ବାଲ୍ୟ ବିବାହରେ ୪ର୍ଥ ସ୍ଥାନରେ ରାୟଗଡ଼ା ଜିଲା

ରାୟଗଡ଼ା ଅଫିସ,୧୧ା୧୦:ଅକ୍ଟୋବର ୧୧ରେ ପାଳନ ହେଉଛି ଅନ୍ତର୍ଜାତୀୟ ବାଳିକା ଦିବସ। ଲିଙ୍ଗଗତ ସମାନତା ଆଣିବା ଏବଂ ବାଳିକାମାନଙ୍କ ଅଧିକାରକୁ ସ୍ବୀକୃତି ଦେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ହେଲେ ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ବାଳିକାଙ୍କ ଆଖିଦୃଶିଆ ବିକାଶ ହୋଇପାରିନି। ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ରୋକିବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇପାରିନି। ପ୍ରଚେଷ୍ଟା ଅଭିଯାନରେ ଜିଲା ପ୍ରଶାସନ ପକ୍ଷରୁ ବାଲ୍ୟବିବାହ ରୋକିବା, ଶିକ୍ଷା ଓ ସ୍ବାସ୍ଥ୍ୟ ବିଷୟରେ ସଚେତନ କରିବା ସହ ସେମାନଙ୍କ ବିକାଶ ଦିଗରେ କାମ କରିବା ପାଇଁ ନିୟମିତ ଯୋଜନା ପ୍ରସ୍ତୁତ ହେଉଛି। ତଥାପି ଜିଲା ବାଲ୍ୟବିବାହ ମୁକ୍ତ ହୋଇପାରିନାହିଁ।
ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ ଓ୍ବେବ୍‌ସାଇଟର ରିପୋର୍ଟ ଅନୁଯାୟୀ, ବାଲ୍ୟବିବାହ କ୍ଷେତ୍ରରେ ଓଡ଼ିଶାରେ ରାୟଗଡ଼ା ଜିଲା ୪ର୍ଥ ସ୍ଥାନରେ ରହିଛି। ସେହିପରି ଜିଲାରେ ୩୩.୨ ପ୍ରତିଶତ ବାଲ୍ୟ ବିବାହ ହେଉଥିବାବେଳେ ସେଥିମଧ୍ୟରୁ ୯.୨ ପ୍ରତିଶତ ୧୫ ରୁ ୧୯ ବର୍ଷ ମଧ୍ୟରେ ମା’ ହେଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ୧୩୪୫ ଗ୍ରାମକୁ ଜିଲା ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି। ସେହିପରି ରାୟଗଡ଼ା ଜିଲା ସମାଜ ମଙ୍ଗଳ ଅଧିକାରୀ(ଡିଏସ୍‌ଡବ୍ଲ୍ୟୁଓ)ଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୦ରେ ଜିଲାରେ ୯୭ଟି, ୨୦୨୧ରେ ୮୯ଟି, ୨୦୨୨ରେ ଏ ପର୍ଯ୍ୟନ୍ତ ୬୦ଟି ବାଲ୍ୟ ବିବାହ ପ୍ରଶାସନ ରୋକିବାରେ ସଫଳ ହୋଇଛି। ରାୟଗଡ଼ା ସହର, ଗୁଣପୁର, କୋଲନରା, ପଦ୍ମପୁର, ରାମନାଗୁଡ଼ା ବ୍ୟତୀତ ଅନ୍ୟ ସମସ୍ତ ବ୍ଲକରେ ବାଲ୍ୟ ବିବାହ ହେଉଥିବା ତଥ୍ୟରୁ ଜଣାପଡ଼ିଛି। ତେବେ ୨୦୨୦ ପୂର୍ବରୁ କେତେ ବାଲ୍ୟ ବିବାହ ହୋଇଛି ଏବଂ କୋତୋଟି ରୋକାଯାଇଛି ତାହାର ତଥ୍ୟ ପ୍ରଶାସନ ନିକଟରେ ନାହିଁ। ତୃଣମୂଳ ସ୍ତରରେ ପ୍ରଶାସନ ପକ୍ଷରୁ ଠିକ୍‌ରେ ସଚେତନତା କାର୍ଯ୍ୟକ୍ରମ ହେଉ ନ ଥିବାରୁ ଅନେକ ବାଲ୍ୟବିବାହ ଘଟଣା ପ୍ରଶାସନ ଦୃଷ୍ଟିକୁ ଆସିପାରୁ ନ ଥିବା ମତପ୍ରକାଶ ପାଇଛି।
ଅଞ୍ଚଳରେ ଅଧିକ ସଂଖ୍ୟାରେ ଝିଅ ଏବଂ ପୁଅ ୧୮ ବର୍ଷ ବୟସ ପୂର୍ବରୁ ପ୍ରେମ ବିବାହ କରି ଚାଲିଯାଉଛନ୍ତି। ଏହାକୁ ରୋକିବାକୁ ହେଲେ ସମସ୍ତ ବିଭାଗର ସହଯୋଗ ଆବଶ୍ୟକ ବୋଲି ଡିଏସ୍‌ଡବ୍ଲ୍ୟୁଓ କହିଛନ୍ତି। ଗୁରୁ୍‌ତ୍ୱପୂର୍ଣ୍ଣ ବିଷୟ ହେଲା ପ୍ରଶାସନ ପକ୍ଷରୁ ସଚେତନତା ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଏହା ଠିକ୍‌ରେ କାର୍ଯ୍ୟକାରୀ ହେଉନାହିଁ। ଫଳରେ କିଶୋରୀ, କିଶୋରମାନଙ୍କୁ କମ ବୟସରେ ବିବାହ କରିବାରୁ ରୋକିବାରେ ସଫଳତା ମିଳିପାରୁନି ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି। ତୃଣମୂଳ ସ୍ତରରେ ଦୟିତ୍ୱରେ ଥିବା କର୍ମଚାରୀ କିଶୋରୀ, କିଶୋର ଏବଂ ଅଭିଭାବକଙ୍କୁ ଅଧିକ ସଚେତନ କରିବା ସହ ନିୟମିତ ଏହାର ସମୀକ୍ଷା ହେଲେ ଜିଲାରେ ଶିକ୍ଷାହାର ବଢ଼ିବା ସହ ବାଲ୍ୟ ବିବାହକୁ ରୋକିବା ସମ୍ଭବ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ହେବ ବୌଦ୍ଧବିହାର

