ପୋଡମପେଟା ସମୁଦ୍ର କୂଳ ଲଂଘିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୩।୭(ଅନାଥ ତରାଇ):  ବିଶ୍ୱତାପନ ଓ ବଙ୍ଗୋପସାଗରରେ କ୍ରମାଗତ ଜଳସ୍ତର ବୃଦ୍ଧି ଯୋଗୁଁ ଗଞ୍ଜାମ ଜିଲା ଉପକୂଳରେ ସ୍ଥିତି ଗମ୍ଭୀର ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ପ୍ରତିନିଧି ଏବଂ ପ୍ରଶାସନ ତରଫରୁ ବ୍ୟାପକ ସକାରାତ୍ମକ ପ୍ରୟାସ ଆରମ୍ଭ ହୋଇଛି। ଗଞ୍ଜାମ ବ୍ଲକର ପୁରୁଣା ପୋଡ଼ମପେଟା, କଣ୍ଟିଆଗଡ, ଖଟୁଆକୁଦା, ନୀଳାଦ୍ରିପୁର ଭଳି ତୀବ୍ର ଜୁଆର ପ୍ରଭାବିତ ଗ୍ରାମଗୁଡ଼ିକର ସୁରକ୍ଷା ପାଇଁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ବିଧାୟକ ଏକ ପତ୍ର ମାଧ୍ୟମରେ ପାଳିବନ୍ଧ ପଞ୍ଚାୟତର ୯ଟି ଗ୍ରାମ ଏବଂ ରାମଗଡ଼ ପଞ୍ଚାୟତର ୭ରୁ ଅଧିକ ଗ୍ରାମର ବସତି ସହ ପବିତ୍ର  ବଟେଶ୍ୱର ପୀଠର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ହସ୍ତକ୍ଷେପ ଲୋଡ଼ିଛନ୍ତି। ପୂର୍ବରୁ ବିଶେଷଜ୍ଞ କମିଟି ଦ୍ୱାରା ହୋଇଥିବା କ୍ଷେତ୍ର ମୂଲ୍ୟାଙ୍କନ ଓ ସୁପାରିଶ ଗୁଡ଼ିକୁ ଆଧାର କରି ତୁରନ୍ତ ସ୍ଥାୟୀ ଇଞ୍ଜିନିୟରିଂ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରିବା ସହ ଏଥିପାଇଁ ଆବଶ୍ୟକୀୟ ବଜେଟ୍ ମଞ୍ଜୁର କରିବାକୁ ସେ ଅନୁରୋଧ କରିଛନ୍ତି, ଯାହା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବେଶ୍ ଆଶା ସଞ୍ଚାର କରିଛି।
ଅନ୍ୟପକ୍ଷରେ, ଜିଲା ପ୍ରଶାସନ ମଧ୍ୟ ଏହି ସଙ୍କଟକୁ ମୁକାବିଲା କରିବା ପାଇଁ ବେଶ୍ ତତ୍ପରତା ପ୍ରକାଶ କରିଛି। ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ଜଳସେଚନ ଓ ନିଷ୍କାସନ ବିଭାଗକୁ ଜୁଆରର ଆଚରଣ ଅନୁଧ୍ୟାନ କରି ଏକ ସବିଶେଷ ପ୍ରତିଷେଧକ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ମଣିଷ ନୁହେଁ, ବନ୍ୟପ୍ରାଣୀ ମଧ୍ୟ ଏହା ଦ୍ୱାରା ଗମ୍ଭୀର ଭାବେ ପ୍ରଭାବିତ ହୋଇଛନ୍ତି। ବେଳାଭୂମି କ୍ଷୟ ଯୋଗୁଁ ଚଳିତ ବର୍ଷ ଅଲିଭ୍ ରିଡ୍‌ଲେ କଇଁଛମାନଙ୍କର ବିଶ୍ୱପ୍ରସିଦ୍ଧ ଗଣ ଅଣ୍ଡାଦାନ ପ୍ରକ୍ରିୟା ‘ଅରିବାଡା’ ବାଧାପ୍ରାପ୍ତ ହୋଇଛି।

ଗତବର୍ଷ ୮ ଲକ୍ଷରୁ ଅଧିକ କଇଁଛ ଆସିଥିବା ବେଳେ ଏଥର ମାତ୍ର ୨.୦୫ ଲକ୍ଷ କଇଁଛ ଋଷିକୁଲ୍ୟା ମୁହାଁଣ ଆଡ଼କୁ ସ୍ଥାନ ପରିବର୍ତ୍ତନ କରିଛନ୍ତି। ବିଶେଷଜ୍ଞଙ୍କ ମତରେ ସ୍ଥିତି ଏମିତି ରହିଲେ ଆସନ୍ତା ବର୍ଷ ହୁଏତ କଇଁଛମାନେ ଆଉ ଏଠାକୁ ଆସି ନପାରନ୍ତି। ଏହି ପରିବେଶଗତ ଐତିହ୍ୟ ଏବଂ ସାଂସ୍କୃତିକ କେନ୍ଦ୍ରଗୁଡ଼ିକର ସୁରକ୍ଷା ପାଇଁ ବିଧାୟକଙ୍କ ନିରନ୍ତର ଉଦ୍ୟମ ଏବଂ ପ୍ରଶାସନିକ ପ୍ରସ୍ତୁତି ଆଗାମୀ ଦିନରେ ଗଞ୍ଜାମ ଉପକୂଳକୁ ଏକ ସ୍ଥାୟୀ ସୁରକ୍ଷା ବଳୟ ପ୍ରଦାନ କରିବ ବୋଲି ସ୍ଥାନୀୟ ବାସିନ୍ଦା ଦୃଢ଼ ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?