେ ହେଉଥିବା ବାହାଘର ଦେଖୁଛି ଓ ସେହିଭଳି ବିବାହ ଆୟୋଜନ କରିବାକୁ ଜିଦି ଧରୁଛି। ଗୋଟିଏ ବୋଲି ପୁଅ। ଋଣ ହେଉ ପଛେ ପୁଅ ଯାହା ଚାହୁଁଛି ସେଇଆ କରିବି।
ମୋର ବନ୍ଧୁଙ୍କ ଅବସ୍ଥା ଯାହା, ଆଜିର ଦିନରେ ଅନେକ ମାତାପିତାଙ୍କ ଅବସ୍ଥା ସେଇଆ। ନିଜ ଝିଅପୁଅଙ୍କ ଜିଦିରେ ଅଧିକାଂଶ ଅଭିଭାବକ ବ୍ୟୟବହୁଳ ବିବାହ ଉତ୍ସବ ଆୟୋଜନ କରୁଛନ୍ତି। ଯଦି ପାଖରେ ଟଙ୍କା ଅଛି ତାହା ସରିଯାଇ ହାତଶୂନ୍ୟ ହୋଇଯାଉଛି ନ ହେଲେ ବ୍ୟାଙ୍କରୁ ଋଣ ଉଠାଇ ଋଣ ଶୁଝୁଛନ୍ତି। ନିକଟରେ ୱେଡିଙ୍ଗ ଓୟାର ଇଣ୍ଡିଆ ନାମକ ଘରୋଇ ସଂସ୍ଥା ପକ୍ଷରୁ ଭାରତରେ ବ୍ୟୟବହୁଳ ବିବାହ ପ୍ରକ୍ରିୟା ଉପରେ ସର୍ବେକ୍ଷଣ କରାଯାଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଭାରତରେ ହାରାହାରି ବିବାହ ଖର୍ଚ୍ଚ ୨୦୨୨ ମସିହାରେ ପ୍ରାୟ ୨୫ ଲକ୍ଷ ଟଙ୍କା ଥିଲା ବେଳେ ୨୦୨୩ରେ ତାହା ୨୮ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ବାସ୍ତବତା ଅପେକ୍ଷା ଆବେଗପଣ ଅଧିକ। ନିଜର ପ୍ରତିପତ୍ତି, ସାମାଜିକ ସ୍ଥିତିକୁ ଦେଖାଇବା ଲକ୍ଷ୍ୟରେ କିଛି ଧନିକ ଶ୍ରେଣୀର ବ୍ୟକ୍ତି ବିବାହ ଉତ୍ସବରେ ପୁଳାପୁଳା ଟଙ୍କା ଖର୍ଚ୍ଚ କରୁଛନ୍ତି। ସେମାନଙ୍କୁ ଦେଖି ଆଉ କିଛି ଲୋକ ନିଜକୁ ଉଚ୍ଚା ତଥା ଅନ୍ୟ ସହ ସମାସ୍କନ୍ଧ ଦେଖାଇବା ଲକ୍ଷ୍ୟରେ ବିବାହକୁ ଅନାବଶ୍ୟକ ଭାବେ ଖର୍ଚ୍ଚବହୁଳ କରୁଛନ୍ତି। ନିଜ ସହରଠୁ ଦୂର ଅନ୍ୟ ସହର ଓ ଏପରି କି ବିଦେଶରେ ମଧ୍ୟ ବିବାହ ଉତ୍ସବ( ଡେଷ୍ଟିନେଶନ ଓ୍ବେଡିଙ୍ଗ) ଆୟୋଜିତ ହେଉଛି। ଭାରତରେ ବର୍ଷକୁ ପ୍ରାୟ ଏକ କୋଟି ବିବାହ ଉତ୍ସବ ଆୟୋଜନ ହୋଇଥାଏ। ଜୀବନର ସମୁଦାୟ ଆୟର ପ୍ରାୟ ଶତକଡା କୋଡିଏ ଭାଗ ଖର୍ଚ୍ଚ ହେଉଛି ଆଜିର ବିବାହ ଉତ୍ସବ ଆୟୋଜନରେ। ବିଶେଷ କରି ଗତ ନବେ ଦଶକ ପରଠାରୁ ଭାରତରେ ବିବାହ ଉତ୍ସବ ବ୍ୟୟବହୁଳ ହେବା ଆରମ୍ଭ ହୋଇଛି। ୧୯୬୦ ମସିହାରେ ଦେଶରେ ଯୁଦ୍ଧ ପରିସ୍ଥିତି ଓ ମୁଦ୍ରାସ୍ଫୀତି ଯୋଗୁ ବିବାହ ଉତ୍ସବରେ ମାତ୍ର ୨୫ ଅତିଥିଙ୍କ ଯୋଗଦାନ ନିମନ୍ତେ ସରକାରୀ ନିର୍ଦ୍ଦେଶନାମା ଥିଲା। ମାତ୍ର ଦେଶରେ ନବେ ଦଶକରେ ମୁକ୍ତ ଅର୍ଥନୀତି ପ୍ରଣୟନ ପରଠାରୁ ଲୋକଙ୍କ ହାତକୁ ଅଧିକ ଅର୍ଥ ଆସିଲା। ଘର ଖର୍ଚ୍ଚ ବିଗତ ତିନି ଦଶନ୍ଧିରେ ଦଶ ଗୁଣ ବଢିଛି। ସେହି ଅନୁପାତରେ ଅନ୍ୟାନ୍ୟ ଖର୍ଚ୍ଚ ବଢିଛି। ସମାଜରେ ଲୋକଙ୍କ ଷ୍ଟାଟସ ବା ମର୍ଯ୍ୟାଦା ବଢିଲା। ପଦ ମର୍ଯ୍ୟାଦା, ଧନ, କ୍ଷମତା ଓ ନିଜର ସର୍ବାଙ୍ଗୀନ ପ୍ରଗତି ପ୍ରଦର୍ଶନ ପାଇଁ ବିବାହ ଉତ୍ସବ କ୍ରମେ ଶ୍ରେଷ୍ଠ ମାଧ୍ୟମ ହେଲା।
ସମ୍ପ୍ରତି ବିବାହ ଉତ୍ସବ ଆୟୋଜନ ପାଇଁ ଲୋକଙ୍କ ଉପରେ ସାଂସ୍କୃତିକ ଚାପ ସୃଷ୍ଟି ହେଉଛି। ଏହି ଚାପରୁ ମୁକୁଳିବା ପାଇଁ ସେମାନେ ବ୍ୟୟବହୁଳ ଉତ୍ସବ ଆୟୋଜନ କରିବାକୁ ବାଧ୍ୟ ହେଉଛନ୍ତି। ଏହି ଚାପ ସୃଷ୍ଟି ହେଉଛି ସିନେମା, ଟିଭି ସିରିଏଲ ଓ ଇନ୍‌ଷ୍ଟାଗ୍ରାମ୍‌ ଭଳି କିଛି ସୋସିଆଲ ମିଡିଆ ଅନୁସରଣ ଯୋଗୁ। ବିବାହ ଉତ୍ସବକୁ କିପରି ଅଧିକ ବ୍ୟୟ ବହୁଳ କରାଯିବ, ସେସବୁର ଉପାୟ ଆମର ସିନେମା,ଟିଭି ସିରିଏଲ ଓ ଇନ୍‌ଷ୍ଟାଗ୍ରାମ୍‌ ଆଦିରେ ଉପଲବ୍ଧ। ଆମ ଯୁବ ଗୋଷ୍ଠୀ ଏହା ଦ୍ବାରା ଅଧିକ ପ୍ରଭାବିତ ଓ ସେହିମାନଙ୍କ ଚାପ ଆଗରେ ଅଭିଭାବକମାନେ ବାକ ଶୂନ୍ୟ। ଜୀବନରେ ବିବାହ ଥରେ କରାଯିବ। ତେଣୁ ତାହାକୁ ସ୍ମରଣୀୟ କରିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରାଯିବାକୁ ପ୍ରୟାସ ହେଉଛି। ଭାରତୀୟ ବିବାହ ସଂସ୍କୃତି ଓ ପରମ୍ପରାରେ ବିଦେଶୀ ସଂସ୍କୃତି ଧସେଇ ପଶିଗଲାଣି ଯାହାପାଇଁ ଖର୍ଚ୍ଚ ବଢୁଛି। ସିନେମା ବା ଟିଭି ସିରିଏଲ ଆଧାରରେ ରିଂ ସେରିମନିଠାରୁ ରିସେପଶନ ପର୍ଯ୍ୟନ୍ତ ସବୁ କିଛି ସାଜସଜ୍ଜା ପାଇଁ ଇଭେଣ୍ଟ ମ୍ୟାନେଜମେଣ୍ଟବାଲା ପ୍ରସ୍ତୁତ। ସେଥିପାଇଁ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କାର ପ୍ୟାକେଜ। ଏହା କେବଳ ସହରାଞ୍ଚଳରେ ସୀମାବଦ୍ଧ ନୁହେଁ, ଗ୍ରାମାଞ୍ଚଳରେ ବ୍ୟାପି ଗଲାଣି। ବିବାହ ପାଇଁ ପାଟ, ଲେହେଙ୍ଗା, କୁର୍ତ୍ତା,ସେରୱାନୀ, ବ୍ଲେଜର, ସୁଟ ଆଦି ଦାମୀ ପୋଷାକପତ୍ର