କରୋନାରେ ମୃତ୍ୟୁ ହୋଇଥିବା ଖବରଦାତାଙ୍କ ପରିବାରକୁ ମିଳିବ ୫ଲକ୍ଷ

ରାୟପୁର,୩୧।୫: ଦେଶରେ ଜାରି ରହିଥିବା କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ପ୍ରତ୍ୟେକଟି ଅପଡେଟ୍‌ ଖବରକୁ ଲୋକଙ୍କ ନିକଟକୁ ପହଞ୍ଚାଇ ଅନେକ ଖବରଦାତା ମୃତ୍ୟୁମୁଖରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ଖବରଦାତାଙ୍କ ପରିବାର ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି କରୋନାରେ ମୃତ୍ୟୁ ହୋଇଥିବା ଖବରଦାତାଙ୍କ ପରିବାରକୁ ମିଳିବ ୫ଲକ୍ଷ ଟଙ୍କା। ମିଡିଆ ପ୍ରତିନିଧୀ କଲ୍ୟାଣ ସହାୟତା ନିୟମ ଅନୁସାରେ ଏହି ରାଶି ପ୍ରଦାନ କରାଯିବ। ଏଥିସହ କରୋନା ସଂକ୍ରମିତ ଖବରଦାତାଙ୍କ ସମସ୍ତ ଚିକିତ୍ସାର ଖର୍ଚ୍ଚ ରାଜ୍ୟସରକାର ବହନ କରିବେ। ଏନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ସୋମବାର ଟୁଇଟ କରି ସୂଚନା ଦେଇଛନ୍ତି। ଏହାପୂର୍ବରୁ ରାଜ୍ୟସରକାରଙ୍କ ପକ୍ଷରୁ ରବିବାର ଏକ ବିଜ୍ଞାପ୍ତି ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ, ସମସ୍ତଙ୍କ ପାଖରେ ରହିବ ହେଲଥ୍‌ ଆଇଡି…

ନୂଆଦିଲ୍ଲୀ,୨୭।୯: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ ପୁଣି ପାଦେ ଆଗକୁ ବଢ଼ିଛି। ଏହା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆୟୁଷ୍ମାନ...

ପର୍ବପର୍ବାଣୀ ସମୟରେ ବିନା ସଙ୍କୋଚରେ ରାଜ୍ୟ ସରକାର ଲଗାଇ ପାରିବେ ଲକଡାଉନ୍‌: କେନ୍ଦ୍ର

ନୂଆଦିଲ୍ଲୀ,୫ ।୮: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ କିଛି ରାଜ୍ୟରେ କମ୍ ହୋଇଥିବା ବେଳେ କିଛି ରାଜ୍ୟରେ କିନ୍ତୁ ପୁଣିଥରେ ଏହା ବୃଦ୍ଧି ପାଇବା...

ସିଦ୍ଧୁଙ୍କ ଇସ୍ତଫାକୁ ଗ୍ରହଣ କଲେ ଅମରିନ୍ଦର

ଚଣ୍ଡିଗଡ଼,୨୦।୭: ପଞ୍ଜାବ କ୍ୟାବିନେଟରେ ମନ୍ତ୍ରୀଥିବା ଭାରତର ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫାକୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ...

ରେଡ୍‌ ଜୋନ୍‌ରେ ୨୫ ଜିଲା

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେବ ଦୈନିକ କରୋନା ସଂକ୍ରମଣ ପ୍ରାୟ ୧୦ହଜାର ପାଖାପାଖି ରହୁଛି। ତେଣୁ ସଂକ୍ରମଣ ଏବେ ସ୍ଥିର ରହିଛି ବୋଲି...

ଜେଲ୍‌ରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଆତ୍ମହତ୍ୟା

ଗୁରୁଗ୍ରାମ, ୫ା୧୦: ନିଜ ବୋହୁ ଏବଂ ଜଣେ ଶିଶୁଙ୍କ ସମେତ ଭଡ଼ା ଘରେ ରହୁଥିବା ୩ ଜଣଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଅବସରପ୍ରାପ୍ତ ସେନା...

ରାଜ୍ୟରେ ପୁଣି ୪୪୦ କରୋନା ଆକ୍ରାନ୍ତ ସୁସ୍ଥ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୨।୭(ବ୍ୟୁରୋ)-ରାଜ୍ୟରେ ବୁଧବାର ପୁଣି ୪୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୩ ଜଣ ଥିବାବେଳେ ଗଞ୍ଜାମରୁ ୬୮, ବାଲେଶ୍ୱରରୁ ୪୯,...

ବାୟୁସେନା ସ୍ଥାପନା ଦିବସ: ତେଜସ ଓ ଜାଗୁଆର ସହ ଶକ୍ତି ପ୍ରଦର୍ଶନ କଲା ରାଫାଲ

ନୂଆଦିଲ୍ଲୀ,୮ ।୧୦: ଅକ୍ଟୋବର ୮ରେ ଭାରତୀୟ ବାୟୁସେନା ପାଳନ କରିଛି ତା’ର ୮୮ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଗାଜିଆବାଦର ହିଡନ ଏୟାରବେସ୍‌ରେ ଶକ୍ତି...

ଭାରତ-ଆମେରିକା ମିଳିମିଶି ନିର୍ମାଣ କରୁଛନ୍ତି ଏକ ଶାନ୍ତି ପୂର୍ଣ୍ଣ ବିଶ୍ୱ ସମୁଦାୟ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଓ୍ବାଶିଂଟନ,୧୬।୪: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ଭାରତୀୟ ଆମେରିକୀୟ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ କହିଛନ୍ତି, ଭାରତ...

Advertisement
Archives

Model This Week