ଛତିଶଗଡ଼ ନେଉଛି ଓଡ଼ିଶା ଧାନ

ମାଥିଲି,୩୧ା୧୨(ସୁବାସ ଚନ୍ଦ୍ର ଖୁଡୁପିଆ)ଛତିଶଗଡ଼ ମୁହାଁ ଓଡ଼ିଶା ଧାନ। ଟୋକନ ଅଛି କିନ୍ତୁ ମଣ୍ଡିକୁ ଚାଷୀ ଆଣୁନାହାନ୍ତି ଧାନ। ମାଥିଲି ବ୍ଲକର ଧାନମଣ୍ଡି ଏବେ ଖାଁ ଖାଁ। ପ୍ରତିବର୍ଷ ମଣ୍ଡିରେ ଧାନ ରଖିବାକୁ ଜାଗା ମିଳୁ ନ ଥାଏ। ତେବେ ଚଳିତ ବର୍ଷ ମାଥିଲି ବ୍ଲକ ସଦର ମହକୁମାଠାରେ ଥିବା ଆର୍‌ଏମ୍‌ସିର ୨୦୦୦କୁଇଣ୍ଟାଲ ଧାନ କ୍ରୟ କରିବାକୁ ସ୍ଥିର ହୋଇଥିବା ବେଳେ ଏ ପଟେ ଚାଷୀଙ୍କ ଭିଡ଼ ନାହିଁ। କାରଣ ଓଡ଼ିଶାରେ ଧାନର ସହାୟକ ମୂଲ୍ୟ ୨୧୮୩ରୁ ୨୨୦୩ଟଙ୍କା ହୋଇ ଥିବାବେଳେ ପଡ଼ୋଶୀ ଛତିଶଗଡ଼ରେ ୩୧୦୦ଶହ ଟଙ୍କାରେ କୁଇଣ୍ଟାଲ ଦରରେ ଧାନ କିଣୁଛନ୍ତି ସରକାର। ଆଉ ଛତିଶଗଡ଼ରେ ଦଲାଲମାନେ ଓଡ଼ିଶା ଚାଷୀଙ୍କ ଘରକୁ ଆସି ୨୨୦୦ କିମ୍ବା ୨୩୦୦ଟଙ୍କାରେ ଧାନ କିଣି ନେଉଛନ୍ତି । ସେହିପରି ମଣ୍ଡି ବିଳମ୍ବରେ ଆରମ୍ଭ ହେଉଥିବାରୁ ଚାଷୀମାନେ ବିଲରୁ ହିଁ ଧାନ ବିକିବା ଆରମ୍ଭ କରିଛନ୍ତି । ଗତବର୍ଷ ଡିସେମ୍ବର ୧୪ ତୁଳନାରେ ଚଳିତ ବର୍ଷ ଡିସେମ୍ବର ୨୦ରେ ଆରମ୍ଭ ହୋଇଛି । ଏହା ପୂର୍ବରୁ ଧାନ ବିକ୍ରିକରି ଦେଇଛନ୍ତି ଚାଷୀ। ରାମାଗୁଡା ମଣ୍ଡିରେ ପ୍ରତି ସପ୍ତାହରେ ୧୫୦୦କୁଇଣ୍ଟାଲ ଧାନ କିଣିବା ଯୋଜନା ରହିଥିବା ବେଳେ ପ୍ରଥମ ସପ୍ତାହରେ ୯୦୦କୁଇଣ୍ଟାଲ, ଦ୍ୱିତୀୟ ସପ୍ତାହରେ ୭୦୦କୁଇଣ୍ଟାଲ ଧାନ କ୍ରୟ ହୋଇଛି। ସେହିପରି ସମଗ୍ର ଜିଲାରେ ଟାର୍ଗେଟଠାରୁ ୪୦ପ୍ରତିଶତ କମ୍‌ ବୋଲି ଜଣାପଡିଛି l ସରକାରୀ ମଣ୍ଡିରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ। ବିଳମ୍ବରେ ମଣ୍ଡି ଆରମ୍ଭ ସାଙ୍ଗକୁ ଏପଟେ କଟ୍‌ନି ଛଟ୍‌ନି। ତେଣୁ ପଡ଼ୋଶୀ ରାଜ୍ୟର ଦଲାଲମାନଙ୍କୁ ଚଢା ଦରରେ ଧାନ ବିକ୍ରି କରୁଛନ୍ତି ଚାଷୀ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଞ୍ଜନଗର: ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼, ଉତ୍ସବମୁଖର …

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ପବିତ୍ର ଗଣେଶ ପୂଜା ଅବସରରେ ଭଞ୍ଜନଗର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଏକ ଆନନ୍ଦଉଲ୍ଲାସ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତ ଦୁଇଦିନ…

ପରିବାର ସହ ନୂଆଁଖାଇ ପାଳିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର; ନୂଆଁଖାଇ ଜୁହାର ଭେଟ ହୋଇ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୧୫ା୯ (ବୀରେନ୍ଦ୍ର କୁମାର ଝାଙ୍କର): ପବିତ୍ର ନୂଆଁଖାଇ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ପରିବାର ସହ ନବାନ୍ନ ଭକ୍ଷଣ କରିବା ପରେ ନିଜ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ସଜନା ଶାଗ ତୋଳିବା ହେଲା କାଳ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩୦ ବର୍ଷୀୟ ଯୁବକଙ୍କ ଜୀବନ

କୋରାପୁଟ,୧୫।୯(ଅମିତାଭ ବେହେରା): ସଜନା ଶାଗ ତୋଳିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଅସାବଧାନତାର ଏକ ମୁହୂର୍ତ୍ତ ଜଣେ ଯୁବକଙ୍କ ଜୀବନରେ କାଳ ସାଜିଛି। ୧୧ କେଭି ବିଦ୍ୟୁତ୍…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କୁ ‘ଭଞ୍ଜଶ୍ରୀ ଶ୍ରୀଧର ଶତପଥୀ ସ୍ମୃତି ସମ୍ମାନ’

ଭଞ୍ଜନଗର,୧୫।୯ (ବାବୁଲା ପ୍ରଧାନ): ଘୁମୁସର ମାଟିର ବିଶିଷ୍ଟ ଜ୍ୟୋତିଷ, ଭଞ୍ଜ ସାହିତ୍ୟ ଗବେଷକ ତଥା ପ୍ରତିଷ୍ଠିତ ସାହିତ୍ୟିକ ଭଞ୍ଜଶ୍ରୀ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ୧୧୩ତମ ଜୟନ୍ତୀ ମଙ୍ଗଳବାର…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?