ସହ ହେୟାର ଷ୍ଟାଇଲ,ବିୟୁଟି ମେକ୍‌ଅପ, ମଣ୍ଡପ ସାଜସଜ୍ଜା, ଖାଦ୍ୟ (ଷ୍ଟାର୍ଟର, ମେନ କୋର୍ସ ଓ ଡେଜର୍ଟ ), ରିଂ ସେରିମନି, ପ୍ରି- ୱେଡିଙ୍ଗ ଫଟୋ ଶୁଟ୍‌, ହଳଦୀ, ମେହେନ୍ଦି, ସଙ୍ଗୀତ, ବିବାହ ଦିନ ବରଯାତ୍ରୀ, ବାଣ, ରୋଶଣି ଆଦି ପ୍ରସ୍ତୁତି ହେଉଛି ସିନେମା ଓ ସିରିଏଲରେ ପ୍ରଦର୍ଶିତ ହେଉଥିବା ବିବାହ ଉତ୍ସବ ଆଧାରରେ। ବର୍ତ୍ତମାନ ସମୟରେ ଆପଣଙ୍କ ପାଖରେ ଯେତିକି ଟଙ୍କା ଅଛି ବା ଯେତିକି ଟଙ୍କା ଆପଣ ଖର୍ଚ୍ଚ କରିପାରିବେ, ସେତିକି ଟଙ୍କାରେ ବିବାହ ଉତ୍ସବ ଆୟୋଜନ କଲେ ଆପଣଙ୍କୁ ତାହା ଖୁସି ଦେଇପାରିବନି। କିନ୍ତୁ ଇଣ୍ଟରନେଟରେ ପ୍ରଦର୍ଶିତ ବିବାହ ଉତ୍ସବ ଭଳି ଆୟୋଜନ ପାଇଁ ଆପଣ ଋଣ କରି ଖର୍ଚ୍ଚ କରିପାରିଲେ ତାହା ଆପଣଙ୍କୁ ଖୁସି ଦେବ। ବିବାହ ଉତ୍ସବ ଏବେ ସାମାଜିକ ଓ ଆର୍ଥିକ ସ୍ବଚ୍ଛଳତା ପ୍ରଦର୍ଶନର ଉତ୍ସବ ଭାବେ ରୂପାନ୍ତରିତ ହୋଇଛି।
ସର୍ବେକ୍ଷଣ କୁହେ, ଶତକଡା ୨୬ ଭାଗ ଅଭିଭାବକ ନିଜ ପାଖରେ ଉପଲବ୍ଧ ଅର୍ଥରେ ସେମାନଙ୍କ ପୁଅ ଝିଅ ବାହାଘର ଆୟୋଜନ କରିବାକୁ ପସନ୍ଦ କରିଥାନ୍ତି। ମାତ୍ର ୬୮ ଭାଗ ଲୋକ ଋଣ କରି ବିବାହ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତ ହେଉଛନ୍ତି। ବ୍ୟୟବହୁଳ ବିବାହ ଭାରତୀୟ ଅର୍ଥନୀତିକୁ ଚଳଚଞ୍ଚଳ କରୁଛି ବୋଲି ଅର୍ଥନୈତିକ ବିଶାରଦମାନେ କହୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବିବାହ ଶିଳ୍ପ ହେଉଛି ଭାରତର ଚତୁର୍ଥ ବୃହତ୍ତମ ଶିଳ୍ପ, ଯେଉଁଥିରେ ବାର୍ଷିକ ୧୩୦ ବିଲିୟନ ଆମେରିକୀୟ ଡଲାର ବ୍ୟୟ ହୋଇଥାଏ। ଭାରତରେ ମହତ୍ତ୍ୱପୂର୍ଣ୍ଣ ବିବାହ ଉତ୍ସବ ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ପ୍ରଦାନ କରେ। କିନ୍ତୁ ଅନ୍ୟପକ୍ଷରେ ବ୍ୟୟ ବହୁଳ ବିବାହରେ ଅନେକ ପରିବାରର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇଯାଉଛି।

ପ୍ରକାଶ ତ୍ରିପାଠୀ
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?