ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାବିଗ୍ରହ: ଶ୍ରୀମନ୍ଦିରରେ ପଟିଦିଅଁଙ୍କ ପୂଜା ଆରମ୍ଭ

ପୁରୀ,୧୩ା୬(ଅଜିତ୍‌ କୁମାର ମହାନ୍ତି): ପବିତ୍ର ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ଗୁରୁବାରଠାରୁ ମହାପ୍ରଭୁଙ୍କ ୧୪ ଦିନିଆ ଅଣସର ଗୁପ୍ତନୀତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଅନ୍ଧାରି କୋଠରି ଭିତରେ ଶ୍ରୀବିଗ୍ରହମାନଙ୍କ ଗୁପ୍ତସେବା ଆରମ୍ଭ କରିଛନ୍ତି। ଅପରପକ୍ଷରେ ଶ୍ରୀମନ୍ଦିରରେ ଦଶାବତାର ଠାକୁରଙ୍କ ସହ ପଟିଦିଅଁଙ୍କ ପୂଜା ଆରମ୍ଭ ହୋଇଛି।
ଶ୍ରୀବିଗ୍ରହମାନେ ବୁଧବାର ୧୦୮ ଗରା ଜଳରେ ସ୍ନାନ କରି ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେଇଥିଲେ। ଏହା ପରେ ରାତି ୧୧ଟାରେ ହାତୀବେଶ ମଇଲମ ହୋଇ ୧୧ଟା ୪୦ରେ ପୁଷ୍କାଞ୍ଜଳି ଓ ଡୋରଲାଗି ହୋଇଥିଲା। ୧୧ଟା ୫୦ରେ ପହଣ୍ଡି ଆରମ୍ଭ ହୋଇଥିଲା। ଠାକୁରମାନେ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିଥିଲେ। ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କ ପହଣ୍ଡି ହୋଇଥିଲା। ପରେ କ୍ରମ ଅନୁସାରେ ଶ୍ରୀସୁଦର୍ଶନ, ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ବିଜେ କରିଥିଲେ। ରାତି ପ୍ରାୟ ୪ଟା ୩୫ରେ ପହଣ୍ଡି ସରିବା ପରେ ଶ୍ରୀମନ୍ଦିରକୁ ଶୋଧ କରାଯାଇଥିଲା।

ଗୁରୁବାର ଭୋର ୫ଟା ୧୦ରେ ରାହୁରେଖା ମଇଲମ ପରେ କୋଠସୁଅଁାସିଆମାନେ ଦଶ ଅବତାର ତାଟି ବାନ୍ଧିବା ପାଇଁ ପ୍ରବେଶ କରିଥିଲେ। ଅପରପକ୍ଷରେ ଶ୍ରୀମନ୍ଦିରରୁ ଘଣ୍ଟ, ଓଲାର, ବୈଜୟନ୍ତୀ ବାଜା, କାହାଳୀ ସହ ଲେଙ୍କା ସେବକ ପଟିଦିଅଁ ଆଣିବା ପାଇଁ ଚିତ୍ରକାର ସେବକଙ୍କ ଘରକୁ ଯାଇଥିଲେ। ସକାଳ ୬ଟାରେ ଶ୍ରୀମନ୍ଦିରକୁ ପଟିଦିଅଁ ବିଜେ କରିଥିଲେ। କୋଠ ସୁଅଁାସିଆମାନେ ତାଟି ବାନ୍ଧି ପୂର୍ବାହ୍ନ ୧୦ଟାରେ ବାହାରିଥିଲେ। ପଟି ଠାକୁରଙ୍କ ରୁନ୍ଧା କାର୍ଯ୍ୟ ୧୦ଟା ୨୫ରେ ଶେଷ ହୋଇଥିଲା। ଅନନ୍ତ ନାରାୟଣ ରୂପରେ ଶ୍ରୀଜଗନ୍ନାଥ, ଅନନ୍ତ ବାସୁଦେବ ରୂପରେ ଶ୍ରୀବଳଭଦ୍ର ଏବଂ ମା’ ଭୁବନେଶ୍ୱରୀ ରୂପରେ ଦେବୀ ସୁଭଦ୍ରା ପଟିଦିଅଁ ଭାବେ ଅଣସର ସମୟରେ ପୂଜା ପାଇବେ। ଦଶ ଅବତାର ବିଜେ ପରେ ମହାସ୍ନାନ ନୀତି ବଢ଼ିଥିଲା। ପରେ ମଙ୍ଗଳ ଆଳତି, ମଇଲମ, ଅବକାଶ ହୋଇ ଅନ୍ୟାନ୍ୟ ନୀତି ହୋଇଥିଲା।

ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପଟିଦିଅଁଙ୍କୁ ଦର୍ଶନ କରିଥିଲେ। ସିଂହଦ୍ୱାର ଗୁମୁଟରେ ଥିବା ପତିତପାବନ ଅନନ୍ତ ନାରାୟଣ ଭାବେ ପଟିରେ ସ୍ଥାନିତ ହୋଇଛନ୍ତି। ପଟିଦିଅଁଙ୍କ ନିକଟରେ ମହାପ୍ରସାଦ ଲାଗିହୋଇଛି। ଦଇତାପତିମାନେ ଜ୍ୱରାକ୍ରାନ୍ତ ଦରୁଦିଅଁଙ୍କ ଗୁପ୍ତ ଉପଚାର ସହ ସେବା କରୁଛନ୍ତି।

ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇବାରୁ ଭକ୍ତ ଓ ସେବାୟତ ବଞ୍ଚିତ ହୋଇଛନ୍ତି। କେବଳ ପଟିଦିଅଁଙ୍କୁ ଦର୍ଶନ କରି ସେମାନେ ଆତ୍ମତୃପ୍ତି ଲାଭ କରୁଛନ୍ତି। ଅଣସର ସମୟରେ ଦାରୁଦିଅଁଙ୍କୁ ପଣା ଓ ଚକଟା ଭୋଗ ଲାଗି କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅନ୍ନ ମହାପ୍ରସାଦ ଭୋଗ କରାଯାଉଛି। ଅଣସର ପିଣ୍ଡିରେ ଗୋଟିଏ ଦୀପକୁ ଛାଡ଼ିଦେଲେ ଘନ ଅନ୍ଧକାର ମଧ୍ୟରେ ମହାପ୍ରଭୁଙ୍କ ଗୁପ୍ତ ନୀତି ଚାଲିଛି। ସେହିପରି ସମ୍ପ୍ରତି ଶବ୍ଦସୃଷ୍ଟି ମନା ଯୋଗୁ ଜଗମୋହନରୁ ଅଣସର ଘର ପର୍ଯ୍ୟନ୍ତ ନିଷିିଦ୍ଧାଞ୍ଚଳ ପାଲଟିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?