ଶିଶୁକନ୍ୟାଙ୍କୁ ବଳାତ୍କାର

ଢେଙ୍କାନାଳ ଅଫିସ, ୨୨ା୫: ଢେଙ୍କାନାଳ ଜିଲା ଗଁଦିଆ ଥାନା ବଣିଆପଡ଼ା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ୮ବର୍ଷର ଭାଇ ସମ୍ମୁଖରୁ ୬ବର୍ଷର ଭଉଣୀଙ୍କୁ ବଳପୂର୍ବକ ଉଠାଇ ନେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ଗୌତମ ଦାସ (୨୫)ଙ୍କୁ ରବିବାର ପୋଲିସ ଗିରଫ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ଆଦିବାସୀ ସମ୍ପ୍ରଦାୟର ସମ୍ପୃକ୍ତ ଭଉଣୀଭାଇ ଗ୍ରାମ ନିକଟ ପୋଖରୀକୁ ଗାଧୋଇବାକୁ ଯାଇ ଘରକୁ ଫେରୁଥିଲେ। ଏହି ସମୟରେ ଗୌତମ ଶିଶୁକନ୍ୟାଙ୍କୁ ଜୋରଜବରଦସ୍ତ ଉଠାଇନେଇ ଏକ ବୁଦାମୂଳରେ ବଳାତ୍କାର କରି ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ସେମାନେ ଘର ଲୋକଙ୍କୁ କହିବା ପରେ ଘଟଣା ପଦାକୁ ଆସିଥିଲା। ପରିବାର ସଦସ୍ୟଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ. ୧୪୮/୨୩ରେ ଏକ ମାମଲା ରୁଜୁ କରିଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି। ଗୌତମଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସତ୍ୟବ୍ରତ ଭୂତିଆ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଲିପଶି ଭଲିବଲ୍‌ ଟୁର୍ନାମେଣ୍ଟ: ପଣ୍ଡୁଆ ଚାମ୍ପିୟନ

ଢେଙ୍କିକୋଟ,୬।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ପାଟଣା ବ୍ଲକ ମଶୁଆରୀ ପଞ୍ଚାୟତ ଅଧୀନ ମଲିପଶି ଗ୍ରାମରେ ଉଦ୍ୟେକ୍ତା ହରିହର ରଣାଙ୍କ ନେତୃତ୍ୱରେ ରବିବାର ଦିନିକିଆ ଭଲିବଲ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ...

ଘର ଭାଙ୍ଗିଲେ, ୧୦ ଏକର ଫସଲ ନଷ୍ଟ କଲେ

ଲାଞ୍ଜିଗଡ଼,୨୦ା୮(ଡି.ଏନ.ଏ.): ଜଙ୍ଗଲୀ ହାତୀପଲ ଆସି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ କୁଟିଙ୍ଗପଦର ଗାଁରେ ହାତୀ ଉପଦ୍ରବ ଦେଖାଦେଇଛି। ଏଠାରେ ୩ ଜଣଙ୍କ...

ଉନ୍ନତି, ଉପକୃତଙ୍କ ସମ୍ପର୍କରେ ମାଗିଲେ ରିପୋର୍ଟ

ଅନୁଗୋଳ ଅଫିସ/କଣିହଁ।, ୧୧।୧ – ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଅନୁଗୋଳ ଗସ୍ତର ଦ୍ୱିତୀୟ ଦିନରେ...

କାର୍ଯ୍ୟକାରୀ ହେଲା ମନ୍ତ୍ରୀଙ୍କ ନିର୍ଦ୍ଦେଶ: କୁଡିପୁଞ୍ଜା ସେବାଶ୍ରମ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ଫୁଲବାଣୀ ଅଫିସ,୯ା୧୨- କନ୍ଧମାଳ ଜିଲା ଗସ୍ତରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ମାସେ ପୂର୍ବରୁ ଆସି ବିଭାଗ ପକ୍ଷରୁ ଚାଲିଥିବା...

ଥମୁନି ହାତୀ ଉପଦ୍ରବ: ମଞ୍ଚାରେ କଟୁଛି ରାତି

କେନ୍ଦୁଝର,୧୪।୮( ସ୍ବ.ପ୍ର.)-ଦିନରେ କଠିନ ପରିଶ୍ରମ ଓ ରାତିରେ ହାତୀ ପାଇଁ ଉଜାଗର । ଏଭଳି କଷ୍ଟ ଯନ୍ତ୍ରଣାରେ ଗରିବ ଚାଷୀ ମାନେ ଦିନ ଓ ରାତି...

ବିଭିନ୍ନ ଆଇସୋଲେଶନ କେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ

ଶେରଗଡ଼,୨୬ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଶେରଗଡ ବ୍ଲକ ପରିଦର୍ଶନରେ ଆସିଥିଲେ। କରୋନା ପାଇଁ ଶେରଗଡ଼ ବ୍ଲକରେ କରାଯାଇଥିବା...

କେରଳରୁ ଫେରିଲେ ୪୧ ଦାଦନ ଶ୍ରମିକ

ନବରଙ୍ଗପୁର,୨୩।୩(ବି.ପ୍ର.): କରୋନା ଭୟାବହତା ପୂରା ବିଶ୍ୱରେ ବ୍ୟାପିଛି। ବାହାରୁ ଆସୁଥିବା ଦାଦନ ଶ୍ରମିକଙ୍କ ଉପରେ ବିଶେଷ ଦୃଷ୍ଟି ଦେବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହା...

ରଥ ଆଶା ଛାଡ଼ିଲେ ମହାରଣା ସେବକ

ପୁରୀ ଅଫିସ, ୬।୫: କରୋନା ପାଇଁ ଏଥର ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ରଥ ଅନୁକୂଳ ପରଠାରୁ ଇତିମଧ୍ୟରେ...

Advertisement
Archives

Model This Week