Posted inଜାତୀୟ

ଦେଶର ୫୦ତମ ପ୍ରଧାନ ବିଚାରପତି ହେବେ ଡି.ଓ୍ବାଇ. ଚନ୍ଦ୍ରଚୁଡ

ନୂଆଦିଲ୍ଲୀ,୧୧।୧୦: ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୁଡ ଦେଶର ୫୦ ତମ ପ୍ରଧାନ ବିଚାରପତି ହେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ତାଙ୍କ ଉତ୍ତରାଧିକାରୀ ଭାବରେ କେନ୍ଦ୍ର ସରକାରଙ୍କୁ ଜଷ୍ଟିସ ଚନ୍ଦ୍ରଚୁଡଙ୍କ ନାମ ପଠାଇଛନ୍ତି। ନଭେମ୍ବର ୨ ରେ ଚନ୍ଦ୍ରଚୁଡ ପ୍ରଧାନ ବିଚାରପତି ହେବେ। ତାଙ୍କର କାର୍ଯ୍ୟକାଳ ୧୦ ନଭେମ୍ବର ୨୦୨୪ପର୍ଯ୍ୟନ୍ତ ରହିବ।
ଜଷ୍ଟିସ ଉଦୟ ଉମେଶ ଲଲିତ ନଭେମ୍ବର ୮ରେ ପ୍ରଧାନ ବିଚାରପତି ପଦରୁ ଅବସର ନେବେ। ଏନ୍‌ଭି ରମନ୍ନାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ୨୬ ଅଗଷ୍ଟ ୨୦୨୨ରେ ଦେଶର ୪୯ ତମ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ଅତି କମରେ ୭୪ ଦିନ ହେବ। ଅବସର ନେବା ପୂର୍ବରୁ, ସିଜେଆଇ ବରିଷ୍ଠ-ବିଚାରପତିଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ନାମିତ କରିବାର ପରମ୍ପରା ରହିଛି। ଏହା ଅଧୀନରେ ସେ ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବେ ଡି.ଓ୍ବାଇ. ଚନ୍ଦ୍ରଚୁଡଙ୍କ ନାମ ୟୁୟୁ ଲଳିତ ଦେଇଛନ୍ତି।
ଗତ ୭ ଅକ୍ଟୋବରରେ ଆଇନ ମନ୍ତ୍ରୀ କିରେନ ରିଜିଜୁ ସିଜେଆଇ ଲଲିତଙ୍କୁ ଏକ ଚିଠି ଲେଖି ତାଙ୍କ ଉତ୍ତରାଧିକାରୀଙ୍କ ନାମ ଦେବାକୁ ଅନୁରୋଧ କରିଥିଲେ। ମଙ୍ଗଳବାର ସେ ତାଙ୍କ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡି ବିବାଦ: ପୁରୋହିତଙ୍କୁ ଜାଳିଦେଲେ ଦୁର୍ବୃତ୍ତ

ଜୟପୁର,୯।୧୦-ରାଜସ୍ଥାନର କରୌଲି ଜିଲାରେ ଜମି ବିବାଦକୁ କେନ୍ଦ୍ର କରି ଜଣେ ପୁରୋହିତଙ୍କୁ ହତ୍ୟା କରାଯାଇଛି। କିଛି ଦୁର୍ବୃତ୍ତ ତାଙ୍କ ଦେହରେ ନିଆଁ ଲଗାଇ ଦେବାରୁ ତାଙ୍କର...

ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଗିରଫକଲା ଏନ୍‌ଆଇଏ

ନୂଆଦିଲ୍ଲୀ,୨୫।୧୧(ପି.ଟି.): ଦେଶର ବିଭିନ୍ନ ଭାଗରେ ହିଂସାକାଣ୍ଡ ଏବଂ ସମ୍ବେଦନଶୀଳ ଅପରାଧ ଘଟାଇବା ଲାଗି ଆତଙ୍କବାଦୀ ସଂଗଠନ ଏବଂ ଅପରାଧ ସିଣ୍ଡିକେଟ୍‌ ସହ ଷଡ଼ଯନ୍ତ୍ର ଚଳାଇବା ମାମଲାରେ...

ସାନିଟାଇଜର୍‌ର ବହୁଳ ବ୍ୟବହାର କ୍ଷତିକାରକ

ନୂଆଦିଲ୍ଲୀ, ୧୭।୩: ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ଏ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଡାକ୍ତର ଏବଂ ବିଶେଷଜ୍ଞମାନେ...

ହନି-ଟ୍ରାପ୍‌ରେ ଫସାଇଥିଲା ପାକିସ୍ତାନ: ବୈଦେଶିକ ମନ୍ତ୍ରଣାଳୟର ଡ୍ରାଇଭର ଗିରଫ

ନୂଆଦିଲ୍ଲୀ,୧୮।୧୧: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ପାକିସ୍ତାନକୁ ଗୁପ୍ତ ଏବଂ ସମ୍ବେଦନଶୀଳ ସୂଚନା ଦେବା ଅଭିଯୋଗରେ ଶୁକ୍ରବାର...

ପ୍ରବଳ ବର୍ଷା: ବମ୍ବେ ହାଇକୋର୍ଟ ଘୋଷଣା କଲା ‘ରେନି ଡେ’

ମୁମ୍ବାଇ, ୨୩।୯: ପ୍ରବଳ ବର୍ଷା ଯୋଗୁ ମୁମ୍ବାଇରେ ସାଧାରଣ ଜୀବନ ଯାତ୍ରା ଅଚଳ ହୋଇ ପଡ଼ିଛି। ରାସ୍ତାଘାଟରେ ଛାତିଏ ପାଣି ଜମି ରହିଛି। ଏହାକୁ ଦୃଷ୍ଟିରେ...

ସୁଶାନ୍ତ ଆତ୍ମହତ୍ୟା ମାମଲା: ଓ୍ବାଇଆର୍‌ଏଫ୍‌ ମୁଖ୍ୟଙ୍କୁ ଜେରା

ମୁମ୍ବାଇ,୧୮।୭: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସର ତତ୍ପରତା ନଜର ଆସିଛି। ବହୁ କମ୍‌ ସମୟ ମଧ୍ୟରେ କେତେକ...

ଡେଲ୍ଟା ଭାରିଏଣ୍ଟ ପାଇଁ ଭଲ କାମ କରିବ ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ

ନୂଆଦିଲ୍ଲୀ,୭ ।୮: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟ ଗୋଟିଏ ପଟେ ବିଶ୍ୱବାସୀଙ୍କ ଚିନ୍ତା ବଢାଇଥିବା ବେଳେ ଅନ୍ୟପଟେ ଏହାକୁ କଡା ଜବାବ ଦେବାକୁ ଆସି ଯାଇଛି...

ହାଇକୋର୍ଟର ଦ୍ୱାରସ୍ଥ ହେଲେ କପିଲ ମିଶ୍ରା

ନୂଆଦିଲ୍ଲୀ,୬।୮: ଏଏପିର ବିଦ୍ରୋହୀ ତଥା ଅଯୋଗ୍ୟ ଘୋଷିତ ହୋଇଥିବା ନେତା କପିଲ ମିଶ୍ରା ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କୁ ଅଯୋଗ୍ୟ ଘୋଷିତ ବିଧାୟକ...

Advertisement
Archives

Model This Week