ସରିଲା ଛତ୍ରପୁର ଓକିଲ ସଂଘର ନିର୍ବାଚନ: ଏଲ. ଗୋପାଳ ସଭାପତି ଏବଂ ସମ୍ପାଦକ ହେଲେ…

ଛତ୍ରପୁର,୨୮।୩(ଦିଲ୍ଲୀପ ସାମଲ): ଛତ୍ରପୁର ଓକିଲ ସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ ମତଦାନ ହେବା ସହିତ ଫଳାଫଳ ଘୋଷାଣ ହୋଇଯାଇଛି । ଓକିଲ ସଂଘର ସଭାପତି ପଦବୀ ନିମନ୍ତେ ଗୋକୁଳ ଚନ୍ଦ୍ର ପଣ୍ଡା, ଏଲ. ଗୋପାଳ ରାଓ, ମନୋଜ କୁମାର ପାଢ଼ୀ ଓ ରାମକୃଷ୍ଣ ଦାଶ ମଧ୍ୟରେ ମୁକାବିଲା ହୋଇଥିବା ବେଳେ ଗୋକୁଳପଣ୍ଡାଙ୍କ ଠାରୁ ୮ ଖଣ୍ଡ ଭୋଟ ଅଧିକା ପାଇ ସଭାପତି ଭାବେ ଏଲ. ଗୋପାଳ ରାଓ ନିର୍ବାଚିତ ହୋଇଛନ୍ତି । ସେହିପରି ସାଧାରଣ ସମ୍ପାଦକ ପଦବୀ ପାଇଁ ଜିତୁନ କୁମାର ପାଢ଼ୀ ଓ କେ. ଦୁର୍ଯ୍ୟୋଧନ ରେଡ୍ଡୀଙ୍କ ମଧ୍ୟରେ ମୁକାବିଲା ହୋଇଥିବା ବେଳେ ଜିତୁନ ପାଢ଼ୀ ଙ୍କ ଠାରୁ ୮୯ଖଣ୍ଡ ଅଧିକା ଭୋଟ ପାଇ ସାଧାରଣ ସମ୍ପାଦକ ଭାବେ କେ. ଦୁର୍ଯ୍ୟୋଧନ ରେଡ୍ଡୀ ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ପଦବୀ ନିମନ୍ତେ ଚୈତନ୍ୟ ପ୍ରଧାନ ଓ ପ୍ରଦୀପ କୁମାର ପଲାଇଙ୍କ ମଧ୍ୟରେ ମୁକାବିଲା ହୋଇଥିଲା ସେଥିରେ ପ୍ରଦୀପ କୁମାର ପଲାଇ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ଯୁଗ୍ମ ସମ୍ପାଦକ ପଦବୀ ନିମନ୍ତେ ଏନ. ପର୍ଶୁରାମ ଓ ଅପସରାଜାନ ମଧ୍ୟରେ ମୁକାବିଲା ହୋଇଥିବା ବେଳେ ଅପସରା ଜାନ ବିଜୟୀ ହୋଇଛନ୍ତି । ଲାଇବ୍ରେରୀ ସେକ୍ରେଟାରୀ ପଦବୀ ନିମନ୍ତେ ବିଶ୍ୱ ଭୂଷଣ ପାଢ଼ୀ ଓ ଏନ. ଗୋପୀ ଙ୍କ ମଧ୍ୟ ରେ ମୁକାବିଲା ହୋଇଥିବା ବେଳେ ଏନ. ଗୋପୀ ବିଜୟୀ ହୋଇଛନ୍ତି। ପୂର୍ବରୁ ସହ -ସମ୍ପାଦକ ଭାବେ କେ. ବିଜୟଲକ୍ଷ୍ମୀ ଦେବୀ,କୋଷାଧ୍ୟକ୍ଷ ଭାବେ କେଶବ ବିହାରୀ ନାୟକ ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ମମତା ସେଠି ନିଦ୍ୱନ୍ଦ ଭାବେ ବିଜୟୀ ହୋଇଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସି ଏଚ. ସୂର୍ଯ୍ୟ ନାରାୟଣ ରେଡ୍ଡୀ ଦାୟିତ୍ୱ ତୁଲାଇ ଥିବାବେଳେ ସହକାରୀ ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ସାହୁ ଓ ଦେବେନ୍ଦ୍ର ମିଶ୍ର ଦାୟିତ୍ୱ ତୁଲାଇଥିଲେ । ଛତ୍ରପୁର ଓକିଲ ସଂଘର ୧୮୬ଜଣ ସକ୍ରିୟ ସଦସ୍ୟ ରହିଥିବା ବେଳେ ଆଜି ୧୭୯ ଜଣ ସଦସ୍ୟ ମତଦାନ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?