ଶିଶୁଶ୍ରମ ଉଦ୍ଧାରକାରୀ ଡିଟିଏଫ୍‌ ନିଷ୍କ୍ରିୟ

ଯାଜପୁର,୧୮ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ଶିଶୁ ଶ୍ରମିକ ସଂଖ୍ୟା ମାତ୍ରାଧିକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଅଧାରୁ ପାଠ ଛାଡ଼ି ପିଲାମାନେ ଶ୍ରମିକ ସାଜୁଛନ୍ତି। ଅନ୍ୟପକ୍ଷେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କୁ ନିକଟସ୍ଥ ସ୍କୁଲରେ ନାମ ଲେଖାଇ ଶିଶୁ ଶ୍ରମିକ ଉଚ୍ଛେଦ କରାଯାଉଛି ବୋଲି ଡିଣ୍ଡିମ ପିଟାଯାଉଛି। କିନ୍ତୁ ବାସ୍ତବ ପକ୍ଷେ ସ୍କୁଲରେ ନାମ ରହିଛି ସତ, ହେଲେ ସେମାନେ ସ୍କୁଲ ବାରଣ୍ଡା ମାଡ଼ୁ ନ ଥିବା ଦେଖାଯାଇଛି। ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାର ଅର୍ଥ କୁଆଡ଼େ ଯାଉଛି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସରକାର ୨୦୨୫ରେ ଶିଶୁ ଶ୍ରମମୁକ୍ତ ରାଜ୍ୟ ଗଠନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଶ୍ରମ ଆଇନକୁ କଡ଼ାକଡ଼ି ପାଳନ କରାଯାଉ ନ ଥିବା ଦେଖିବାକୁ ମିଳିଛି। ବିଶେଷକରି ଶିଶୁ ଶ୍ରମିକ ଉଦ୍ଧାର ଶ୍ରମ ବିଭାଗର ମୁଖ୍ୟ କାର୍ଯ୍ୟ ହୋଇଥିବାବେଳେ ଏଥିରେ ଶ୍ରମ ବିଭାଗ ବିଶେଷ ଆଗ୍ରହ ଦେଖାଏ ନାହିଁ। ଫଳରେ ଚଣ୍ଡିଖୋଲରୁ ପାଣିକୋଇଲି ଜାତୀୟ ରାଜପଥ ପାର୍ଶରେ ଥିବା ହୋଟେଲଗୁଡ଼ିକରେ ଶିଶୁ ଶ୍ରମିକ ନିୟୋଜିତ ହେଉଥିବା ଅଭିଯୋଗ ହେଉଛି। ଅଭିଯୋଗ ପରେ ମଧ୍ୟ ଏସବୁ ସ୍ଥାନରେ ଚଢ଼ାଉ କି ଉଦ୍ଧାର କାର୍ଯ୍ୟ କରାଯାଉନି। କେବେ କେବେ ଶିଶୁ ସୁରକ୍ଷା ୟୁନିଟ ଦ୍ବାରା ଶିଶୁ ଶ୍ରମିକ ଉଦ୍ଧାର କରାଯାଉଥିଲେ ମଧ୍ୟ ନିଯୋଜିତକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳରେ ପୁନର୍ବାର ସମ୍ପୃକ୍ତ ସ୍ଥାନରେ ଶିଶୁ ଶ୍ରମିକ ନିଯୁକ୍ତ ହେଉଥିବା ଦେଖିବାକୁ ମିଳିଛି। ଶିଶୁ ଶ୍ରମିକ ଉଦ୍ଧାର କରିବା ପାଇଁ ଜିଲାସ୍ତରୀୟ ଟାସ୍କଫୋର୍ସ (ଡିଟିଏଫ୍‌) ଗଠନ କରାଯାଇଛି। ଏହି ଟାକ୍ସଫୋର୍ସରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରମ ଅଧିକାରୀ ନୋଡାଲ ଅଫିସର ରହିଛନ୍ତି। ଏହି ଟାସ୍କଫୋର୍ସରେ ପୋଲିସ, ଶିଶୁ ମଙ୍ଗଳ କମିଟି, ଶିଶୁ ସୁରକ୍ଷା ୟୁନିଟ୍‌, ଜିଲା ଆଇନ ସେବା ପ୍ରାଧିକରଣ, ଶିକ୍ଷା ବିଭାଗ, ମେଡିକାଲ ଓ ମାନ୍ୟତାପ୍ରାପ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରମୁଖ ରହିଛନ୍ତି। ପ୍ରତି ତିନି ମାସରେ ଏହି ଟାସ୍କଫୋର୍ସର ବୈଠକ ସହ ଚଢାଉ ଓ ଉଦ୍ଧାର ସମୀକ୍ଷା କାର୍ଯ୍ୟ ହେବା କଥା। ମାତ୍ର ସମ୍ପୃକ୍ତ ଅଧିକାରୀଙ୍କ ଆନ୍ତରିକତା ଅଭାବ ଏବଂ ଶ୍ରମ ବିଭାଗର ଅବହେଳା ପାଇଁ ଏଯାବତ୍‌ ଟାସ୍କଫୋର୍ସ ମାଧ୍ୟମରେ ଜଣେ ବି ଶିଶୁ ଶ୍ରମିକ ଉଦ୍ଧାର ହୋଇ ନ ଥିବା ଜଣାପଡ଼ିଛି। ବିଶେଷକରି ଏହି ଦୁଇ ମାସ ମଧ୍ୟରେ ଜିଲାପାଳଙ୍କ ନିର୍ଦ୍ଦେଶରେ ଗୋପାଳପୁର ଛକ କ୍ରିଷ୍ଣା ହୋଟେଲ ଓ ଅତିରିକ୍ତ ଜିଲାପାଳଙ୍କ ନିର୍ଦ୍ଦେଶରେ ମଧୁବନ ହାଟର ହିଙ୍ଗୁଳା ହୋଟେଲରେ ହୋଇଥିବା ଚଢାଉରେ ଶିଶୁ ସୁରକ୍ଷା ଅଧିକାରୀ ଓ ପୋଲିସ ମିଳିତ ଭାବରେ ସାମିଲ ଥିଲେ। ତେବେ ଶ୍ରମ ଅଧିକାରୀଙ୍କ ନେତୃତ୍ୱରେ ଟାସ୍କଫୋର୍ସ ମାଧ୍ୟମରେ ଚଢାଉ ଓ ଉଦ୍ଧାର ହେବା ନିୟମ ରହିଛି। ତେଣୁ ଏହି ଦୁଇଟି ଘଟଣାରେ ହୋଟେଲ ମାଲିକଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଟାସ୍କଫୋର୍ସ ମାଧ୍ୟମରେ ଚଢାଉ ହେଉ ନ ଥିବାରୁ ଶିଶୁ ଅଧିକାର କ୍ଷୁଣ୍ଣ କରୁଥିବା ଲୋକଙ୍କ ବିରୋଧରେ ଉପଯୁକ୍ତ ଆଇନଗତ ପଦକ୍ଷେପ ଗ୍ରହଣ ହୋଇପାରୁନି। ଫଳରେ ଶିଶୁ ଶ୍ରମିକ ସଂଖ୍ୟା ବୃଦ୍ଧି ପାଉଥିବା ମତପ୍ରକାଶ ପାଉଛି। ଏହା ଅଧାରୁ ପାଠ ଛାଡ଼ିବାର ପ୍ରମୁଖ କାରଣ ବୋଲି କୁହାଯାଉଛି। ସ୍କୁଲକୁ ପିଲାମାନେ ପାଠ ପଢ଼ିବାକୁ ନ ଯାଇ କେଉଁଠି ମାଛ ମାରୁଛନ୍ତି ତ ଅନ୍ୟ କେଉଁଠି ବୋତଲ, ଜରି ଗୋଟାଉଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?