ବାଲ୍ୟ ବିବାହରେ ୪ର୍ଥ ସ୍ଥାନରେ ରାୟଗଡ଼ା ଜିଲା

ରାୟଗଡ଼ା ଅଫିସ,୧୧ା୧୦:ଅକ୍ଟୋବର ୧୧ରେ ପାଳନ ହେଉଛି ଅନ୍ତର୍ଜାତୀୟ ବାଳିକା ଦିବସ। ଲିଙ୍ଗଗତ ସମାନତା ଆଣିବା ଏବଂ ବାଳିକାମାନଙ୍କ ଅଧିକାରକୁ ସ୍ବୀକୃତି ଦେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ହେଲେ ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ବାଳିକାଙ୍କ ଆଖିଦୃଶିଆ ବିକାଶ ହୋଇପାରିନି। ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ରୋକିବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇପାରିନି। ପ୍ରଚେଷ୍ଟା ଅଭିଯାନରେ ଜିଲା ପ୍ରଶାସନ ପକ୍ଷରୁ ବାଲ୍ୟବିବାହ ରୋକିବା, ଶିକ୍ଷା ଓ ସ୍ବାସ୍ଥ୍ୟ ବିଷୟରେ ସଚେତନ କରିବା ସହ ସେମାନଙ୍କ ବିକାଶ ଦିଗରେ କାମ କରିବା ପାଇଁ ନିୟମିତ ଯୋଜନା ପ୍ରସ୍ତୁତ ହେଉଛି। ତଥାପି ଜିଲା ବାଲ୍ୟବିବାହ ମୁକ୍ତ ହୋଇପାରିନାହିଁ।
ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ ଓ୍ବେବ୍‌ସାଇଟର ରିପୋର୍ଟ ଅନୁଯାୟୀ, ବାଲ୍ୟବିବାହ କ୍ଷେତ୍ରରେ ଓଡ଼ିଶାରେ ରାୟଗଡ଼ା ଜିଲା ୪ର୍ଥ ସ୍ଥାନରେ ରହିଛି। ସେହିପରି ଜିଲାରେ ୩୩.୨ ପ୍ରତିଶତ ବାଲ୍ୟ ବିବାହ ହେଉଥିବାବେଳେ ସେଥିମଧ୍ୟରୁ ୯.୨ ପ୍ରତିଶତ ୧୫ ରୁ ୧୯ ବର୍ଷ ମଧ୍ୟରେ ମା’ ହେଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ୧୩୪୫ ଗ୍ରାମକୁ ଜିଲା ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି। ସେହିପରି ରାୟଗଡ଼ା ଜିଲା ସମାଜ ମଙ୍ଗଳ ଅଧିକାରୀ(ଡିଏସ୍‌ଡବ୍ଲ୍ୟୁଓ)ଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୦ରେ ଜିଲାରେ ୯୭ଟି, ୨୦୨୧ରେ ୮୯ଟି, ୨୦୨୨ରେ ଏ ପର୍ଯ୍ୟନ୍ତ ୬୦ଟି ବାଲ୍ୟ ବିବାହ ପ୍ରଶାସନ ରୋକିବାରେ ସଫଳ ହୋଇଛି। ରାୟଗଡ଼ା ସହର, ଗୁଣପୁର, କୋଲନରା, ପଦ୍ମପୁର, ରାମନାଗୁଡ଼ା ବ୍ୟତୀତ ଅନ୍ୟ ସମସ୍ତ ବ୍ଲକରେ ବାଲ୍ୟ ବିବାହ ହେଉଥିବା ତଥ୍ୟରୁ ଜଣାପଡ଼ିଛି। ତେବେ ୨୦୨୦ ପୂର୍ବରୁ କେତେ ବାଲ୍ୟ ବିବାହ ହୋଇଛି ଏବଂ କୋତୋଟି ରୋକାଯାଇଛି ତାହାର ତଥ୍ୟ ପ୍ରଶାସନ ନିକଟରେ ନାହିଁ। ତୃଣମୂଳ ସ୍ତରରେ ପ୍ରଶାସନ ପକ୍ଷରୁ ଠିକ୍‌ରେ ସଚେତନତା କାର୍ଯ୍ୟକ୍ରମ ହେଉ ନ ଥିବାରୁ ଅନେକ ବାଲ୍ୟବିବାହ ଘଟଣା ପ୍ରଶାସନ ଦୃଷ୍ଟିକୁ ଆସିପାରୁ ନ ଥିବା ମତପ୍ରକାଶ ପାଇଛି।
ଅଞ୍ଚଳରେ ଅଧିକ ସଂଖ୍ୟାରେ ଝିଅ ଏବଂ ପୁଅ ୧୮ ବର୍ଷ ବୟସ ପୂର୍ବରୁ ପ୍ରେମ ବିବାହ କରି ଚାଲିଯାଉଛନ୍ତି। ଏହାକୁ ରୋକିବାକୁ ହେଲେ ସମସ୍ତ ବିଭାଗର ସହଯୋଗ ଆବଶ୍ୟକ ବୋଲି ଡିଏସ୍‌ଡବ୍ଲ୍ୟୁଓ କହିଛନ୍ତି। ଗୁରୁ୍‌ତ୍ୱପୂର୍ଣ୍ଣ ବିଷୟ ହେଲା ପ୍ରଶାସନ ପକ୍ଷରୁ ସଚେତନତା ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଏହା ଠିକ୍‌ରେ କାର୍ଯ୍ୟକାରୀ ହେଉନାହିଁ। ଫଳରେ କିଶୋରୀ, କିଶୋରମାନଙ୍କୁ କମ ବୟସରେ ବିବାହ କରିବାରୁ ରୋକିବାରେ ସଫଳତା ମିଳିପାରୁନି ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି। ତୃଣମୂଳ ସ୍ତରରେ ଦୟିତ୍ୱରେ ଥିବା କର୍ମଚାରୀ କିଶୋରୀ, କିଶୋର ଏବଂ ଅଭିଭାବକଙ୍କୁ ଅଧିକ ସଚେତନ କରିବା ସହ ନିୟମିତ ଏହାର ସମୀକ୍ଷା ହେଲେ ଜିଲାରେ ଶିକ୍ଷାହାର ବଢ଼ିବା ସହ ବାଲ୍ୟ ବିବାହକୁ ରୋକିବା ସମ୍ଭବ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