ଭଣ୍ଡାରିପୋଖରୀ, ୮।୧୧(ଡି.ଏନ.ଏ)  ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁରଠାରେ ରହିଛି ପ୍ରାଚୀନ ବୌଦ୍ଧବିହାର। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଏହି...

ଅରିନ୍ଦମଙ୍କ ପରିବାରକୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି

କେନ୍ଦୁଝର,୨୬।୯(ସ୍ବ.ପ୍ର.): କଟକ ମୁଣ୍ଡଳି ଜଳସ୍ରୋତରେ ଫସି ରହିଥିବା ହାତୀର ଖବର ସଂଗ୍ରହକୁ ଯାଇ ଖବର ପାଲଟି ଯାଇଥିବା ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ସମସ୍ତଙ୍କୁ ମର୍ମାହତ...

୬୫ ଟଙ୍କାରେ ୭ ଘଣ୍ଟା କାମ

କେନ୍ଦ୍ରାପଡ଼ା ଅଫିସ, ୨୯ା୧୧: କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଇଛନ୍ତି। ଆସନ୍ତା ୨୦୨୩ ସୁଦ୍ଧା ପ୍ରତି ଘରକୁ ଟ୍ୟାପ...

ଖଟିଆରେ ବୁହାହେଲେ ଗର୍ଭବତୀ: ସାଧାରଣରେ ଅସନ୍ତୋଷ

ବିଜେପୁର,୧୯।୧(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ କନଡିହି ଗ୍ରାମକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାରେ କଲଭର୍ଟ କାମ ଚାଲିଥିବାରୁ ରବିବାର ଜଣେ ଗର୍ଭବତୀଙ୍କୁ ଖଟିଆରେ...

ଚାକିରି କରାଇଦେବା ନାଁରେ ଠକେଇ: ଉଠାଇ ନେଇ ପରେ ଛାଡ଼ି ଦେଲା ପୋଲିସ

ସାରସକଣା,୧୪ା୧୧(ଡି.ଏନ.ଏ.): ବିଦ୍ୟୁତ୍‌ ବିଭାଗରେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଉଠାଇ ନେଇ ପରେ ଛାଡ଼ିଦେବା ଘଟଣା ଚର୍ଚ୍ଚାର...

ସାପ୍ତାହିକ ହାଟ ସ୍ଥାନାନ୍ତର

ବଇଣ୍ଡା, ୧୨।୪(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡାର ରବିବାର ହେଉଥିବା ସାପ୍ତାହିକ ହାଟକୁ ପୋଲିସ ପ୍ରଶାସନ ପକ୍ଷରୁ ବଇଣ୍ଡା ହାଇସ୍କୁଲ ନିକଟସ୍ଥ ଏକ ଖୋଲା ପଡିଆକୁ ସ୍ଥାନାନ୍ତର...

ପୃଥକ ଦୁର୍ଘଟଣା: ୨ ମୃତ

ବ୍ରହ୍ମପୁର ଅଫିସ, ୨୦।୭: ବାଇକରୁ ଖସି ପୃଥକ ଘଟଣାରେ ୨ ଜଣଙ୍କର ଏମ୍‌କେସିଜି ମେଡିକାଲରେ ମୃତ୍ୟୁ ଘଟିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ କୃଷ୍ଣକୃପାମୟପୁର...

ପୋଖରୀରୁ କଙ୍କାଳ ଉଦ୍ଧାର ଘଟଣା: ଅପମୃତ୍ୟୁ ମାମଲା ହେଲା ହତ୍ୟା ମାମଲା

ଦିଗପହଣ୍ଡି,୧୫ା୯(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମ ସୋଲ ପୋଖରୀ କାମ ଚାଲିଥିବା ବେଳେ ଏପ୍ରିଲ ୧ ତାରିଖ ସନ୍ଧ୍ୟାରେ ଅଖାରେ ଭର୍ତ୍ତି ଏକ ନରକଙ୍କାଳ...

Advertisement
Archives

Model This Week