ଏସ୍‌ସିବିରେ ଶିଶୁ ବଦଳ ଅଭିଯୋଗ: ଅଭିଭାବକଙ୍କୁ ଧରାଇଦେଲେ ମୃତ ଶିଶୁ

କଟକ,୧୮।୨: ପୁଣି ଚର୍ଚ୍ଚାରେ ଏସ୍‌ସିବି। ଏସ୍‌ସିବି ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଜନ୍ମିତ ସନ୍ତାନ ଏସ୍‌ଏନ୍‌ସିୟୁରେ ଚିକିତ୍ସାଧୀନ ବେଳେ ବଦଳ ହୋଇଥିବା ଅଭିଯୋଗ ହୋଇଛି। ନବଜାତ କନ୍ୟାକୁ କର୍ମଚାରୀମାନେ ବଦଳ କରି ଏକ ମୃତ ଶିଶୁ ଅଭିଭାବକଙ୍କୁ ଧରାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଏସ୍‌ଏନ୍‌ସିୟୁ କର୍ମଚାରୀଙ୍କ ଭୂମିକାକୁ ନେଇ ପ୍ରସୂତିଙ୍କ ସମ୍ପର୍କୀୟ ସନ୍ଦେହ ପ୍ରକଟ କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ଏପରିକି ପ୍ରସୂତିଙ୍କ ପରିବାର ଲୋକେ ଏସ୍‌ସିବି ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ନିବେଦନ କରିଛନ୍ତି। ଜୀବିତ ପିଲା ବଦଳରେ ମଲା ପିଲା ଦେବା ଅଭିଯୋଗକୁ ନେଇ ମେଡିକାଲରେ ହଟଚମଟ ସୃଷ୍ଟି ହୋଇଛି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଲୁସି ଦାସ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଏବଂ ଶିଶୁ ରୋଗ ବିଭାଗ ମୁଖ୍ୟଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ପୁରୀ ଜିଲା କୁମ୍ଭାରପଡ଼ା ଥାନା ତଳଚୁଆ ସାହି ଅଞ୍ଚଳର ରତନା ବେହେରାଙ୍କ ପତ୍ନୀ ଚନ୍ଦ୍ରମା ଗତ ୧୦ ତାରିଖରେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ୧୧ ତାରିଖ ସକାଳ ୯ଟାରେ ଏକ କନ୍ୟା ଜନ୍ମ ନେଇଥିଲା। ଜନ୍ମ ପରେ ଅସୁସ୍ଥ ନବଜାତ କନ୍ୟାକୁ ଏସ୍‌ଏନ୍‌ସିୟୁକୁ ନିଆଯାଇଥିଲା। ମାତ୍ର ୨୪ ଘଣ୍ଟା ପରେ ନବଜାତକ ମରିଯାଇଛି ବୋଲି ଜଣେ ନର୍ସ ଦିଦି ଆମକୁ କହିଥିଲେ ବୋଲି ମହିଳାଙ୍କ ସ୍ବାମୀ ରତନା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ସା ବେଳେ ପିଲା ଠିକ୍‌ ଥିବା ବେଳେ ହଠାତ୍‌ ରାତି ୧୨ଟାରେ ଏସ୍‌ଏନ୍‌ସିୟୁକୁ ଡକାଇ ପିଲାଟି ମରିଯାଇଛି ବୋଲି କର୍ମଚାରୀମାନେ କହି ସମ୍ପର୍କୀୟଙ୍କ ହାତରେ ଜବରଦସ୍ତ ମଲାପିଲା ଧରାଇ ଦେଇ ବିଦା କରିଦେଇଥିଲେ। ହେଲେ ପରିବାର ଲୋକେ ମଲା ପିଲାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ମଲା ପିଲା ଆମର ନୁହେଁ ବୋଲି ଯେତେ କହିଥିଲେ ବି ସେମାନେ ଶୁଣି ନ ଥିଲେ। ପୋଲିସ ଭୟ ଦେଖାଇ ବାହାରକୁ ଚାଲି ଯିବାକୁ କହିଥିଲେ।

ପରବର୍ତ୍ତୀ ସମୟରେ ମଲା ପିଲାକୁ ନେଇ ପରିବାର ଲୋକେ ଗୋପାଳପୁର ନିକଟ କାଠଯୋଡ଼ି ନଦୀରେ ବାଲି ଖୋଳି ପୋତି ଦେଇଥିଲେ। ଲୁଗାରେ ଗୁଡ଼ାଇ ପିଲାକୁ ପୋତି ଦେବା ସମୟରେ ଦୂରରେ ରହି ଦୁଇ ଜଣ ଅଜଣା ବ୍ୟକ୍ତି ଦେଖୁଥିଲେ ବୋଲି ରତନା ଅଭିଯୋଗ ଆଣିଛନ୍ତି।

ପରବର୍ତ୍ତୀ ସମୟରେ ପୋତା ଯାଇଥିବା ସ୍ଥାନକୁ ଯାଇ ଅନୁଧ୍ୟାନ କରିବାରୁ ଗୁଡ଼ା ହୋଇଥିବା ଲୁଗା ଭିତରୁ ପିଲାର ମୃତ ଦେହ ନ ଥିବା ଓ ଲୁଗାଟି ବାହାରେ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିବା ରତନା କହିଛନ୍ତି।

ଏହାକୁ ନେଇ ପରିବାର ଲୋକେ ଅଧ୍ୟକ୍ଷଙ୍କ ନିକଟରେ ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ମା’ ଚନ୍ଦ୍ରମା ଘଟଣାକୁ ନେଇ ଭାଙ୍ଗି ପଡିଛନ୍ତି। ଚନ୍ଦ୍ରମାଙ୍କୁ ଡିସଚାର୍ଜ କରିବାକୁ ଡାକ୍ତର କହିଥିଲେ ହେଁ ପିଲା ଫେରି ନ ପାଇବା ଯାଏ ୱାର୍ଡ ଛାଡ଼ି ଯିବେ ନାହିଁ ବୋଲି ସେ କହିଛନ୍ତି। ଏହି ସମ୍ପର୍କରେ ଅଧ୍ୟକ୍ଷ ପ୍ରଫେସର ଦାସଙ୍କ ପ୍ରତିକ୍ରିୟା ନେବାରୁ ସେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ତଥାପି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?