Odisha Elections 2024
Posted inଖେଳ

ଗୋକୁଳମ୍‌କୁ ହରାଇଲା ଚେନ୍ନାଇନ୍‌

ଭୁବନେଶ୍ୱର, ୧୭।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି ଚେନ୍ନାଇନ୍‌ ଏଫ୍‌ସି। ପିଚ୍‌-୧ରେ ଆୟୋଜିତ ଗ୍ରୁପ୍‌ ‘ସି’ ମୁକାବିଲାରେ ଚେନ୍ନାଇନ୍‌ ୨-୦ ଗୋଲରେ ଗୋକୁଳମ୍‌ କେରଳକୁ ପରାସ୍ତ କରିଛି। ମ୍ୟାଚ୍‌ ଆରମ୍ଭରୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା ଗୋକୁଳମ୍‌। ୨୫ତମ ମିନିଟରେ କୋନୋର ଜନ୍‌ ଶିଲ୍ଡସ ଗୋଲ ଦେଇ ଚେନ୍ନାଇନ୍‌କୁ ଅଗ୍ରଣୀ କରିଥିଲେ। ଗୋଲ ପରିଶୋଧ ପାଇଁ ବିପକ୍ଷ ଦଳ ଜୋରଦାର ଉଦ୍ୟମ କରିଥିଲେ ମଧ୍ୟ ପ୍ରଥମାର୍ଦ୍ଧ ସୁଦ୍ଧା ଚେନ୍ନାଇନ୍‌ ୧-୦ରେ ଆଗୁଆ ରହିଥିଲା। ୬୪ତମ ମିନିଟରେ ଇରଫାନ ୟାଦଓ୍ବାଦ ଆଉ ଏକ ଗୋଲ ଦେଇ ଦଳର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ବିପଜ୍ଜନକ ଖେଳ ପାଇଁ ରଶିଦ ୬୯ତମ ମିନିଟରେ ରେଡ୍‌ କାର୍ଡ ପାଇବାରୁ ଗୋକୁଳମ୍‌ ୧୦ ଜଣିଆରେ ପରିଣତ ହୋଇଥିଲା। ତେବେ ଏହି ଦଳ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରିରଖି ଚେନ୍ନାଇନ୍‌କୁ ଅଧିକ ଗୋଲ ଦେବାରୁ ଦୂରେଇ ରଖିଥିଲା। ଚେନ୍ନାଇନ୍‌ର ଜଣେ ଓ ଗୋକୁଳମ୍‌ର ୩ ଖେଳାଳି ଏହି ମ୍ୟାଚରେ ୟେଲୋ କାର୍ଡ ପାଇଥିଲେ। ଉତ୍ତମ ଖେଳ ପ୍ରଦର୍ଶନ ପାଇଁ କୋନୋର ଜନ୍‌ ଶିଲ୍ଡସ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଚେନ୍ନାଇନ୍‌ ୨ ମ୍ୟାଚରୁ ଗୋଟିଏ ଲେଖାଏ ବିଜୟ ଓ ଡ୍ର ସହ ୪ ପଏଣ୍ଟରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ଗୋକୁଳମ୍‌ ୨ ମ୍ୟାଚରୁ ଡବଲ ପରାଜୟ ବରଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଏସ୍‌କେ ହାରିବା ପରେ ଭୋ ଭୋ ହୋଇ କାନ୍ଦିଲେ ରାୟୁଡୁ, ପରଦିନ ଆର୍‌ସିବିକୁ କହିଲେ ବଡ଼ କଥା; VIDEO

ବାଙ୍ଗାଲୁରୁ,୧୯।୫: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଇଥିଲା। କୋହଲିଙ୍କ ଟିମ୍‌ ଧୋନୀଙ୍କ ଦଳକୁ ୨୭ ରନ୍‌ରେ...

CSKର ପରାଜୟକୁ ହଜମ କରିପାରିଲେନି ରାୟୁଡୁ, ଅଧାରୁ ଛାଡିଲେ ମାଇକ…

ନୂଆଦିଲ୍ଲୀ,୧୯।୫: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଦଳ। ଏହି ଦଳ ପାଞ୍ଚ ଥର ଟାଇଟଲ ଜିତିଛି ଏବଂ ପ୍ଲେ ଅଫରେ ସର୍ବାଧିକ...

IPLରେ ମଧ୍ୟ ଆରକ୍ଷଣ ବ୍ୟବସ୍ଥା ହେଉ, କେବଳ ନାଁ ରଖିଦେବା ଦୁର୍ଭାଗ୍ୟର କଥା: କଂଗ୍ରେସ ନେତା କଲେ ଏଭଳି ଦାବି 

ନୂଆଦିଲ୍ଲୀ,୧୯।୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୬ତମ ସିଜନ୍‌ ଏବେ ଅନ୍ତିମ ସୋପାନରେ ପହଞ୍ଚିଛି। କେଉଁ କେଉଁ ଟିମ୍‌ ପ୍ଲେ ଅଫ୍‌ ଖେଳିବ ତାହା ସ୍ପଷ୍ଟ ହୋଇଛି।...

”କହିଲା ପରେ ବି ଶୁଣିଲେନି”, ଷ୍ଟାର ସ୍ପୋର୍ଟସ ଉପରେ ବର୍ଷିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୯।୫: ନିକଟରେ ଏକ ଆଇପିଏଲ ମ୍ୟାଚ୍ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଖେଳାଳି ଧାୱଲ କୁଲକର୍ଣ୍ଣି ଏବଂ ଅନ୍ୟମାନଙ୍କ ସହ ତାଙ୍କ କଥା ହେବାର ଅଡିଓ...

ହାରିବା ପରେ ଡ୍ରେସିଂ ରୁମ୍‌ରେ ଏକା ବସିଲେ ଧୋନୀ, କାହା ସହ ମିଳାଇଲେନି ହାତ,ଭାଇରାଲ ହେଉଛି ଭିଡିଓ…

ବେଙ୍ଗାଲୁରୁ,୧୯ା୫: ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ପ୍ଲେ ଅଫ୍‌ରେ ପ୍ରବେଶ କରିଛି। କ୍ରମାଗତ ୬ଟି ମ୍ୟାଚ ଜିତି ବିରାଟ କୋହଲିଙ୍କ...

ବେଙ୍ଗାଲୁରୁକୁ ଜିତାଇଲା ଧୋନୀଙ୍କ ଛକା, ଦୀନେଶ କାର୍ତ୍ତିକ କଲେ ବଡ଼ ଖୁଲାସା

ବେଙ୍ଗାଲୁରୁ,୧୯।୫: ଶନିବାର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ବିଜୟ ହାସଲ କରି...

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ...

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri