କାଳିଆ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ):  ଯୋଡ଼ାମୁଣ୍ଡ ଶିଶୁ କାଳିଆର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି ଯେ, ଡାକ୍ତରଙ୍କ ଅଦମ୍ୟ ଚେଷ୍ଟା ଓ ଶ୍ରେଷ୍ଠ ଚିକିତ୍ସା ସତ୍ତ୍ୱେ କାଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ। ଅସମୟରେ ଝଡ଼ି ପଡ଼ିଥିବା କାଳିଆର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଏଭଳି କଠିନ ସମୟରେ ଜଗାର ଉତ୍ତମ ସ୍ବାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି। ସେହିପରି ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, କନ୍ଧମାଳ ଜିଲାର ଯୋଡ଼ାମୁଣ୍ଡ ଦୁଇ ଭାଇଙ୍କ ମଧ୍ୟରୁ କାଳିଆର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହେବା ଖବର ଶୁଣି ମୁଁ ଦୁଃଖିତ। ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ କାଳିଆର ଜୀବନ ବଞ୍ଚାଯାଇ ପାରିଲା ନାହିଁ। ଏପରି ଦୁଃଖଦ ସମୟରେ କାଳିଆର ମା’, ବାପା ଓ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ବୋଲି ସେ ଲେଖିଛନ୍ତି।
ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମଧ୍ୟ କାଳିଆ ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କରିବା ସହ ଜଗାର ଚିକିତ୍ସା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ଆବଶ୍ୟକ ପଡ଼ିଲେ ପ୍ରଫେସର ଅଶୋକ ମହାପାତ୍ରଙ୍କ ପରାମର୍ଶ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ ଉପରେ ପଡ଼ିଥିଲେ ଯୁବକ; ମାନବିକତା ଦେଖାଇଲେ ବିଧାୟକ କଲେ ଏମିତି…

ଛତ୍ରପୁର,୮।୬( ଦିଲ୍ଲୀପ ସାମଲ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ । ବିଧାୟକ ତାଙ୍କର କ୍ଷେତ୍ର ପରିଦର୍ଶନ ସାରି ଫେରୁଥିବା ବେଳେ ଗଞ୍ଜାମ ହୁମା…

ବଦଳିଗଲା ନିୟମ! ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ନେଇ ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୬:  ଭାରତରେ, ଯଦି ଜଣେ ମହିଳା କିମ୍ବା ପୁରୁଷ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସମାଜରେ ତାଙ୍କୁ ଖରାପ ନଜରରେ ଦେଖାଯାଏ ।…

ଗାଁ ଛକ ନିକଟରେ ପଡ଼ିଛି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମୃତଦେହ: ବଢ଼ୁଛି ସନ୍ଦେହ

ଡେରାବିଶ, ୮।୬ (ବୈବର୍ତ୍ତ ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଏଣ୍ଡର ପଞ୍ଚାୟତର ନୀଳକଣ୍ଠପୁର ଗ୍ରାମ ନିକଟରୁ ସୋମବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର…

ବାହାରିଲା OJEE ରେଜଲ୍ଟ: ଟପ୍ପର ହେଲେ…

ଭୁବନେଶ୍ୱର, ୮।୬: ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ୨୦୨୬ ରେଜଲ୍ଟ। ସୋମବାର ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବୈଷୟିକ ଶିକ୍ଷା ମନ୍ତ୍ରୀ। ଗତ…

ଝାରସୁଗୁଡ଼ାରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌, ତେଜିଲା ଅସନ୍ତୁଷ୍ଟ

ଝାରସୁଗୁଡ଼ା, ୮ା୬(ଆଶିଷ ରଞ୍ଜନ ଦାଶ)- ଝାରସୁଗୁଡ଼ା ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଭଳି ସ୍ଥିତିରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌…

ଭୁବନେଶ୍ବର ପରିବର୍ତ୍ତେ ପୁରୀ ବସଷ୍ଟାଣ୍ଡରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: କାରଣ…

ପୁରୀ,୮।୬(ଅଜିତ ମହାନ୍ତି): ଭୁବନେଶ୍ବରରେ ଅବତରଣ କରିପାରି ନାହିଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହେଲିକପ୍ଟର। ପ୍ରତିକୂଳ ପାଗ ପାଇଁ ଭୁବନେଶ୍ବର ପରିବର୍ତ୍ତେ ପୁରୀରେ ଅବତରଣ କରିଛି। ସମଙ୍ଗ ଅସ୍ଥାୟୀ…

ଦିଗପହଣ୍ଡି ଦୁର୍ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା

ଦିଗପହଣ୍ଡି,୮ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ପରିବାର ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା…

ଗ୍ରାହକଙ୍କୁ ବଡ଼ ଝଟ୍‌କା! ଆହୁରି ମହଙ୍ଗା ହେବ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର, କେନ୍ଦ୍ର ସରକାର ସ୍ପଷ୍ଟ କରି କହିଲେ…..

ନୂଆଦିଲ୍ଲୀ,୮।୬: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଭାରତରେ ଲୋକମାନେ ମଧ୍ୟ ମୂଲ୍ୟ ବୃଦ୍ଧିର ଶିକାର ହେଉଛନ୍ତି । ଗତ କିଛି ଦିନ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri