ବାଲ୍ୟ ବିବାହ ମୁକ୍ତ ଯୋଜନା: ୧୦୦ ଦିନ ଧରି ଦେଶରେ ଚାଲିବ ସଚେତନତା କାର୍ଯ୍ୟକ୍ରମ

ଭଞ୍ଜନଗର,୧୬।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସିଡ଼ିପିଓ କାର୍ଯ୍ୟାଳୟ ଏବଂ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ଶୁକ୍ରବାର ମିଳିତ ଭାବେ ବାଲ୍ୟ ବିବାହ ଏବଂ ମହିଳା ଓ ଶିଶୁ ନିର୍ଯାତନା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଭଞ୍ଜନଗର ସିଡିପିଓ ମିଲୀମା କୁମାରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା କାର୍ଯ୍ୟକ୍ରମ ଉପରେ କହିଥିଲେ। ଗତ ନଭେମ୍ବର ମାସ ୨୭ରୁ ଏହି ସଚେତନତା କାର୍ଯ୍ୟକ୍ରମ ସମଗ୍ର ଦେଶରେ ଚାଲିଛି। ଏହା ଆସନ୍ତା ମାର୍ଚ୍ଚ ମାସ ୮ ତାରିଖ ବିଶ୍ବ ମହିଳା ଦିବସ ପର୍ଯ୍ୟନ୍ତ ୧୦୦ ଦିନ ଧରି ଚାଲିବ। ବାଲ୍ୟ ବିବାହ ରୋକିବା ଲକ୍ଷ୍ୟ ନେଇ ସମସ୍ତ କିଶୋର କିଶୋରୀମାନଙ୍କୁ ଏନେଇ ସଚେତନତା କରାଯାଉଛି ।
ମାର୍ଚ୍ଚ ୮ ତାରିଖ ସୁଦ୍ଧା ଦେଶରୁ ବାଲ୍ୟ ବିବାହ ମୁକ୍ତ କରିବା ଯୋଜନା ଲକ୍ଷ୍ୟ ରଖାଯାଇଛି। ଏହାକୁ ଆଖି ଆଗରେ ରଖି ଯୋଜନା ହାତକୁ ନିଆଯାଇଛି। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ସଚେତନତା କାର୍ଯ୍ୟକ୍ରମ ଚାଲିଛି ବୋଲି ସିଡିପିଓ ପଣ୍ଡା କହିଥିଲେ। ଏହି ଅବସରରେ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ନିକଟରେ ଖୋଲିଥିବା ସଖି କେନ୍ଦ୍ରର ପରାମର୍ଶଦାତା
ପ୍ରତିଭା ରାଣୀ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସଖି କେନ୍ଦ୍ର ମହିଳାମାନଙ୍କ ପାଇଁ କିଭଳି କାମରେ ଆସୁଛି ସେନେଇ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ସଚେତନ କରାଇଥିଲେ। ଅନେକ ମହିଳା ଓ ଶିଶୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହେଉଛନ୍ତି। କିନ୍ତୁ ବେଳେବେଳେ ସେମାନଙ୍କୁ ଆଇନର ସହାୟତା ପାଇଁ ଉପଯୁକ୍ତ ପରାମର୍ଶ ଓ ଥଇଥାନ ସୁବିଧା ମିଳିନଥାଏ। ଫଳରେ ସେମାନେ ଉକ୍ତ ସମୟରେ ମାନସିକ ଅସ୍ଥିରତା ମଧ୍ୟରେ ଥାଆନ୍ତି। ସମସ୍ତ ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଉକ୍ତ କେନ୍ଦ୍ର ଖୋଲିଛି। ଉକ୍ତ କେନ୍ଦ୍ର ୨୪ ଘଣ୍ଟିଆ ଖୋଲା ରହୁଛି। ଯେତେବେଳେ ଯାହାର ସହଯୋଗ ଲୋଡ଼ା ଆମେ ସହାୟତା ପାଇଁ ପ୍ରସ୍ତୁତ ଅଛୁ ବୋଲି ନାୟକ କହିଥିଲେ। ସୁପର ଭାଇଜର ଗୀତାଞ୍ଜଳି ପଟ୍ଟନାୟକ, ଅଧ୍ୟାପିକା ମାମାଲି ନାୟକ, ମିକି ନାୟକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇଥିଲେ। ଶାଖା ୨ ଯୋଜନା ଅଧିକାରୀଣୀ ସସ୍ମିତା କୁମାରୀ ଦାସ ସ୍ବାଗତ ଭାଷଣ ଦେଇଥିବାବେଳେ ଶାଖା ୧ ଅଧିକାରୀ ବି ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।
ଏହା ପୁର୍ବରୁ ଅଞ୍ଚଳର ବହୁ ଅଙ୍ଗନୱାଡ଼ି ଛାତ୍ରୀଛାତ୍ରଙ୍କ ସହ ମିଶି ବାଲ୍ୟ ବିବାହ ମୁକ୍ତ ଭାରତ  ସଚେତନତା କାର୍ଯ୍ୟକ୍ରମରେ ଶପଥ ପାଠ କରିଥିଲେ । ଏଥିସହ ଜାତୀୟ ସେବା ଯୋଜନା ପୋଷ୍ୟ ଗ୍ରାମ ଅଞ୍ଚଳର ଲୋକଙ୍କୁ ବାଲ୍ୟ ବିବାହ ବିରୋଧରେ ସଚେତନତା କରାଯାଇଥିଲା । ଏଥିସହ ଗୁରୁବାର ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ ଜଳବାୟୁ ପରିବର୍ତ୍ତନ ଓ ତାହାର କୁପ୍ରଭାବ ଉପରେ ଛାତ୍ରୀ ଛାତ୍ରଙ୍କୁ ସଚେତନ କରିଥିବା ବେଳେ ସମାଜସେବୀ ଶୂଳପାଣି ଶତପଥି ବୁଧବାର ନିଶା ନିବାରଣ ସମେତ ଅନ୍ୟାନ୍ୟ ବିଷୟରେ ଛାତ୍ରୀଛାତ୍ର ଙ୍କୁ ସଚେତନ କରାଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri