Odisha Elections 2024

ଏନ୍‌ଫୋର୍ସମେଣ୍ଟ ପାଇଁ ୬୭ ନୂଆ ପଦବୀକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୧(ଅସମାପିକା ସାହୁ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖ ଦେବାର ଗୁରୁଦାୟିତ୍ୱ ବହନ କରିଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷର ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟରେ ବିଭିନ୍ନ ସମସ୍ୟା ଉପୁଜୁଥିଲା। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟକୁ ଅଧିକ ଫଳପ୍ରଦ ଓ ସୁସଂହତ କରିବା ଉଦ୍ଦେଶ୍ୟରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୭ଟି ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି। ଏହି ପଦବୀଗୁଡ଼ିକ ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସୃଷ୍ଟି କରାଯାଇ ପୂରଣ ହେବ।

BDA To Refund Excess Compound Fees Of Bhubaneswar Residents Under Amnesty Scheme

ଏହି ପଦବୀଗୁଡିକ ହେଲା ଗୋଟିଏ ଆସିଷ୍ଟାଣ୍ଟ କମିଶନର, ୬ଟି ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ଏବଂ ୬୦ ପୋଲିସ କନଷ୍ଟେବଳ ପଦବୀ। ଭୁବନେଶ୍ୱର ପୂର୍ବ ଭାରତର ଏକ ଦ୍ରୁତ ଅଭିବୃଦ୍ଧିଶୀଳ ସହର। ସହରାଞ୍ଚଳ ଯୋଜନାବଦ୍ଧ ବିକାଶ ପାଇଁ ଏହି ପଦବୀଗୁଡିକ କାର୍ଯ୍ୟ କରିବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଅନୁଯାୟୀ ସମଗ୍ର ଭୁବନେଶ୍ୱର ସହରରେ ଏସବୁ କାର୍ଯ୍ୟ ନିମନ୍ତେ ୨୫ଟି ଜଏଣ୍ଟ ଟିମ୍‌ ଓ ୫ଟି ରିଜର୍ଭ ଟିମ୍‌ର ଆବଶ୍ୟକତା ଥିଲା। ପ୍ରତି ଟିମ୍‌ରେ ୨ଜଣ ପୋଲିସ କନଷ୍ଟେବଳ ରହିବେ। ଏହି ଟିମ୍‌ଗୁଡ଼ିକର ସମନ୍ବୟ ଓ ସୁପରିଚାଳନା ପାଇଁ ଜଣେ ଆସିଷ୍ଟାଣ୍ଟ କମିଶନର ଏବଂ ୬ ଜଣ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର କାର୍ଯ୍ୟ କରିବେ। ଏହି ପଦବୀଗୁଡ଼ିକ ପୂରଣ ଦ୍ୱାରା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ସହଜ ଓ ତ୍ୱରାନ୍ବିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କ ପାଇଁ ସବୁବେଳେ କାମ କରନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ: ପାଣ୍ଡିଆନ

ଭୁବନେଶ୍ୱର,୨୦ା୫: ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଏଥିରେ...

”ଓଡ଼ିଶାର ପ୍ରତି ବ୍ଲକ ଲୋକେ ଗୁଜରାଟରେ କାମ କରୁଛନ୍ତି”: ପ୍ରଧାନମନ୍ତ୍ରୀ ମୋଦି

କଟକ,୨୦।୫: କଟକରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। କହିଛନ୍ତି ବିଜେଡି ପାଇଁ ଓଡ଼ିଶା ଆଜି...

ପୁଣି ଦୋହରାଇଲେ ମୋଦି, କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୫: ଅନୁଗୋଳ ସଭାରେ ସମ୍ବୋଧିତ କରି ଓଡ଼ିଶାରେ ପ୍ରଥମଥର ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଯାଉଥିବା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।...

ମତଦାନ କଲେ ମନ୍ତ୍ରୀ ରୀତା ସାହୁ

ବରପାଲି,୨୦ା୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ମତଦାତାଙ୍କ ଲମ୍ବା...

”ଓଡ଼ିଶା ବରବାଦୀର କାରଣ ବିଜେଡି ସରକାର”: ନରେନ୍ଦ୍ର ମୋଦି

ଭୁବନେଶ୍ୱର,୨୦।୫: ସୋମବାର ସକାଳୁ ସକାଳୁ ପୁରୀରେ ରୋଡ ଶୋ’ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୋଳରେ ପହଞ୍ଚିଥିଲେ। ଏଠାରେ ସେ ବକ୍ତବ୍ୟ ଦେଇ ସକାଳ...

ଭୋଟ୍‌ ଦେଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟିଲାଗଡ଼,୨୦ା୫(ଶରତ ମିଶ୍ର): ବଲାଙ୍ଗୀର ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ଭୋଟ୍‌ ଦେଲେ ଅର୍ଥମନ୍ତ୍ରୀ

ଭଞ୍ଜନଗର,୨୦ା୫(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ତଥା ଭଞ୍ଜନଗର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ସୋମବାର ନିଜ ଗ୍ରାମ ଅଗଝୋଳରେ ମତଦାନ ସାବ୍ୟସ୍ତ କରିଛନ୍ତି। ବିକ୍ରମ ସପ୍ତମଥର...

ମହାନଦୀ ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କଲେ ପାଣ୍ଡିଆନ

ଭୁବନେଶ୍ୱର,୨୦।୫: ପୁଣି ଭିଡିଓ ଜାରି କରି ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏଥିରେ ସେ ମହାନଦୀକୁ ପ୍ରସଙ୍ଗ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri