ପଦ୍ମପୁରରେ ନିର୍ବାଚନୀ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

ଝାରବନ୍ଧ,୨।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପ୍ରଚାର ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତରେ ଅଛନ୍ତି। ପଦ୍ମପୁର ନିର୍ବାଚନ ମଣ୍ଡଳୀର ଝାରବନ୍ଧ ବ୍ଲକରୁ ମୁଖ୍ୟମନ୍ତ୍ରୀ ପ୍ରଚାର ଆରମ୍ଭ କରିଥିଲେ। ଏକ ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ ଚାଷୀ, କେନ୍ଦୁପତ୍ର ତୋଷାଳି ଏବଂ ଗରୀବ ଜନଜାତିଙ୍କ କଥା ଉଠାଇଥିଲେ। ଏପରିକି ବର୍ଷାଙ୍କ ସପକ୍ଷରେ ମତଦାନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। କେନ୍ଦୁପତ୍ରରେ ସର୍ବାଧିକ ବୋନସ ଦେବାରେ ଓଡ଼ିଶା ଦେଶରେ ପ୍ରଥମ। କିନ୍ତୁ କେନ୍ଦ୍ର ସରକାର ସୁନା ବ୍ୟବସାୟୀଙ୍କ ଉପରେ ୩ପ୍ରତିଶତ ଜିଏସ୍‌ଟି ନେଉଥିବା ବେଳେ ଗରୀବ କେନ୍ଦୁପତ୍ର ତୋଳାଳୀଙ୍କଠାରୁ ୧୮ ପ୍ରତିଶତ ଜିଏସ୍‌ଟି ନେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବହୁବିଧ ଯୋଜନା ହାତକୁ ନେଇଛନ୍ତି। ସେହିପରି ପଦ୍ମପୁର ଅଞ୍ଚଳର ଚଷୀଙ୍କ ପାଇଁ ରାଜ୍ୟ ସରକାର ୧ ହଜାର କୋଟି ଟଙ୍କାର କାମ କରିସାରିଛନ୍ତି ଏବଂ ଆଗକୁ ମଧ୍ୟ ଚାଷୀ, ଜନଜାତିଙ୍କ କଲ୍ୟାଣ ଜାରି ରହିବ। ସେମାନଙ୍କ ହକ ପାଇଁ ଲଢ଼େଇ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର…

ଏକାଠି ହେଲେ ଓଡ଼ିଶା ଡ୍ରାଇଭର ମହାସଂଘ: ଉତ୍ସାହର ସହ…

ଥୁଆମୂଳ ରାମପୁର,୨।୯(ଦୁର୍ଗା କୀର୍ତ୍ତି): ସାରା ରାଜ୍ୟର ୩୦ଟି ଜିଲା ଓ ୩୧୪ଟି ବ୍ଲକରେ ଓଡ଼ିଶା ଡ୍ରାଇଭର ମହାସଂଘ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୨୧ ମସିହାରେ…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

କାର୍‌ ଓଲଟି ଭିତରେ ପଶିଗଲା ପାଣି, ଅଣନିଶ୍ୱାସୀ ହୋଇ ଚାଲିଗଲା…

ପାରାଦୀପ, ୨।୯ (ଶରତ ରାଉତ): ପାରାଦୀପ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥ ତଥା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ ଗେଟ୍‌ ବଜାର ନିକଟରେ ବୁଧବାର ସକାଳେ…

ସରପଞ୍ଚଙ୍କ ଗାଁ ରାସ୍ତା ଶୋଚନୀୟ: ପାଦ ଚଲା ରାସ୍ତା ପାଇଁ ବି ନୁହେଁ ଉପଯୋଗୀ

ଗଞ୍ଜାମ,୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକ ଅବହେଳିତ ଅବସ୍ଥାରେ ଥିବାବେଳେ ଖୋଦ ସରପଞ୍ଚଙ୍କ ଗାଁ ନୀଳାଦ୍ରିପୁର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି…

ଫାଇନ୍‌ରେ ଟ୍ରାଫିକ ନିୟନ୍ତ୍ରଣ, ହେଉନି ସ୍ଥାୟୀ ପ୍ରତିକାର

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ସମେତ ଜିଲାରେ ଟ୍ରାଫିକ ସମସ୍ୟା ଚରମସୀମାରେ ପହଞ୍ଚତ୍ଛି। ସହରସ୍ଥିତ ଯେଉଁ ରାସ୍ତାକୁ ଦେଖିଲେ ଏହା ଜଳଜଳ ହୋଇ ଦିଶୁଛି। କେଉଁଠି ବେଆଇନ ପାର୍କିଂ…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri