Posted inଫୁରସତ

୫୫ ସେକେଣ୍ଡର ଏହି ଭିଡିଓ ୫କୋଟି ଟଙ୍କାରେ ବିକ୍ରି: ଜାଣନ୍ତୁ କ’ଣ ରହିଛି ଏଥିରେ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଶେୟାର କରାଯାଏ। ବର୍ତ୍ତମାନ ୟୁଟ୍ୟୁବ ଲୋଙ୍କମାନଙ୍କ ଆୟର ଏକ ଜରିଆ ପାଲଟିଥିବା ବେଳେ ଏହା ଦ୍ୱାରା ଅନେକ ଲୋକ ରାତାରାତି ଷ୍ଟାର ମଧ୍ୟ ପାଲଟି ଯାଉଛନ୍ତି। ପ୍ରତ୍ୟେକ ଦିନର କାର୍ଯ୍ୟଶୈଳୀ ହେଉ ବା ଫନି କିମ୍ବା ଛୋଟ ପିଲାଙ୍କ ଭିଡିଓକୁ ୟୁଟ୍ୟୁବରେ ଶେୟାର କରାଯାଏ। ବେଳେ ବେଳେ ଫନି କିମ୍ବା ଛୋଟ ପିଲାଙ୍କ ଭିଡିଓ ଏତେ ମାତ୍ରାରେ ଭାଇରାଲ ହୋଇଥାଏ ଯେ, କେହିବି କଳ୍ପନା କରି ନ ଥିବେ। ଆଉ ସେଥିରୁ ଆୟ ହୋଇଥାଏ ଲକ୍ଷ ଲକ୍ଷ ଟଙ୍କା। ନିକଟରେ ୟୁଟ୍ୟୁବରେ ୫୫ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆର ଏତେ ଧୁମ୍‌ ମଚାଇଥିଲା ଯେ, ଏଥିରୁ ପୁରା ପରିବାରର ଭାଗ୍ୟ ବଦଳିଯାଇଥିଲା। ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ।

ସୂଚନାଯୋଗ୍ୟ, ୨୦୦୭ ମେ’ରେ ୟୁଏସ୍‌ର ଆଇଟି କମ୍ପାନୀର ପରିଚାଳକ ହାବାର୍ଡ କୋର ୟୁଟ୍ୟୁବରେ ୫୫ ସେକେଣ୍ଡର ଏକ ଭିଡିଓ ଅପ୍‌ଲୋଡ କରିଥିଲେ ବୋଲି ଓ୍ବେବସାଇଟ ମେଲ୍‌ ଅନ୍‌ଲାଇନ କହିଛି। ଏହି ଭିଡିଓରେ ଦୁଇ ଶିଶୁ ହେରୀ ଓ ଚାର୍ଲି ଏକାସାଙ୍ଗରେ ଗୋଟିଏ ଚେୟାରରେ ବସିଥିବା ଦେଖିବାକୁ ମିଳିଛି। ସେହି ସମୟରେ ଚାର୍ଲି ହେରୀର ଅଙ୍ଗୁଳି କାମୁଡ଼ିଦେଇଥିବା ନଜର ଆସିଛି। ଦୁଇ ଶିଶୁଙ୍କ ଏହି ଫନି ଭିଡିଓକୁ ପ୍ରଶଂସକ ଏତେ ପସନ୍ଦ କରିଛନ୍ତି ଯେ, ଦିନକୁ ଦିନ ତାଙ୍କ ପ୍ୟାନ୍‌ ଫଲୋଇଙ୍ଗ୍‌ ବଢ଼ିବାରେ ଲାଗିଛି। ଏହି ଭିଡିଓକୁ ଅପ୍‌ଲୋଡ କରିବା ସମୟରେ ହାବାର୍ଡଙ୍କୁ ଏହା ଏକ ମଜାଳିଆ ବ୍ୟତୀତ ଏଥିରେ ଆଉ କିଛି ନ ଥିବା ଲାଗିଥିଲା। ତେଣୁ ସେ ଏହି ଭିଡିଓର ନାଁ ‘ଚାର୍ଲି ବିଟ୍‌ ମାଇ ଫିଙ୍ଗର’ ରଖିଥିଲେ।

କିଛି ମାସ ପରେ ଯେତେବେଳେ ଏହି ଭିଡିଓକୁ ସେ ହଟାଇବାକୁ ପୟାସ କରୁଥିଲେ, ସେହି ସମୟରେ ଏହାକୁ ବାରମ୍ବାର ଦେଖାଯାଇଥିବା ସେ ଦେଖିବାକୁ ପାଇଥିଲେ। ୟୁଟ୍ୟୁବ୍‌ରେ ପୋଷ୍ଟ କରାଯାଇଥିବା ଏହି ଭିଡ଼ିଓକୁ ଲୋକେ ୮୩୩ ମିଲିୟନ୍‌ ଥର ଦେଖିସାରିଛନ୍ତି। ତେବେ ସର୍ବାଧିକ ଦେଖାଯାଇଥିବା ଭିଡିଓ ମଧ୍ୟରେ ଏହା ହେଉଛି ଅନ୍ୟତମ। ପରେ ଏହି ଭିଡିଓକୁ ବିଜ୍ଞାପନ ମିଳିଥିବା ବେଳେ ଗତ ବର୍ଷ ଏହା ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଆୟ ହୋଇଥିଲା। ଏହାପରେ ଏହି ଭିଡିଓକୁ ‘ଅପୂରଣୀୟ ଟୋକନ’(ଏନ୍‌ଏଫ୍‌ଟି) ନିଲାମ କରିଥିଲା। ୫୫ସେକେଣ୍ଡର ଏହି ଭିଡିଓକୁ ୫କୋଟି ଟଙ୍କାରେ ବିକ୍ରି କରାଯାଇଛି। ଅନ୍ୟପଟେ ଏହି ଭିଡିଓରେ ଥିବା ଉକ୍ତ ଶିଶୁ ଏବେ ବଡ଼ ହୋଇଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?