ହାଟଡିହୀରେ ଶିକ୍ଷକ ସଂଘର ମହାମନ୍ଥନ! ନୂଆ ଆବାହକ ହେଲେ ଶଶି ଭୂଷଣ ପୁହାଣ, ସମସ୍ୟାର ସମାଧାନ ପାଇଁ ସଜବାଜ

ହାଟଡିହୀ/ଛେନାପଦୀ, ୧୬/୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ମଠଠାରେ ଏନପିଏସ ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଠ ଶିକ୍ଷକ ଶଶି…

ଗଣେଶ ବିସର୍ଜନ ବେଳେ ଅଘଟଣ! ଜେନେରେଟରରେ ତେଲ ଢାଳୁ ଢାଳୁ ଲାଗିଲା ନିଆଁ, ଯୁବକ…

ଝରିଗାଁ, ୧୬।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମେରା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା…

ଅଲଟୋ କାର୍ ଭିତରେ ଗଞ୍ଜେଇର ପାହାଡ଼! ଧରାପଡ଼ିଲେ ଗୌରୀଶଙ୍କର, ସହଯୋଗୀ ଫେରାର

ପୁରୁଷୋତ୍ତମପୁର,୧୬।୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ ବେଳେ ପୋଲିସ ଚଢ଼ଉ କରି ୯୫ କେଜି ଗଞ୍ଜେଇ ସହ ଏକ…

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ଥୁଆମୂଳ ରାମପୁରରେ ମା’ ମାଣିକେଶ୍ୱରୀଙ୍କ ବାଲିଯାତ୍ରା ଓ ଦଶହରା ପୂଜାସୂଚୀ ପ୍ରକାଶିତ, ଝାମୁଯାତ୍ରା…

ଥୁଆମୂଳ ରାମପୁର,୧୬।୯(ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଇଷ୍ଟଦେବୀ ହେଉଛନ୍ତି ମା’ ମାଣିକେଶ୍ୱରୀ । ଥୁଆମୂଳ ରାମପୁର ଠାରେ ଚଳିତ ୨୦୨୬ ବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?