ଦେଶରେ ଶ୍ରେଷ୍ଠ ବ୍ଲକ ଛତ୍ରପୁର, ପୁରସ୍କୃତ କଲେ ରାଷ୍ଟ୍ରପତି

ଛତ୍ରପୁର,୧୧ା୧୨(ଦିଲ୍ଲୀପ ସାମଲ): କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ୪୫ଟି ପଞ୍ଚାୟତିରାଜ ସଂସ୍ଥାକୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଦେଶରେ ଶ୍ରେଷ୍ଠ ବ୍ଲକ ଭାବେ ପୁରସ୍କୃତ ହୋଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାଶ ଏହି ପୁରସ୍କାର ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିଥିଲେ।

ସେହିପରି ୭ଟି ବର୍ଗରେ ଓଡ଼ିଶାକୁ ଜାତୀୟ ପୁରସ୍କାର ମିଳୁଥିବା ବେଳେ ସେଥିମଧ୍ୟରୁ ଗଞ୍ଜାମର ତିନୋଟି ରହିଛି। ଦେଶର ଶ୍ରେଷ୍ଠ ବ୍ଲକ ଛତ୍ରପୁର ବିବେଚିତ ହେବା ସହ ୨କୋଟି ଟଙ୍କା ଅର୍ଥ ରାଶି ପାଇବ। ସେହିପରି ରଙ୍ଗେଇଲୁଣ୍ଡା ବ୍ଲକର କେଳୁଆପଲ୍ଲୀ ପଞ୍ଚାୟତ ସୁସ୍ଥ ପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟୟ ପଞ୍ଚାୟତ ଶତତ ବିକାଶ ଭାବେ ଦ୍ୱିତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଛି। ଉକ୍ତ ପଞ୍ଚାୟତକୁ ୭୫ ଲକ୍ଷ ମିଳିବ। ସେହିପରି ଆତ୍ମ ନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲାର ହିଞ୍ଜିଳିକାଟୁ ବ୍ଲକର ସାହାପୁର ପଞ୍ଚାୟତ ସାରା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଉକ୍ତ ପଞ୍ଚାୟତକୁ ମଧ୍ୟ ୭୫ ଲକ୍ଷ ମିଳିବ।

ପୁରସ୍କାର ପ୍ରଦାନ ସମାରୋହରେ ଗଞ୍ଜାମ ଜିଲାପାଳ, ଛତ୍ରପୁର ବ୍ଲକ ଅଧ୍ୟକ୍ଷାଙ୍କ ସହିତ ଗଞ୍ଜାମ ଜିଲାପରିଷଦର ପ୍ରୋଗ୍ରାମ ମ୍ୟାନେଜର (ଟ୍ରେନିଂ )ବାଣୀ ସୁକାନ୍ତବେର୍ତ୍ତା ପଟ୍ଟନାୟକ, ଚମାଖଣ୍ଡି ସରପଞ୍ଚ ସିଏଚ୍‌. ମନୋଜ ରେଡ୍ଡୀ ଓ ପିଇଓ ଦଣ୍ଡପାଣି ପ୍ରଧାନଙ୍କ ଅନ୍ୟାନ୍ୟ ସରପଞ୍ଚମାନେ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲାର ସମସ୍ତ ପଞ୍ଚାୟତ ଓ ବ୍ଲକ ଆଗାମୀ ଦିନରେ ଆହୁରି ଉନ୍ନତରୁ ଉନ୍ନତ କାମ କରିବ। ଏହି ଶ୍ରେୟ ଗଞ୍ଜାମବାସୀ ଓ ସମସ୍ତ ଜନପ୍ରତିନିଧି, କର୍ମଚାରୀ ସେମାନଙ୍କ ଶ୍ରେୟ ପାଇଁ ଜିଲା ଆଜି ୩ଟି ପୁରସ୍କାର ଗ୍ରହଣ କରିଛି ବୋଲି ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି।

ଅନ୍ୟପକ୍ଷରେ ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାଶ ମଧ୍ୟ ଏହି ଶ୍ରେୟ ବ୍ଲକର ସମସ୍ତ ପଞ୍ଚାୟତର ଜନପ୍ରତିନିଧି ଓ କର୍ମଚାରୀଙ୍କ ପ୍ରୟାସ ପାଇଁ ଆଜି ବ୍ଲକ ଦେଶରେ ଶ୍ରେଷ୍ଠ ବ୍ଲକ ହୋଇପାରିଛି ବୋଲି କହିଥିଲେ। ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୪ରେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ଶତତ ବିକାଶ ପୁରସ୍କାର, ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ପୁରସ୍କାର, ଗ୍ରାମ ଉର୍ଜା ସ୍ବରାଜ ବିଶେଷ ପଞ୍ଚାୟତ ପୁରସ୍କାର, ଅଙ୍ଗାରକାମ୍ଳ ମୁକ୍ତ ବିଶେଷ ପଞ୍ଚାୟତ ପୁରସ୍କାର ଏବଂ ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ଅନୁଷ୍ଠାନ ପୁରସ୍କାର ଆଦି ବର୍ଗ ଅନ୍ତର୍ଭୁକ୍ତ। ଦାରିଦ୍ର୍ୟ ଦୂରୀକରଣ, ସ୍ବାସ୍ଥ୍ୟ, ଶିଶୁ କଲ୍ୟାଣ, ଜଳ ସଂରକ୍ଷଣ, ପରିମଳ, ଭିତ୍ତିଭୂମି, ସାମାଜିକ ନ୍ୟାୟ, ଶାସନ ଏବଂ ମହିଳା ସଶକ୍ତିକରଣ ପ୍ରମୁଖ କ୍ଷେତ୍ରରେ ସଫଳତା ଉଦ୍ଦେଶ୍ୟରେ ଦିଆଯାଇଥାଏ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ୧ ଲକ୍ଷ ୯୪ ହଜାର ପଞ୍ଚାୟତ ଅଂଶଗ୍ରହଣ କରିଥିଲେ। ଏହି ପୁରସ୍କାର ପ୍ରଦାନ ପ୍ରକ୍ରିୟା ସ୍ବଚ୍ଛତାକୁ ପ୍ରୋତ୍ସାହିତ କରିବା ସହିତ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆର୍‌ଆଇ)/ଗ୍ରାମୀଣ ସ୍ଥାନୀୟ ସଂସ୍ଥା (ଆର୍‌ଏଲ୍‌ବି) ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବନାକୁ ପ୍ରୋତ୍ସାହିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?