ଚିପ୍ସ ପ୍ୟାକେଟ୍‌ରେ ଥିଲା ଖେଳନା, ଗିଳିଦେଲେ ଶିଶୁ: ଆଉ ତା’ପରେ ଘଟିଲା…

ଦାରିଙ୍ଗବାଡି, ୧୯।୧୧ (ଅରୁଣ ସାହୁ):ଏମିତି ବି ଆସେ ମୃତ୍ୟୁ । ମସଲା ଜାତୀୟ ଚିପ୍ସ ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷର ଶିଶୁଙ୍କ ଅକାଳରେ ଜୀବନ ଚାଲିଯାଇଛି। ମୃତ ଶିଶୁ ହେଲେ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗ୍ରାମ ନିକଟ ମୁସୁମାହା ପଡାର ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ଶିଶୁ ବିଗିଲ ପ୍ରଧାନ। ସବୁଦିନ ଭଳିସେ ମଙ୍ଗଳବାର ମଧ୍ୟ ଅଙ୍ଗନାୱାଡି ପାଠ ପଢିବାକୁ ଗଲେ ପାଠପଢା ସାରି ମଧ୍ୟାହ୍ନ ଭୋଜନ ଖାଇ ବାପାଙ୍କ ସହ ମକା ବାଡ଼କୁ ଗଲେ।

ସେଠାରେ ବାପା ମା’ଙ୍କ ସହ କିଛି ସମୟ ବିତାଇ ଖେଳୁଥିଲେ। ପୂର୍ବରୁ ବିଗିଲଙ୍କ ବାପା ଏକ ମସଲା ଜାତୀୟ ଚିପ୍ସ ପ୍ୟାକେଟ ପୁଅ ପାଇଁ ନେଇ ରଖିଥିଲେ। ବିଗିଲ ଉକ୍ତ ଚିପ୍ସ ପ୍ୟାକେଟରେ ଥିବା ଏକ ବନ୍ଧୁକ ଖେଳନାକୁ ଖେଳୁଥିବାବେଳେ ଅସାବଧାନତାରେ ଗିଳିଦେଇଥିଲେ ଓ ତାହା ତାଙ୍କ ତଣ୍ଟିରେ ଅଟକିଯାଇଥିଲା ଏବଂ ସେ ନିଶ୍ୱାସ ପ୍ରଶ୍ୱାସ ନେବା ମୁସ୍କିଲ ହୋଇପଡ଼ିଥିଲା ତାଙ୍କ ବାପା ଓ ମା’ ଅଟକିଯାଇଥିବା ଖେଳନାକୁ ବାହାର କରିବାକୁ ଉଦ୍ୟମ କରି ଶେଷରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଘଟଣାଟି ଅପରାହ୍ନ ମଧ୍ୟାହ୍ନ ସମୟରେ ଘଟିଥିବାବେଳେ ଦାରିଙ୍ଗବାଡି ପ୍ରାୟ ୩୦ କିମି ଦୂର ଆଣି ୨ଟାବେଳେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି। ସେ କହିଛନ୍ତି ମୃତ ଶିଶୁଙ୍କ ବାପା କହିବା ଅନୁସାରେ, ସେ ମସଲା ଜାତୀୟ ଚିପ୍ସ ପ୍ୟାକେଟରେ ଥିବା ଖେଳନାକୁ ଗିଳିଥିଲେ, ଯାହାକି ତାଙ୍କ ଅଧିକା ରକ୍ତସ୍ତାବ ହୋଇଥିଲା ଡାକ୍ତର କହିବା ପ୍ରକାରେ ଶ୍ୱାସ ନଳୀ ଓ ଖାଦ୍ୟ ନଳୀ ରହିଛି। ତେଣୁ ଏହା ଶ୍ୱାସନଳୀରେ ଯାଇଥାଇପାରେ। ଯଦି ଖାଦ୍ୟ ନାଳୀରେ ଯାଇଥାନ୍ତା ତେବେ ପେଟ ଭିତରକୁ ଯାଇକି ବି ବିପଦ ସୃଷ୍ଟି କରିଥାନ୍ତା ବୋଲି ସେ କହିଛନ୍ତି।
ଡାକ୍ତର ଆହୁରି କହିଛନ୍ତି ଯେ, ପିଲାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶସ୍ତା ଓ ନିମ୍ନମାନର ମସଲା ଜାତୀୟ ଚିପ୍ସ୍‌ ପ୍ୟାକେଟ ଭିତରେ ବିଭିନ୍ନ ପ୍ଲାଷ୍ଟିକ ଖେଳନା ତଥା ପ୍ଲାଷ୍ଟିକ ବନ୍ଧୁକ, ମୁଦି, ବଲ ଭଳି ଲୋଭନୀୟ ସାମଗ୍ରୀ ରହିଛି। ଏହା ଶିଶୁ ମାନଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ଓ ଏଥିରୁ ପିଲାଙ୍କୁ ନିବୃତ ରଖିବାକୁ ପରାମର୍ଶ ଦେଇଛନ୍ତି। ବିଗିଲଙ୍କ ପ୍ୟାକେଟରୁ ଏକ ପ୍ଲାଷ୍ଟିକ ବନ୍ଧୁକ ରହିଥିଲା। ତାକୁ ସେ ଖାଇଥିବାରୁ ତାଙ୍କର ମୃତ୍ୟୁହେଲା ମୋ ଦ୍ୱାରା ଯେଉଁ ଭୁଲ ହୋଇଛି। ଅନ୍ୟମାନଙ୍କର ସେହି ଭୁଲ ନ ହେଉ ବୋଲି ମୃତ ଶିଶୁଙ୍କ ବାପା ରଞ୍ଜିତ କହିଛନ୍ତି। ସେପଟେ ବିଗିଲଙ୍କ ମୃତ୍ୟୁକୁ ନେଇ ତାଙ୍କ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ବିଗିଲ ଜଣେ ଭଲ ଛାତ୍ର ଓ ନିୟମିତ ବିଦ୍ୟାଳୟ ଆସନ୍ତି ଭଲ ପାଠ ପଢ଼ନ୍ତି ବୋଲି ଅଙ୍ଗନବାଡି କର୍ମୀ ପ୍ରମିତି ପ୍ରଧାନ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ବଡ଼ ନିଷ୍ପତ୍ତି: ସେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ପରିବର୍ତ୍ତେ ଗସ୍ତ କରିବେ ଏହି ଦେଶ

