୩୦ରେ କଳାହାଣ୍ଡି ଆସିବେ ମୁଖ୍ୟମନ୍ତ୍ରୀ, କାର୍ଯ୍ୟକ୍ରମ ସଫଳ ପାଇଁ ଜିଲାବାସୀଙ୍କୁ ନିବେଦନ

ଭବାନୀପାଟଣା,୨୮ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ଆସନ୍ତା ୩୦ ତାରିଖ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ ରହିଛି। ଏହି ସମୟରେ ସେ ଜିଲାର ଭବାନୀପାଟଣାସ୍ଥିତ କ୍ରିଷ୍ଣା ନଗର ପଡ଼ିଆଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ଶୁଭାରମ୍ଭ କରିବେ।

‘ଅନ୍ତ୍ୟୋଦୟ ଗୃହ ଯୋଜନା’ ପ୍ରଥମ ଦଫାରେ ରାଜ୍ୟର ୫୦ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହେବ। ଏହାସହ କଳାହାଣ୍ଡି ଜିଲାର ୩୨ ଶହ ହିତାଧିକାରୀ ଉପକୃତ ହେବେ। ସେହିପରି ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ପ୍ରାୟ ୫ ଶହ କୋଟି ଟଙ୍କାର ନୃତନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ପାଇଁ ସ୍ଥିର ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ କଳାହାଣ୍ଡି ଗସ୍ତ ରହିଥିବା ଜିଲା ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟର ଉତ୍ସାହ ଦେଖିବାକୁ ମିଳିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଶୁକ୍ରବାର ଭବାନୀପାଟଣାସ୍ଥିତ ହୋଟେଲ ମିଡ୍‌ ଟାଉନଠାରେ କଳାହାଣ୍ଡି ଜିଲା ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଉପରେ ସୂଚନା ପ୍ରଦାନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜିଲାବାସୀଙ୍କ ନିବେଦନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଯୋଗଦେବେ ବୋଲି କହିଛନ୍ତି। ଜିଲା ସଭାପତି ଯୁଗଳ କିଶୋର ପୋଢ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ,ପୂର୍ବତନ ଜିଲା ସଭାପତି ଭବେନ୍ଦ୍ର ପଣ୍ଡା, ଆର୍ତ୍ତତ୍ରାଣ ମହାପାତ୍ର, ଦେବେନ୍ଦ୍ର ମହାନ୍ତି, ଜିଲା ସାଧାରଣ ସମ୍ପାଦକ ଜୟଶଙ୍କର ନାଏକ ପ୍ରମୁଖ ଯୋଗଦେଇଥିଲେ। ଜିଲା ଉପସଭାପତି ପ୍ରଶାନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?