Posted inଖେଳ

ଚେନ୍ନାଇର ହ୍ୟାଟ୍ରିକ ପରାଜୟ

ଦୁବାଇ, ୩।୧୦-ଏକାଧିକ କ୍ୟାଚ ଡ୍ରପ୍‌ ଏବଂ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ମହଙ୍ଗା ପଡ଼ିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ ନିକଟରୁ ୭ ରନରେ ପରାଜିତ ହୋଇଛି। ୧୬୫ ରନ ବିଜୟ ଲକ୍ଷ୍ୟର ପିଛା କରି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଦଳ ୨୦ ଓଭରରେ ୫ ଉଇକେଟ ହରାଇ ୧୫୭ ରନ କରି ପାରିଥିଲା। ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିବା ଚେନ୍ନାଇ ପରବର୍ତ୍ତୀ ୨ଟି ମ୍ୟାଚରେ ଯଥାକ୍ରମେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ୪ ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି।
ସ୍କୋର ବେଶି ବଡ଼ ନ ଥିଲେ ହେଁ ଚେନ୍ନାଇର ଆରମ୍ଭ ଭଲ ହୋଇ ନ ଥିଲା। ଫର୍ମରେ ନ ଥିବା ଶେନ ଓ୍ବାଟସନ ମାତ୍ର ୧ ରନ କରି ଆଉଟ ହୋଇଥିବାବେଳେ ଆହତ ସମସ୍ୟାରୁ ମୁକୁଳିଥିବା ଅମ୍ବାତି ରାୟୁଡ଼ୁ ୯ ବଲ୍‌ରୁ ୮ ରନ କରି ପାରିଥିଲେ। ଇନିଂସ ଓପନ କରିଥିବା ଫାଫ୍‌ ଡୁପ୍ଲେସି ୧୯ ବଲ୍‌ରୁ ୨୨(୪ ଚୌକା) ରନ କରି ରନଆଉଟ ହୋଇଥିଲେ। କେଦାର ଯାଦବ ମାତ୍ର ୩ ରନରେ ଆଉଟ ହେବାରୁ ୮.୨ ଓଭର ବେଳକୁ ଚେନ୍ନାଇ ସ୍କୋର ୪୨/୪ ହୋଇ ଯାଇଥିଲା। ରବୀନ୍ଦ୍ର ଜାଡେଜାଙ୍କ ସହ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିଜ୍‌ରେ ଯୋଗଦେଇ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ତେବେ ଆବଶ୍ୟକ ରନ୍‌ ହାର କ୍ରମେ ବଢ଼ି ଚାଲିଥିଲା। କେତେକ ଦର୍ଶନୀୟ ଶଟ୍‌ ଖେଳିବା ସହ ଜାଡେଜା ଅର୍ଦ୍ଧଶତକ ପୂରଣ କରିଥିଲେ। ୫ମ ଉଇକେଟରେ ୭୨ ରନ ଯୋଗ ହେବାପରେ ଜାଡେଜା ବ୍ୟକ୍ତିଗତ ୫୦(୩୫ ବଲ, ୫ ଚୌକା, ୨ ଛକା) ରନ କରି ଆଉଟ ହୋଇଥିଲେ। ଭୁବନେଶ୍ୱର କୁମାର ନିଜ ଶେଷ ଓଭରର ପ୍ରଥମ ବଲ୍‌ ବୋଲିଂ କରିବାପରେ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ। ତାଙ୍କ ବାମ ଜଙ୍ଘ ମାଂଶପେସୀ ଟାଣି ଧରିଥିଲା। ଧୋନୀ ମଧ୍ୟ ଅସୁସ୍ଥ ଅନୁଭବ କରି ଚିକିତ୍ସିତ ହୋଇଥିଲେ। ତେବେ ସେ ଖେଳ ବଜାୟ ରଖି ସାମ୍‌ କୁରାନଙ୍କ ସହ ଉଦ୍ୟମ କରିଥିଲେ ହେଁ ଟାର୍ଗେଟଠାରୁ ୮ ରନ ଦୂରରେ ରହି ଯାଇଥିଲେ। ୩୬ଟି ବଲ୍‌ ଖେଳିଥିବା ଧୋନୀ ୪ ଚୌକା ଓ ୧ ଛକା ସହ ୪୭ ଓ କୁରାନ ୫ ବଲ୍‌ରୁ ୧୫(୨ ଛକା) ରନରେ ଅପରାଜିତ ରହିଥିଲେ।
ହାଇଦ୍ରାବାଦ ପକ୍ଷରୁ ଟି. ନଟରାଜନ ୨ଟି ଏବଂ ଭୁବନେଶ୍ୱର କୁମାର ଓ ଅବଦୁଲ ସମଦ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ସନ୍‌ରାଇଜର୍ସ ଅଧିନାୟକ ଡେଭିଡ ଓ୍ବାର୍ନର। ମାତ୍ର ପ୍ରଥମ ଓଭରର ୪ର୍ଥ ବଲ୍‌ରେ ନିର୍ଭରଯୋଗ୍ୟ ଜନି ବେୟାରଷ୍ଟୋ ଆଉଟ ହେବା ଦଳକୁ ଶକ୍ତ ଆଘାତ ଦେଇଥିଲା। ଫଳରେ ଓ୍ବାର୍ନର ନିଜ ସ୍ବାଭାବିକ ଆକ୍ରମଣାତ୍ମକ ଖେଳରୁ ନିବୃତ୍ତ ରହି ମନୀଷ ପାଣ୍ଡେଙ୍କ ସହ ଇନିଂସ ଗଢ଼ିବା ଉପରେ ମନୋନିବେଶ କରିଥିଲେ। ଦ୍ୱିତୀୟ ଉଇକେଟ ଯୋଡ଼ିରୁ ୪୬ ରନ ସଂଗ୍ରହ ପରେ ମନୀଷ ଆଉଟ ହୋଇ ଯାଇଥିଲେ। ସେ ୨୧ ବଲ୍‌ରୁ ୨୯(୫ ଚୌକା) ରନ କରିଥିବାବେଳେ ଶାର୍ଦ୍ଦୁଳ ଠାକୁରଙ୍କ ବଲ୍‌ରେ ସାମ୍‌ କୁରାନଙ୍କୁ କ୍ୟାଚ ଦେଇ କ୍ରିଜ୍‌ ଛାଡ଼ିଥିଲେ। ଓ୍ବାର୍ନର ଓ କେନ୍‌ ଓ୍ବିଲିୟମସନ୍‌ଙ୍କ ଉପରେ ଦଳ ନିର୍ଭର କରିଥିଲା। ମାତ୍ର ପୀୟୂଷ ଚାଓ୍ବଲା ବୋଲିଂ କରିଥିବା ୧୧ତମ ଓଭରର ୫ମ ଓ ୬ଷ୍ଠ ବଲ୍‌ରେ ଏହି ଦୁଇ ଖେଳାଳି ଆଉଟ ହେବାରୁ ଦଳର ବଡ଼ ସ୍କୋର ଆଶା ମଉଳି ଯାଇଥିଲା। ଓ୍ବାର୍ନର ୨୯ ବଲ୍‌ରୁ ୨୮(୩ ଚୌକା) ରନ କରି ଫାଫ୍‌ ଡୁପ୍ଲେସିଙ୍କ ଲଙ୍ଗଅନ୍‌ ବାଉଣ୍ଡାରି ଚମତ୍କାରୀ କ୍ୟାଚର ଶିକାର ହୋଇ ପ୍ୟାଭିଲିୟନ ଫେରିଥିଲେ। ଅନ୍ୟପକ୍ଷରେ ୧୩ ବଲ୍‌ରୁ ୯ ରନ କରି ଓ୍ବିଲିୟମସନ ରନ୍‌ଆଉଟ ହୋଇ ଯାଇଥିଲେ। ଫଳରେ ଦୁଇ ଯୁବ ଖେଳାଳି ପ୍ରିୟମ ଗର୍ଗ ଓ ଅଭିଷେକ ଶର୍ମା ଦଳର ଭାର ନିଜ ଉପରକୁ ନେଇଥିଲେ। ଦୁହେଁ ଷ୍ଟ୍ରୋକପୂର୍ଣ୍ଣ ଇନିଂସ ଖେଳି ୫ମ ଉଇକେଟ ଯୋଡ଼ିରେ ୭୭ ରନ ଯୋଗ କରିବା ସହ ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଅଭିଷେକ ୨୪ ବଲ୍‌ରୁ ୩୧(୪ ଚୌକା, ୧ ଛକା) ରନ କରି ଆଉଟ ହୋଇଥିବାବେଳେ ପ୍ରିୟମ ୨୬ ବଲ୍‌ରୁ ୬ ଚୌକା ଓ ୧ ଛକା ସହ ୫୧ ରନରେ ଅପରାଜିତ ରହିଥିଲେ। ଆଇପିଏଲ୍‌ରେ ଏହାଥିଲା ତାଙ୍କର ପ୍ରଥମ ଅର୍ଦ୍ଧଶତକ। ଶେଷଭାଗରେ ଚେନ୍ନାଇର ଫିଲ୍ଡିଂ ଖରାପ ରହିଥିଲା। ରବୀନ୍ଦ୍ର ଜାଡେଜା ଓ ଶାର୍ଦ୍ଦୁଳ ଠାକୁର କ୍ୟାଚ ଖସାଇଥିଲେ। ବୋଲରଙ୍କ ମଧରେ ଦୀପକ ଚହର ୨ଟି ଏବଂ ଶାର୍ଦ୍ଦୁଳ ଠାକୁର ଓ ପୀୟୂଷ ଚାଓ୍ବଲା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୬୪/୫(ପ୍ରିୟମ-୫୧*, ଅଭିଷେକ-୩୧, ମନୀଷ-୨୯, ଓ୍ବାର୍ନର-୨୮, ଦୀପକ-୨/୩୧, ଶାର୍ଦ୍ଦୁଳ-୧/୩୨, ଚାଓ୍ବଲା-୧/୨୦)। ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୫୭/୫(ଜାଡେଜା-୫୦, ଧୋନୀ-୪୭*, ଡୁପ୍ଲେସି-୨୨, ନଟରାଜନ-୨/୪୩, ଭୁବନେଶ୍ୱର-୧/୨୦, ସମଦ-୧/୪୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

ଘୁଞ୍ଚିଲା ଏସିଆନ ଗେମ୍ସ ରିଭ୍ୟୁ ବୈଠକ, କେବେ ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ନିକଟରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଦେଶର ପ୍ରଦର୍ଶନକୁ ରିଭ୍ୟୁ କରିବା ପାଇଁ ଜାତୀୟ କ୍ରୀଡ଼ା ଫେଡେରେଶନମାନଙ୍କ ସହ କ୍ରୀଡ଼ା ମନ୍ତ୍ରଣାଳୟର ଦିନିକିଆ ବୈଠକକୁ ଆସନ୍ତା…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଏହି ଭାରତୀୟ ଷ୍ଟାରଙ୍କୁ ୱାଲର୍‌ଡ ସୁପରପାୱାର ଓପନର କହିଲେ ଦିନେଶ କାର୍ତ୍ତିକ

ଇନ୍ଦୋର,୧୨।୧୦: ଭାରତୀୟ ଦଳର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ। ବିଭିନ୍ନ ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?