ଢାକା,୨୧।୬: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ତାଙ୍କର ପ୍ରଥମ ବିଦେଶ ଗସ୍ତ ପାଇଁ ମାଲେସିଆ ଏବଂ ଚାଇନାକୁ ବାଛିଛନ୍ତି। ଏହି ନିଷ୍ପତ୍ତିକୁ ତାଙ୍କର ନୂତନ ବୈଦେଶିକ ନୀତି…

ଆରାବଳୀ ରାୟ ସମୀକ୍ଷା କମିଟିର ପରିବର୍ତ୍ତନ ଦାବି, ସିଜେଆଇଙ୍କୁ ପତ୍ର ଲେଖିଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୧।୬: ଆରାବଳୀ ପର୍ବତମାଳାର ସୁରକ୍ଷା ଲକ୍ଷ୍ୟରେ ଦିଆଯାଇଥିବା ପୂର୍ବ ରାୟର ସମୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ ପରିବର୍ତ୍ତନ ପାଇଁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ…

ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ: ଉଦ୍ଧବ

ମୁମ୍ବାଇ,୨୧।୬: ଶିବସେନା (ୟୁବିଟି)ରେ ବିଦ୍ରୋହ ଅଧିକ ଗମ୍ଭୀର ହେଉଥିବାବେଳେ ଦଳ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ ଥିବା ନେଇ ଉଦ୍ଧବ ଠାକ୍‌ରେ ଶୁକ୍ରବାର କହିଛନ୍ତି। ତାଙ୍କ ନେତୃତ୍ୱ…

ଇରାନର ସର୍ତ୍ତ ପୂରଣ ହେଲେ ହର୍ମୁଜ ପ୍ରଣାଳୀରୁ ବାହାରିବ ଜହାଜ, ନୂଆ ସର୍ତ୍ତକୁ ନେଇ ଚିନ୍ତାରେ ପଡିଲାଣି ସାରା ବିଶ୍ୱ

ତେହରାନ,୨୧।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତିନାମା ପରେ, ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀକୁ ବାଣିଜ୍ୟିକ ଜାହାଜ ପାଇଁ ପୁନଃ…

International Yoga Day: ୩୫୦୦୦ ଲୋକଙ୍କ ସହ ଯୋଗ କଲେ ମୋଦି, କୋଲକାତାରେ ଭବ୍ୟ ଆୟୋଜନ

କୋଲକାତା,୨୧।୬: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାର ରେଡ ରୋଡରେ ଆୟୋଜିତ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ…

ଜୁନ୍‌ ସରିବାକୁ ବସିଲା, ହେଉନି ବର୍ଷା: ଚାଷ କାମରେ ବାଧା

ଅମରପଲି,୨୧ା୬(ପୀତାମ୍ବର ସାହୁ): ସାଧାରଣତଃ ଜୁନ୍‌ ମାସର ପ୍ରଥମ ସପ୍ତାହରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଏ। ଏହାସହ ଚାଷୀମାନେ ଜମି ହଳ କରି ଧାନ ବୁଣା ଓ ତଳି…

ରକ୍ଷକ ପାଲଟିବେ ଲୁଟେରା! ପ୍ରଥମେ କହିଥିଲେ ହର୍ମୁଜ ପ୍ରଣାଳୀ ମୁକ୍ତ ରହିବ, ଏବେ ଟ୍ରମ୍ପ କହୁଛନ୍ତି…

ଓ୍ବାଶିଂଟନ,୨୧।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ଚାଲିଛି, କିନ୍ତୁ ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ପଦକ୍ଷେପ…

ମନ୍ଥର ଗତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ଲୋଇସିଂହା,୨୧।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତ ସାନଟିକା ଗ୍ରାମର ଏମଆଇପି କଟାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି। ତେବେ ଜୁନ୧୫ ତାରିଖ ଗଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri