ଛତ୍ରପୁରରେ ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ୍‌: ବ୍ୟାଙ୍କ, ୫ ଗାଁ ଶଟଡାଉନ

ଛତ୍ରପୁର,୧୩।୭(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଏ ନେଇ ଗୋଟିଏ ବ୍ୟାଙ୍କ ଶାଖାକୁ ୫ ଦିନ ଓ ୫ ଟି ଗାଁକୁ ସ୍ଥାନୀୟ ସରପଞ୍ଚମାନେ ୭ ଦିନ ଶଟଡାଉନ ଘୋଷଣା କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଛତ୍ରପୁର ବ୍ଲକ ପୁଲିଂଗିର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ଜଣେ କର୍ମଚାରୀ କରୋନା ପଜିଟିଭ ହୋଇଛନ୍ତି। ଏହାପରେ ସ୍ଥାନୀୟ ସରପଞ୍ଚ ନରସିଂହ ରେଡ୍ଡୀ ଜିଲାପାଳ କ୍ଷମତା ପ୍ରୟୋଗ କରି ଉକ୍ତ ବ୍ୟାଙ୍କ ଶାଖାକୁ ୫ ଦିନ ଶଟଡାଉନ ଘୋଷଣା କରିଛନ୍ତି। ଫଳରେ ବ୍ୟାଙ୍କ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।
ସେହିପରି ପଜିଟିଭ ବାହାରିବାରୁ ଏହି ବ୍ଲକ ଅଧୀନ ପୋଟଲାମପୁର ପଞ୍ଚାୟତର ହଂସପୁର, ମୁନିସିପେଣ୍ଠ ଓ ଗାଙ୍ଗପୁର -୧ ଗାଁ କୁ ସରପଞ୍ଚ ସୁବାସିନୀ ବାରିକ ଏବଂ ଆର୍ଜିପଲ୍ଲୀ ପଞ୍ଚାୟତ ଅଧୀନ କେ ଆର୍ଜିପଲ୍ଲୀ ଓ ସାନ ଆର୍ଜିପଲ୍ଲୀର ଓଡିଆରପି କଲୋନୀକୁ ସ୍ଥାନୀୟ ସରପଞ୍ଚ ଏମ୍‌ ଲକ୍ଷ୍ମୀ ୭ ଦିନ ପାଇଁ ଶଟଡାଉନ ଘୋଷଣା କରିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

‘ଶହୀଦ ମନୋଜ ଦେଶ ପାଇଁ ଗର୍ବ ଓ ଗୌରବ’

ନିମାପଡ଼ା,୧୫।୨ (ଡି.ଏନ୍‌.ଏ.): ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାର ଲେଥ୍‌ପୋରାରେ ୨୦୧୯ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ମନୋଜ ବେହେରା ଆମ ଦେଶ...

ବାରଣ୍ଡାରେ ଚାଲିଛି ପାଠପଢ଼ା

ହାଟଡ଼ିହୀ, ୩୧।୭ (ଡି.ଏନ.ଏ.)-ସରକାର ଅଙ୍ଗନୱାଡ଼ି ପାଇଁ ଯୋଜନାମାନ କରି ସ୍ବାସ୍ଥ୍ୟ ପରିବେଶ ଓ ଉନ୍ନତ ମାନର ଗୃହ ପାଇଁ ଅନୁଦାନ ଯୋଗାଇ ଦେଉଛନ୍ତି । ପ୍ରଶାସନର...

ଶିକ୍ଷାନୁଷ୍ଠାନ ଶିକ୍ଷାର୍ଥୀଙ୍କ ସାଧନାର ତପୋବନ: ରାଜ୍ୟପାଳ

ନିରାକାରପୁର,୧୫ା୧(ଡି.ଏନ୍‌.ଏ.): ନିଜ ଦୀପ୍ତି ଓ ପ୍ରତିଭାକୁ ଚିହ୍ନିବାର ଅବକାଶ ଦେଇଥାଏ ଶିକ୍ଷାନୁଷ୍ଠାନ ଏବଂ ଏହି ଶିକ୍ଷାନୁଷ୍ଠାନ ହିଁ ଶିକ୍ଷାର୍ଥୀଙ୍କ ସାଧନାର ତପୋବନ। ଖୋର୍ଦ୍ଧା ଜିଲା ନିରାକାରପୁରସ୍ଥିତ...

ବର୍ଷା ଆଗମନରେ ଛତୁର ପସରା

କୋଳିମାଟି, ୧୧ା୭-(ଡି.ଏନ.ଏ.)-ବର୍ଷା ଦିନରେ ଆଗମନରେ ପାହାଡ଼ିଆ ଅଞ୍ଚଳରେ ବିଭିନ୍ନ ରଙ୍ଗବେରଙ୍ଗର ଛତୁ ଫୁଟିଥାଏ। ଏହା ଦେଖିବାକୁ ସୁନ୍ଦର ହୋଇଥିବାଳେ ଖାଇବାକୁ ମଧ୍ୟ  ସୁଆଦିଆ ହୋଇଥାଏ। ଗାଁରୁ...

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗାର କଟକରୁ ଜବତ: ୬ ଗିରଫ

କଟକ ଅଫିସ, ୯।୮: କଟକରୁ ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ। ଏହା...

ଭିଜିଲାନ୍ସ ଜାଲରେ ତହସିଲଦାର

ରାଇକିଆ,୨୯।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି। ସେ ଏକ ପଥର ବୋଝେଇ ଟ୍ରାକ୍ଟରକୁ ଛାଡ଼ିବା ପାଇଁ ୪୦...

ଗଛକୁ ପିଟିଲା କାର୍‌, ପରିବାରର ୩ଜଣଙ୍କ ସହ ଚାଳକ ମୃତ

ନୟାଗଡ଼ ଅଫିସ,୧୧।୧: ନୟାଗଡ଼ ଜିଲା ଶରଣକୁଳ ଥାନା କରଡ଼ାଛକଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କାର୍‌ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ...

ଦୁର୍ଗମ ଅଞ୍ଚଳରେ ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ କମ୍ପାନୀ ଅଧିକାରୀଙ୍କୁ ଚିଠି ଲେଖିଲେ ଜିଲାପାଳ

ଭବାନୀପାଟଣା,୮।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌, ଏୟାରଟେଲ ଏବଂ ଜିଓ ନେଟ୍‌ଓ୍ବର୍କ ଲାଗି ଟାୱାର ପ୍ରତିଷ୍ଠା ପାଇଁ ଜିଲାପାଳ ଡ. ଗାଭିଲ ପରାଗ ହର୍ଷଦ...

Advertisement
Archives

Model This Week