ଭାକ୍ସିନ ସଚେତନତା ପାଇଁ କଳାକାରଙ୍କ ନିଆରା ପ୍ରୟାସ

ଚେନ୍ନାଇ,୫।୭: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। କରୋନା ଲଢ଼େଇରେ ଡାକ୍ତରମାନେ ଭଗବାନ ସାଜି ଅହରୋହ ରୋଗୀଙ୍କ ସେବା କରୁଛନ୍ତି। ସେହିପରି ଏହି ସ୍ଥିତିରେ ଲୋକଙ୍କ ସହାୟତା ପାଇଁ ଅନେକ ସେଲିବ୍ରିଟି ଓ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ କରୋନା ଯୋଦ୍ଧା ଭାବେ ଆଗକୁ ଆସିଛନ୍ତି। ବର୍ତ୍ତମାନ ଦେଶରେ କରୋନାକୁ ହରାଇବା ପାଇଁ ସରକାର ଟିକାକରଣ ଅଭିଯାନ ଚଳାଇଛନ୍ତି। ଇତିମଧ୍ୟରେ ଚେନ୍ନାଇର ଜଣେ କଳାକାର ଲୋକଙ୍କୁ ଟିକାକରଣ ପ୍ରତି ସଚେତନ ଓ ଏହାର ସକରାତ୍ମକ ପ୍ରଭାବ ବିଷୟରେ ଜଣାଇବା ପାଇଁ ନିୟାରା ପ୍ରୟାସ ଆପଣାଇଛନ୍ତି। ଲୋକଙ୍କୁ ଟିକାକରଣ କରାଇବାକୁ ପ୍ରୋତ୍ସାହିତ କରିବା ଓ ଏହାର ମହତ୍ୱ ବିଷୟରେ ଜଣାଇବା ପାଇଁ ଏକ ଅଟୋରେ କୋଭିଡ-୧୯ର ଟିକାର ଡିଜାଇନ କରିଛନ୍ତି। ଆଉ ଏହି ଅଟୋର ନାଁ ରଖାଯାଇଛି ‘ଭାକ୍ସିନ ଅଟୋ’।

ଏହି ଅଟୋକୁ ବ୍ଲୁ ରଙ୍ଗରେ ରଙ୍ଗାଯାଇଥିବା ବେଳେ ଏଥିରେ ଭିନ୍ନ ପ୍ରକାରର ସିରିଞ୍ଜ୍‌ ଓ ଭାକ୍ସିନ ବୋତଲ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି। ଏହି ଆର୍ଟ ମଡେଲକୁ ଅନାବଶ୍ୟକ ପାଇପ୍‌, ପୁରୁଣା ପ୍ଲାଷ୍ଟିକ୍‌ ବୋତଲ ଓ ଅନାବଶ୍ୟକ ପ୍ଲାଏଉଡ୍‌ରେ ନିର୍ମାଣ କରାଯାଇଛି। ଏହି ଅଟୋକୁ ମଡେଲ ଆର୍ଟ ଫର୍ମ ଓ ଆର୍ଟ କିଙ୍ଗଡମ୍‌ର ପରିଚାଳକ ବି. ଗୌତମ ଡିଜାଇନ୍‌ କରିଥିବା ଜଣାପଡ଼ିଛି। ଦୁଇ ମାସ ପୂର୍ବରୁ ପ୍ରଥମ ଥର ଚେନ୍ନାଇର ନଗର ନିଗମଙ୍କ ସମ୍ମୁଖରେ ଗୌତମ ଏହି ଅଟୋର ଡିଜାଇନ୍‌କୁ ଉପସ୍ଥାପନ କରିଥିଲେ। ଏହାପରେ ଏହି ଅଟୋକୁ ତିଆରି କରିବା ପାଇଁ ତାଙ୍କୁ ପ୍ରାୟ ୧୦ଦିନର ସମୟ ଲାଗିଥିଲା। ଟିକାକରଣ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଲାଗି ଏହି ଅଟୋକୁ ୧୫ଟି ଜୋନ୍‌ରେ ବ୍ୟବହାର କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଟୋକୁ ସକରାତ୍ମକ ପ୍ରତିକ୍ରିୟା ମିଳିଛି ବୋଲି ଗୌତମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?