ନଦୀ ଘାଟରେ ହେବ ନାହିଁ ଛଟ୍‌ ପୂଜା: ଜାରି ହେଲା କଟକଣା

ଭୁବନେଶ୍ବର,୧୬।୧୧(ବ୍ୟୁରୋ)- ଚଳିତ ବର୍ଷ ନଦୀ ଘାଟରେ ହେବ ନାହିଁ ଛଟ୍‌ ପୂଜା। କରୋନା କାଳରେ ନଦୀ ଘାଟରେ ଅଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ୨୦ ଓ ୨୧ତାରିଖରେ ଛଟ୍‌ ପୂଜା ସମାରୋହ ପାଳନ ଓ ନଦୀରେ ସମୂହ ବୁଡ ପକାଇବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଘରେ ରହି ପୂଜାର୍ଚ୍ଚନା କରିବା ନିମନ୍ତେ ସାଧାରଣ ଲୋକଙ୍କୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ କରିବାକୁ କୁହାଯାଇଛି। କଟକଣା ଉଲ୍ଲଘଂନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ୧୫ ଜୀବନ ଗଲା

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୧୯୬କୁ ବୃଦ୍ଧି ହୋଇଛି। ଏ ନେଇ...

ଶ୍ରେଣୀଗୃହ ବିମ୍‌ରୁ ପ୍ଲାଷ୍ଟର ଖସିଲା

କଟକ ଅଫିସ, ୧୨।୯: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଆଇଟିଏମ୍‌ ବିଭାଗ ଶ୍ରେଣୀଗୃହରେ ଥିବା ବିମ୍‌ର ପ୍ଲାଷ୍ଟର ବୁଧବାର ଖସିପଡିଥିଲା। ହେଲେ ସେହି ସମୟରେ ସେଠାରେ ବସିଥିବା ଜଣେ...

କରୋନା ଔଷଧ ‘ଟୁ-ଡିଜି’ କିଣିବାକୁ ଅର୍ଡର ଦେଲେ ସରକାର

ଭୁବନେଶ୍ୱର,୨୯ା୫(ବ୍ୟୁରୋ): କରୋନା ଔଷଧ ‘ଟୁ-ଡିଜି’ କିଣିବା ପାଇଁ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି। ୫ ହଜାର ପୁଡ଼ିଆ ଟୁ-ଡିଜି ମେଡିଶିନ ପାଇଁ ଅର୍ଡର ଦିଆଯାଇଥିବା ସ୍ବାସ୍ଥ୍ୟ...

ଅଘଟଣ ଏଡ଼ାଇବାକୁ ଦୀପାବଳିରେ ଜଗିବେ ୫ ହଜାର ଆଗ୍ନିକ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ରବିବାର ଆଲୋକର ପର୍ବ ଦୀପାବଳି। ଏହି ସମୟରେ କୌଣସି ପ୍ରକାର ଅଘଟଣ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ତେବେ ସୁରକ୍ଷିତ ଦୀପାବଳି...

ଦୁର୍ଘଟଣାରେ ୧୧ ଆହତ

ବହଳଦା, ୭।୧୦ (ଡି.ଏନ.ଏ) – ମୟୂରଭଞ୍ଜ ଜିଲା ତିରିଂ ଥାନା ଅଧୀନ ରାଞ୍ଚି ବିଜୟୱ୍ବାଡା ୨୨୦ ନଂ. ଜାତୀୟ ରାଜପଥର ମାକିଡିଘାଟି ନିକଟରେ ଏକ ଡ୍ୟାନ୍ସ...

ନିଷ୍କାସନ ପଥ ବନ୍ଦ : ବିଦ୍ୟାଳୟ ପରିସରରେ ବର୍ଷା ପାଣି

ଖଣ୍ଡପଡା,୨୬।୧୦(ସ୍ବ.ପ୍ର.): ଗତ ୩ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧବ ବିଦ୍ୟାପୀଠ ପରିସରରେ ବର୍ଷାପାଣି...

ମଠ, ମନ୍ଦିର ଭଙ୍ଗାଯିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଜରୁରୀ: ସୁପ୍ରିମକୋର୍ଟ

ପୁରୀ ଅଫିସ,୩।୧୦: ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଐତିହ୍ୟ ସମ୍ପନ୍ନ ମଠ,ମନ୍ଦିର ଭଙ୍ଗା ବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାଜରୁରୀ। ଏପରିକି...

ସ୍କୁଲ ‘ଇ-ଉପସ୍ଥାନ’ ଆପ୍‌ ଶୁଭାରମ୍ଭ

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ରାଜ୍ୟର ସମସ୍ତ ସ୍କୁଲରେ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ପାଇଁ ଆରମ୍ଭ ହୋଇଛି ‘ଇ-ଉପସ୍ଥାନ’ ଆପ୍‌। ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ...

Advertisement


Archives

Model This Week