Posted inଜାତୀୟ

ରାମ ମନ୍ଦିର ଭୂମି ପୂଜାକୁ ବର୍ଷେ ପୂରିଲା: ଅଯୋଧ୍ୟା ଗସ୍ତରେ ଯୋଗୀ ଆଦିତ୍ୟନାଥ

ଅଯୋଧ୍ୟା,୫ ।୮: ରାମ ମନ୍ଦିର ଭୂମି ପୂଜାକୁ ପୂରଣ ହୋଇଛି ୧ ବର୍ଷ । ଏବେ ସେଠାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଗତବର୍ଷ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜା କରିଥିଲେ । ଚଳିତ ବର୍ଷ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ସେଠାରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ଏହାସହ ମନ୍ଦିର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି । ଯୋଗୀ ଟୁଇଟ୍ କରି ଲେଖିଛନ୍ତି ଦେଶର ସକଳ ଆସ୍ଥାର କେନ୍ଦ୍ର ବିନ୍ଦୁ ଓ ସମସ୍ତଙ୍କ ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣର ଭୂମି ପୂଜନକୁ ଚାହୁଁ ଚାହୁଁ ୧ ବର୍ଷ ହୋଇଗଲା । ଏହି ଅବସରରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ପ୍ରଭୁ ଶ୍ରୀରାମଙ୍କ କୃପା ସମସ୍ତଙ୍କ ଉପରେ ଥାଉ । ଅନେକ ବାଦବିବାଦ ପରେ ଏବେ ଅଯୋଧ୍ୟାରେ ନିର୍ମାଣ ହେଉଛି ରାମ ମନ୍ଦିର । ବହୁ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ପ୍ରଭୁ ରାମ ଏବେ ଅଯୋଧ୍ୟାରେ ଭକ୍ତଙ୍କ୍‌ୁ ଆଶିଷ ପ୍ରଦାନ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ପକ୍ଷରୁ ଉତ୍ସବ ଆରମ୍ଭ, ୧୨,୦୦୦ ଭୋଟରେ ଆଗୁଆ ଦିଦି…

କୋଲକାତା,୩।୧୦: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ନିର୍ବାଚନର ଭୋଟ ଗଣତି ରବିବାର ପୂର୍ବାହ୍ନ ୯ଟାଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନିକଟତମ...

ଏୟାର ଇଣ୍ଡିଆ ବିନିବେଶ ନିଶ୍ଚିତ: ସୂଚନା ଦେଲେ ସରକାର

ନୂଆଦିଲ୍ଲୀ,୩।୭: କ୍ଷତିରେ ଚାଲୁଥିବା ଏଆର ଇଣ୍ଡିଆର ବିନିବେଶ ନିଶ୍ଚିତ। ଏନେଇ ସରକାରଙ୍କ ପକ୍ଷରୁ ରାଜ୍ୟ ସଭାରେ ଦିଆଯାଇଥିବା ଏକ ପ୍ରଶ୍ନର ଉତ୍ତରରୁ ଜଣାପଡ଼ିଛି। ବେସାମରିକ ବିମାନ...

ଗୋଟିଏ ସପ୍ତାହ ପାଇଁ ସିଲ୍‌ ହେଲା ଦିଲ୍ଲୀ ସୀମା

ନୂଆଦିଲ୍ଲୀ,୧।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଏକ ବଡ ପଦକ୍ଷେପ ନେଇଛନ୍ତି।...

ଖୋଜି ଖୋଜି ପାହିଗଲା ରାତି, ହେଲେ ମିଳିଲା ନାହିଁ କନ୍ୟାଘର

ବାରାଣସୀ,୧୪।୧୨: ବର ଓ ବରଯାତ୍ରୀ ପୂରା ରାତି ଖୋଜିଲେ, ହେଲେ ପାଇଲେ ନାହିଁ କନ୍ୟାର ଘର। ଏଭଳି ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଛି ଉତ୍ତର...

‘କାଫେ ନିର୍ମଳା ତାଇ’ରେ ନାହିଁ ପିଆଜ ମେନ୍ୟୁ: କଂଗ୍ରେସ ଟୁଇଟ୍‌

ନୂଆଦିଲ୍ଲୀ,୫।୧୨: ପିଆଜ ଦାମ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣଙ୍କୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ନିର୍ମଳା ଲୋକ ସଭାରେ କହିଥିଲେ ଯେ,...

ଟ୍ରମ୍ପଙ୍କ ପରି ଅଭେଦ୍ୟ ହେବ ମୋଦିଙ୍କ ସୁରକ୍ଷା!

ନୂଆଦିଲ୍ଲୀ,୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ଏବେ କେବଳ ସ୍ଥଳପଥ ନୁହେଁ ଆକାଶ ପଥରେ ବି ଅଭଦ୍ୟ ହେବାକୁ ଯାଉଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ...

ଦୁର୍ଗାମଣ୍ଡପରେ ଆଜାନ ପରିବେଷଣକୁ ନେଇ ଆସିଲା ଅଭିଯୋଗ

କୋଲକାତା,୭।୧୦: କୋଲକାତାରେ ଆମେ ଅଲଗା ନୁହେଁର ଏକ ବାର୍ତ୍ତା ନେଇ ଆୟୋଜକମାନେ ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବନା ଜାଗ୍ରତ କରିବା ପାଇଁ ନିଆରା ପଦକ୍ଷେପ ଆପଣାଇଛନ୍ତି।...

ବର୍ଷର ଶେଷ ମନ୍‌ କି ବାତ୍‌: ଯୁବବର୍ଗଙ୍କ ମଧ୍ୟରେ କିଛି ନୂଆ କରି ଦେଖାଇବାର ଇଛାଶକ୍ତି ଥିବା କହିଲେ ମୋଦି

ନୂଆଦିଲ୍ଲୀ, ୨୯।୧୨: ଭାରତରେ ଯୁବବର୍ଗଙ୍କ ମଧ୍ୟରେ ଏବେ ନୂଆ ଚିନ୍ତାଧାରା ଆସିଛି। ସେମାନଙ୍କ ମଧ୍ୟରେ ଜାତି, ଧର୍ମ, ବର୍ଣ୍ଣର ଗୁରୁତ୍ୱ ନାହିଁ। କିଛି ନୂଆ କରି...

Advertisement
Archives

Model This Week