ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ, ବିଭିନ୍ନ ଜନଜାତି ମିଶି…

ରାଉରକେଲା,୧୫ା୧୧(ବିପ୍ଳବ ରଞ୍ଜନ ଦାଶ): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ରାଉରକେଲାକୁ ଦ୍ୱିତୀୟ ଥର ଗସ୍ତ କରିଛନ୍ତି। ଅପରାହ୍ନ ୧ଟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିବା ପରେ ସ୍ଥାନୀୟ ଭାଜପା ନେତା ଓ କର୍ମୀମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଏଥିସହିତ ସୁନ୍ଦରଗଡ଼ ଜିଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ରାଉରକେଲା ଆରକ୍ଷୀ ଅଧୀକ୍ଷକ ନିତେଶ ଔଧଓ୍ବାନୀ ମଧ୍ୟ ବିମାନ ବନ୍ଦରଠାରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପରେ କଡ଼ା ନଜର ରଖିଥିଲେ। ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଛେଣ୍ଡ୍‌ସ୍ଥିତ ହକି ଭିଲେଜରେ ଅଳ୍ପ ସମୟ ରହି ଅପରାହ୍ନ ୨ଟାରେ ସେକ୍ଟର-୧୩ସ୍ଥିତ ମେଳଣ ପଡ଼ିଆରେ ଜାତୀୟ ଜନଜାତି ଗୌରବ ଦିବସ-୨୦୨୫ ପାଳନ ସଭା ଅଭିମୁଖେ ଯାତ୍ରା କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସଭାସ୍ଥଳ ମୁଖ୍ୟ ଫାଟକରେ ଭବ୍ୟ ସ୍ବାଗତ କରା ଯାଇଥିଲା।

ଏଥିସହ ଏହି ବିଶେଷ ମୁହୂର୍ତ୍ତକୁ ବିଶେଷ ଆକର୍ଷଣ କରିବା ପାଇଁ ସୁନ୍ଦରଗଡ଼ ତଥା ରାଉରକେଲାର ବିଭିନ୍ନ ଜନଜାତି ଓ ଆଦିବାସୀ ବର୍ଗ ନୃତ୍ୟ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ବିଭିନ୍ନ ଆଦିବାସୀ ପାରମ୍ପାରିକ ନୃତ୍ୟ ପରିବେଷଣ ହୋଇଥିଲା। ବିଶେଷକରି ବିବାହ ସମୟରେ ଆଦିବାସୀମାନଙ୍କର ଦ୍ୱାରା ପ୍ରସ୍ତୁତ ହେଉଥିବା କଇଁଚି ନାଚ, ଧାଡ଼ିନାଚ ସହିତ ଓରାମ ନାଚ ବେଶ୍‌ ଚିତ୍ତାକର୍ଷକ ସାଜିଥିବାବେଳେ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀ ଜନଜାତିଙ୍କ ସାଂସ୍କୃତିକ ନୃତ୍ୟ ଭାରତୀୟ ସଂସ୍କୃତିର ଏକ ଅବିଚ୍ଛିନ୍ନ ଅଙ୍ଗ ବୋଲି କହି ବେଶ୍‌ ପ୍ରଶଂସା କରିଥିଲୋ। ପରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କର ସହ ସଭାସ୍ଥଳ ଅଭିମୁଖେ ଯାତ୍ରା କରିଥିଲେ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ପଟ୍ଟନାୟକ ମାର୍ଗରେ ନିଆରା ଗଣେଶ ପୂଜା: ରାଧାକୃଷ୍ଣ ବେଶରେ ପୂଜା ପାଉଛନ୍ତି ଗଜାନନ

ଗଞ୍ଜାମ, ୧୬/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଥିବାବେଳେ ବିଜୁ ପଟ୍ଟନାୟକ ମାର୍ଗରେ ଆୟୋଜିତ ଗଣେଶ ପୂଜା…

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ…

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ ‘ଛୁଆଁ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି…

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଞ୍ଜନଗର: ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼, ଉତ୍ସବମୁଖର …

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ପବିତ୍ର ଗଣେଶ ପୂଜା ଅବସରରେ ଭଞ୍ଜନଗର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଏକ ଆନନ୍ଦଉଲ୍ଲାସ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତ ଦୁଇଦିନ…

ପରିବାର ସହ ନୂଆଁଖାଇ ପାଳିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର; ନୂଆଁଖାଇ ଜୁହାର ଭେଟ ହୋଇ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୧୫ା୯ (ବୀରେନ୍ଦ୍ର କୁମାର ଝାଙ୍କର): ପବିତ୍ର ନୂଆଁଖାଇ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ପରିବାର ସହ ନବାନ୍ନ ଭକ୍ଷଣ କରିବା ପରେ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?